ଅନୁଗୋଳ: ଅନୁଗୋଳ ଜିଲ୍ଲା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି ଶିକ୍ଷାମନ୍ତ୍ରୀ ଜିଲ୍ଲା ଗସ୍ତରେ ଆସି ବାଲିପଟା ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଯୋଗ ଦେଇଥିଲେ । ଛେଣ୍ଡିପଦା ଭଳି ଏକ ଅଞ୍ଚଳରେ ଦୀର୍ଘ ୫୦ବର୍ଷ ପୂର୍ବେ ଯେଉଁମାନେ ଏଭଳି ଏକ ଶିକ୍ଷାନୁଷ୍ଠାନ ଆରମ୍ଭ କରିଥିଲେ ସେମାନେ ଆମର ନମସ୍ୟ ବୋଲି ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରି କହିଥିଲେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି,"ଆଜି ଏହି ସ୍କୁଲଟି ଯେଉଁ ଭଳି ଅବସ୍ଥାରେ ପହଞ୍ଚିଛି ତାହା ସେମାନଙ୍କ ପ୍ରଚେଷ୍ଟା ଯୋଗୁଁ ହୋଇ ପାରିଛି । ଆଗକୁ ଏହି ସ୍କୁଲ କିଭଳି ଆହୁରି ଆଗକୁ ବଢି ପାରିବ ସେଥିପାଇଁ ମଧ୍ୟ ସେମାନେ ଆଗେଇବା ଉଚିତ । " ଏଥିସହ ଛେଣ୍ଡିପଦା ଅଞ୍ଚଳରେ ଏକ କେନ୍ଦ୍ରୀୟ ବିଦ୍ୟାଳୟ କରିବାକୁ ଯୋଜନା କରାଯାଉଛି ବୋଲି ମଧ୍ୟ କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଥିଲେ । ସମ୍ମାନିତ ଅତିଥି ଭାବେ ସୁର ରାଉତରାୟ ଯୋଗ ଦେଇ ବାଲିପଟା ଭଳି ଏକ ଜାଗାରେ ଏତେ ସୁନ୍ଦର କାର୍ଯ୍ୟକ୍ରମ କରା ଯାଇଥିବାରୁ ଆୟୋଜକଙ୍କୁ ଧନ୍ୟବାଦ ଦେଇଥିଲେ।
ଏଭଳି ଏକ ସ୍କୁଲରେ ପିଲାମାନେ କେବଳ ପାଠପଢା ପ୍ରତି ଅଧିକ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ । ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ୩ଦିନ ଧରି ପାଳନ କର ଯାଇଥିଲା । ଆଜି ଉଦଯାପନି ଉତ୍ସବ ଅନୁଷ୍ଠିତ ହୋଇଥିଲା । ଦୁଇଦିନ ବ୍ୟାପି ମହାସମାରୋହରେ ଏହି ଉତ୍ସବ ଚାଲିଥିଲା । ଗ୍ରାମବାସୀ ସମ୍ପୂର୍ଣ୍ଣ ଭାବେ ସହଯୋଗ କରିଥିଲେ । ଆଜି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତି ଉତ୍ସବକୁ ଆହୁରି ଆଗେଇ ନେବାରେ ସହାୟକ ହୋଇଛି ବୋଲି ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି ।
ତେବେ ନିକଟରେ ଯୁବବର୍ଗଙ୍କୁ ଧନ୍ଦାମୂଳକ ଶିକ୍ଷାରେ ସଶକ୍ତ କରାଯିବାର ଲକ୍ଷ୍ୟ ନ୍ୟାସନାଲ କ୍ରେଡିଟ ଫ୍ରେମଓ୍ୱାର୍କ ବିକଶିତ କରାଯାଇଥିବା ଶିକ୍ଷାମନ୍ତ୍ରୀ କହିଥିଲେ । ୨୦୨୫ ସୁଦ୍ଧା ଭାରତର ୫୦ ପ୍ରତିଶତ ସ୍କୁଲ, ଦକ୍ଷତା ଓ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ନ୍ୟାସନାଲ କ୍ରେଡିଟ ଫ୍ରେମଓ୍ୱାର୍କ ବିକଶିତ କରାଯିବ । ୧୫ ଲକ୍ଷରୁ ଉର୍ଦ୍ଧ୍ୱ ବିଦ୍ୟାଳୟ, ପ୍ରାୟ ୧ ହଜାର ବିଶ୍ୱବିଦ୍ୟାଳୟ ସହ ଭାରତରେ ବିଶ୍ୱର ବିବିଧତା ଶିକ୍ଷା ବ୍ୟବସ୍ଥା କରାଯାଉଥିବା ଶିକ୍ଷାମନ୍ତ୍ରୀ କହିଥିଲେ । ସର୍ବବ୍ୟାପୀ, ସର୍ବସ୍ପର୍ଶୀ, ଗୁଣାତ୍ମକ, ସୁଲଭ ଏବଂ ଉତ୍ତରଦାୟିତ୍ୱ ଭଳି ସ୍ତମ୍ଭ ଉପରେ ପର୍ଯ୍ୟବେସିତ ଜାତୀୟ ଶିକ୍ଷା ନୀତି ଭାରତୀୟ ଚରିତ୍ର ସହ ଜଡିତ ଏବଂ ୨୦୩୦ ସାମଗ୍ରିକ ବିକାଶ ସହ ସମ୍ମିଳିତ ହେବାର ଲକ୍ଷ୍ୟ ଥିବା କହିଥିଲେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଇଟିଭି ଭାରତ, ଅନୁଗୋଳ