ETV Bharat / state

ବୁଲେଟ ଉପରେ ଚଢିଗଲା ଟ୍ରକ, ୨ ଭଉଣୀ ମୃତ - ଅନୁଗୋଳ ଖବର

ଅନୁଗୋଳ ବଅଁରପାଳ ଥାନା ଗୋତମରା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବୁଲେଟ ଉପରେ ଏକ ଟ୍ରକ ଚଢିଯିବାରୁ ୨ ଜଣଙ୍କର ମୃତ୍ୟୁ । ଅଧିକ ପଢନ୍ତୁ

two sisters died after truck hits a bike

author img

By

Published : Jan 9, 2023, 8:40 AM IST

two sisters died after truck hits a bike

ଅନୁଗୋଳ: ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବୁଲେଟ ଉପରେ ଚଢିଗଲା ମୃତ୍ୟୁର ଟ୍ରକ । ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି (Siblings killed in road accident)। ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଗୋତମରା ନିକଟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଦୁଇ ମୃତକ ହେଉଛନ୍ତି କଟକ ଗୋବିନ୍ଦପୁର ରାଣୀପଡା ଅଞ୍ଚଳର ଲକ୍ଷ୍ମୀପ୍ରିୟା ଓଝା, ଯାଜ୍ଞସେନୀ ମହାରଣା । ଉଭୟ ସମ୍ପର୍କରେ ଦୁଇ ଭଉଣୀ ହୋଇଥିବା ସୂଚନା ମିଳିଛି । ଆହତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଦୁର୍ଯ୍ୟୋଧନ ମହାରଣା ।

ମିଳିଥିବା ସୂଚନା ଅନୁଯାୟୀ, ଦୁର୍ଯ୍ୟୋଧନ ମହାରଣାଙ୍କ ବୁଲେଟରେ ବସି ଦୁଇ ଭଉଣୀ ଲକ୍ଷ୍ମୀପ୍ରିୟା ଓ ଯାଜ୍ଞସେନୀ ତାଳଚେର ଡେରା ଅଞ୍ଚଳକୁ ଯାଉଥିଲେ । ଦୁର୍ଭାଗ୍ୟବଶତଃ ଗୋତମରା ନିକଟରେ ବୁଲେଟକୁ ଏକ ଟ୍ରକ ଧକ୍କା ଦେଇଥିଲା । ଫଳରେ ଦୁଇ ଭଉଣୀ ତଳେ ପଡିଯିବା ପରେ ଟ୍ରକଟି ଉଭୟଙ୍କ ଉପରେ ଚଢିଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ଦୁଇ ଭଉଣୀଙ୍କ ମୃତ୍ୟୁ ହୋଇଥିବା ବେଳେ ବୁଲେଟ ଚଳାଉଥିବା ବ୍ୟକ୍ତି ଜଣଙ୍କ ଆହତ ହୋଇଥିଲେ । ଏହାପରେ ସଙ୍ଗେ ସଙ୍ଗେ ଦୁର୍ଯ୍ୟୋଧନଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଏନେଇ ବଅଁରପାଳ ପୋଲିସ ଖବର ପାଇବା ପରେ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇ ଥିବା ଟ୍ରକକୁ ଜବତ କରିଥିବା ବେଳେ ଟ୍ରକର ଡ୍ରାଇଭର ଫେରାର ହୋଇ ଯାଇଥିବା ଜଣାପଡିଛି ।

ସେହିପରି ଗତକାଲି କଳାହାଣ୍ଡିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଖବର ସାମ୍ନାକୁ ଆସିଥିଲା । ଗ୍ୟାସ ଟ୍ୟାଙ୍କର ବାଇକକୁ ଧକ୍କା ଦେବାରୁ ୩ ଜଣଙ୍କ ମୃତ୍ୟୁ ହୋଇଥିଲା। ଡକାବାହଲି ଗାଁର ମୃତ ତିନି ଯୁବକ କେସିଙ୍ଗା ଥାନା ଅନ୍ତର୍ଗତ ଉତ୍କେଲାଠାରେ ଚାଲିଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଭାଗ ନେବାକୁ ଯାଇଥିଲେ । ସେଠାରେ କ୍ରିକେଟ ଖେଳି ନିଜ ଗାଁକୁ ବାଇକ ଯୋଗେ ଫେରୁଥିବା ସମୟରେ ଦୁର୍ଘଟଣାର ଶିକାର ହୋଇଥିଲେ । ଫଳରେ ଘଟଣାସ୍ଥଳରେ ହିଁ ୩ ଜଣ ଯୁବକଙ୍କ ମୃତ୍ୟୁ ଘଟିଥିଲା । ଏନେଇ ଗ୍ରାମବାସୀ ଓ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି କ୍ଷତିପୂରଣ ଦାବିରେ ଭବାନୀପାଟଣା-ଭୁବନେଶ୍ୱର ଜାତୀୟ ରାଜପଥ ୨୬କୁ ଅବରୋଧ କରିଥିଲେ । ମୃତ ଯୁବକମାନେ ହେଲେ ଡକାବାହଲି ଗାଁର ଅକ୍ଷୟ ଗୌଡ଼, ଟୁକୁ ଚଣ୍ଡୀ ଓ ରଘୁ ଗୌଡ଼ ବୋଲି ଜଣାପଡିଛି ।

ଗତ ୫ ତାରିଖ ଦିନ ବଲାଙ୍ଗୀର ସହରର ୨୬ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିଲା । ଭାରସାମ୍ୟ ହରାଇ ବିଦ୍ୟୁତ ଖୁଣ୍ଟରେ ଏକ ବାଇଟ ପିଟି ହେବାରୁ ଘଟଣାସ୍ଥଳରେ ୨ ଯୁବକଙ୍କ ମୃତ୍ୟୁ ହୋଇଥିଲା ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.