ETV Bharat / state

ଘାଟି ଅତିକ୍ରମ ବେଳେ ଜଳିଗଲା ଟ୍ରକ

author img

By

Published : Nov 12, 2019, 8:43 AM IST

ଅନୁଗୋଳ ଜିଲ୍ଲାରେ ଘାଟି ଅତିକ୍ରମ କଲାବେଳେ ଟ୍ରକରେ ହଠାତ ନିଆଁ ଲାଗିଯାଇ ଟ୍ରକଟି ସମ୍ପୂର୍ଣ୍ଣ ଭାବରେ ଜଳିଯାଇଛି । ଘଟଣାସ୍ଥଳରେ ପୋଲିସ ଏବଂ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଅନୁଗୋଳ: ଘାଟିରେ ଚଢିବା ସମୟରେ ଜଳିଗଲା ଟ୍ରକ । ଘାଟିରେ ଅତିକ୍ରମ କରୁଥିବା ବେଳେ ହଠାତ ଧୂଆଁ ବାହାରି ଚାହୁଁ ଚାହୁଁ ଟ୍ରକଟି ଜଳିଯାଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ସୂଚନା ଅନୁଯାୟୀ ଅନୁଗୋଳ ଜିଲ୍ଲା ପାଲଲହଡା ଆଡୁ ନଗିରା ଘାଟି ରାସ୍ତା ଦେଇ କେନ୍ଦୁଝର ଜିଲ୍ଲାକୁ ଯାଉଥିବା ଏକ ଟ୍ରକ (OR-05AJ-4244) ହଠାତ ଟ୍ରକରୁ ଧୂଆଁ ବାହାରିଥିଲା ଏବଂ ଚାହୁଁ ଚାହୁଁ ଟ୍ରକ ମଧ୍ୟରେ ନିଆଁ ବ୍ୟାପି ଯାଇଥିଲା । ନିଆଁ ଲାଗିବା ଦେଖି ଡ୍ରାଇଭର ଗାଡିରୁ ବାହାରି ପଡିଥିଲା । କିଛି କ୍ଷଣ ମଧ୍ୟରେ ଟ୍ରକଟି ସମ୍ପୂର୍ଣ୍ଣ ଭାବରେ ଜଳିଯାଇଛି । ଖବର ପାଇ ପାଲଲହଡା ପୋଲିସ ଏବଂ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି I ପୋଲିସ ଘଟଣାର ଅଧିକ ତଦନ୍ତ ଜାରିରଖିଛି। ତେବେ ଟ୍ରକର କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁ ଏଭଳି ଘଟିଥାଇ ପାରେ ବୋଲି ଅନୁମାନ କରାଯାଉଛି I

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ଘାଟି ଚଢିବା ସମୟ ରେ ଜଳିଗଲା ଟ୍ରକ ଏମିତି ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ପIଲଲହଡା ଥାନ ନଗିରା ଘାଟି ରେ Body:I ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାଇ ପାଲଲହଡା ପଟୁ ନଗିରା ଦେଇ କେନ୍ଦୁଝର ଜିଲ୍ଲା କୁ ଯାଉଥିବା ଏକ ଟ୍ରକ (OR-05AJ-4244) ବେଳେ ହଠାତ ଟ୍ରକ ରୁ ଧୂଆଁ ବାହାରିଥିଲା ଏବଂ ନିଆଁ ବାହାରିଥିଲା ଏହା ଦେଖି ଚାଳକ ଲଷ୍ମୀଧର ମହନ୍ତ ଗାଡି କୁ ରଖିଦେଇ ବାହାରକୁ ବାହାରିଆସିଥିଲେ I ଏବଂ କିଛି ସମୟ ମଧ୍ୟ ରେ ଟ୍ରକ ଟି ସମ୍ପୂର୍ଣ ଜଳିଯାଇଥିଲା I ଖବର ପାଇ ପାଲଲହଡା ପୋଲିସ ଏବଂ ଅଗ୍ନିଶମ ବିଭାଗ ଘଟଣାସ୍ଥଳ କୁ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ I ପୋଲିସ ଘଟଣା ର ଅଧିକ ତଦନ୍ତ କରିଛି । Conclusion:ତେବେ କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁ ଏଭଳି ଘଟିଥାଇ ପାରେ ବୋଲି ଅନୁମାନ କରାଯାଉଛି I
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.