ETV Bharat / state

ଟ୍ରକ ମାଲିକଙ୍କୁ ଆତ୍ମନିର୍ଭରଶୀଳତାର ମନ୍ତ୍ର ଶିଖାଇଲେ ଧର୍ମେନ୍ଦ୍ର - ଅନୁଗୋଳରେ କଲ୍ୟାଣ ମଣ୍ଡପର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ

କୁଲାଡ଼ ଟ୍ରକ ମାଲିକ ସଂଘ ଦ୍ୱାରା ପ୍ରାୟ ଦେଢ଼ କୋଟି ଟଙ୍କା ବ୍ୟୟରେ ନିର୍ମିତ କଲ୍ୟାଣ ମଣ୍ଡପର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢ଼ନ୍ତୁ

dharmendra pradhan visits angul
ଅନୁଗୋଳ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
author img

By

Published : Apr 23, 2023, 8:51 PM IST

ଅନୁଗୋଳ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଅନୁଗୋଳ: ଅନୁଗୋଳ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନବ ନିର୍ମିତ କଲ୍ୟାଣ ମଣ୍ଡପର ଲୋକାର୍ପଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । କୁଲାଡ଼ ଟ୍ରକ ମାଲିକ ସଂଘ ଦ୍ୱାରା ପ୍ରାୟ ଦେଢ଼ କୋଟି ଟଙ୍କା ବ୍ୟୟରେ ଏହି କଲ୍ୟାଣ ମଣ୍ଡପ ନିର୍ମିତ ହୋଇଛି । କେନ୍ଦ୍ରମନ୍ତ୍ରୀ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହାର ଉଦଘାଟନ କରିବା ସହ ଉଦବୋଧନ ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: G20 ‘future of work’ Exhibition: ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଅନୁଗୋଳ ଜିଲ୍ଲା ଗସ୍ତରେ ଆସି ସେ ଖୁସିଥିବା କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଜିଲ୍ଲାରେ ଯୁବପିଢିଙ୍କ ଉଦ୍ୟମିତ ବୃଦ୍ଧି ପାଉ ବୋଲି କହିଛନ୍ତି । ବ୍ୟବସାୟ, ବାଣିଜ୍ୟ ତଥା କାରବାରରେ ସ୍ଥାନୀୟ ଲୋକଙ୍କ ଭାଗିଦାରୀ ନେଇ ସେ ଆଶା ପ୍ରକାଶ କରିଛନ୍ତି । ଏନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର କହିଛନ୍ତି, "ଆତ୍ମକୌଶଳ ବଳରେ ନାଲକୋ କାରଖାନା କରିପାରିବା ଏବଂ ସେହି କାରଖାନାରେ ନିଜର ଟ୍ରକ ଲଗାଇ ପାରିବା । ନିଜେ ସ୍ୱାବଲମ୍ବୀ ହେବା । ଖଣିଜ ପାଣ୍ଠି ୫ହଜାର କୋଟିରୁ ୫୦ ହଜାର କୋଟି ଟଙ୍କା ହେଲା । ଯାହାକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅବଦାନ ।

ଏହା ମଧ୍ଯ ପଢ଼ନ୍ତୁ: ଭୁବନେଶ୍ବରରେ ଆରମ୍ଭ ହେଲା G20 ସମ୍ମିଳନୀ, ଛାତ୍ରଛାତ୍ରୀଙ୍କୁ ଅଧିକ କୁଶଳୀ ଓ ଦକ୍ଷ କରିବା ଲକ୍ଷ

ସେ ଆହୁରି କହିଛନ୍ତି, "ଆମେ ସଚେତନ ହୋଇ କିଭଳି ସେହି ଟଙ୍କାର ଉଚିତ ବ୍ୟବହାର ହୋଇପାରିବ ସେଥିପ୍ରତି ଧ୍ୟାନ ଦେବା ଆବଶ୍ୟକ । ନହେଲେ ସେହି ଟଙ୍କାରେ ବଡ଼ବଡ଼ ଅଫିସରମାନଙ୍କ ଘର ଆଗରେ ଲାଇଟ ଲାଗିବ । ଆମ ରୋଜଗାର ବଢିଲେ ସମ୍ପନ୍ନତା ଆସିବ । ତେଣୁ ଆମେ ଆମ ରୋଜଗାରକୁ ବଢାଇବାକୁ ଉଦ୍ୟମ କରିବା ।" ଏଭଳି କହି ଅନୁଗୋଳ ଓ କୁଲାଡ଼ ଟ୍ରକ ମାଲିକ ମାନଙ୍କ ବଳକୁ ସୁଦୃଢ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏହା ମଧ୍ୟ ପଢ଼ନ୍ତୁ: Akshaya Tritiya: ବିଜେଡି ବିରୋଧରେ ବିଧିବଦ୍ଧ ଲଢେଇ ଶୁଭାରମ୍ଭ କଲା ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା

ଆୟୋଜିତ ଏହି ଉତ୍ସବରେ ନାଲକୋ ନିର୍ବାହୀ ନିର୍ଦେଶକ, ରାଜ୍ୟ ଟ୍ରକ ମାଲିକ ସଂଘ ସମ୍ପାଦକ, ଅନୁଗୋଳ ଜିଲା ଟ୍ରାଜ ମାଲିକ ସଂଘ ସଭାପତି ଏବଂ ପୂର୍ବତନ ରାଜ୍ୟସଭା ସାଂସଦ ରୁଦ୍ରନାରାୟନ ପାଣିଙ୍କ ସମେତ ବହୁ ଦଳୀୟ କର୍ମକର୍ତ୍ତା ଏବଂ ଟ୍ରକ ମାଲିକ ସଂଘ ସଦସ୍ୟ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଅନୁୁଗୋଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.