ETV Bharat / state

ଯେଉଁଠି ମୃତଦେହ... ସେଇଠି ଚିନ୍ମୟୀ ! - transgender chinmayee das

କେହି ପାଖ ମାଡୁନଥିବା ମୃତଦେହ ପାଖରେ ଆସି ପହଞ୍ଚିଯାଆନ୍ତି ସେ । ନିଜ କାନ୍ଧରେ ମୃତଦେହ କାନ୍ଧେଇ ଅନ୍ତିମ ସତ୍କାର କରନ୍ତି ଚିନ୍ମୟୀ । ଏଯାବତ୍ 25ରୁ ଊର୍ଦ୍ଧ୍ବ କୋରୋନା ମୃତକଙ୍କ ସତ୍କାର କରିସାରିଲେଣି ସେ । ଅଧିକ ପଢନ୍ତୁ...

ସବୁଠି କୋରୋନା ଭୟ, ମୃତଦେହର ଶେଷସାଥୀ ଚିନ୍ମୟୀ

author img

By

Published : Jun 8, 2021, 2:10 PM IST

ଅନୁଗୋଳ: 'ମୁଁ ସିନା କିନ୍ନର ବୋଲି ଲୋକେ ମୋତେ କାହିଁ କେତେ ଅସମ୍ମାନ କଲେ, ହେଲେ ମୁଁ କାହାକୁ ଅସମ୍ମାନ କରିବିନି । ଏପରିକି ମୋ ସାମ୍ନାରେ କୌଣସି ମୃତଦେହର ମଧ୍ୟ ଅବମାନନା ଦେଖିପାରିବିନି ।' ଏପରି ଉକ୍ତିକୁ ନେଇ ମନୋବଳ ଦୃଢ କରି ମୃତଦେହ ସତ୍କାର କରୁଛନ୍ତି ଜଣେ କିନ୍ନର । କୋରୋନା ସମୟରେ ଆତ୍ମୀୟସ୍ବଜନ ଛାଡି ଚାଲି ଯାଉଥିବା ମୃତଦେହ କିମ୍ବା ସଂକ୍ରମଣ ଭୟରେ ସମ୍ପର୍କୀୟ ପାଖ ମାଡୁନଥିବା ମୃତଦେହର ଅନ୍ତିମ ସତ୍କାର କରୁଛନ୍ତି ଅନୁଗୋଳର କିନ୍ନର ଚିନ୍ମୟୀ ଦାସ ।

ସବୁଠି କୋରୋନା ଭୟ, ମୃତଦେହର ଶେଷସାଥୀ ଚିନ୍ମୟୀ

ଯେଉଁଠି ମୃତଦେହ ସେଇଠି ଚିନ୍ମୟୀ ବୋଲି ବର୍ତ୍ତମାନ ଏକ ଡାକରା ପଡିଛି ଅନୁଗୋଳରେ । ଯଦି କେଉଁଠି ମୃତଦେହ ପଡିରହିଛି ବୋଲି ସେ ଖବର ପାଆନ୍ତି ତେବେ ତୁରନ୍ତ ପହଞ୍ଚି ସତ୍କାର କାମରେ ଲାଗିପଡନ୍ତି । କେହି ପାଖ ମାଡୁନଥିବା ମୃତଦେହ ପାଖରେ ଆସି ପହଞ୍ଚିଯାଆନ୍ତି ସେ । ନିଜ କାନ୍ଧରେ ମୃତଦେହ କାନ୍ଧେଇ ଅନ୍ତିମ ସତ୍କାର କରନ୍ତି ଚିନ୍ମୟୀ । ଏଯାବତ୍ 25 ରୁ ଊର୍ଦ୍ଧ୍ବ କୋରୋନାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ସତ୍କାର କରିସାରିଲେଣି ସେ । ଯଦି କେହି ସାହାଯ୍ୟ ନକରନ୍ତି ତେବେ ନିଜେ ବାଇକରେ ନେଇ ମୃତଦେହ ସତ୍କାର କରିଥିବା କହନ୍ତି ଚିନ୍ମୟୀ । କେବେଳ ଏତିକି ନୁହେଁ କୋରୋନା ରୋଗୀଙ୍କ ଡାକ୍ତରଖାନାକୁ ନେବାଠାରୁ ଔଷଧ ଏବଂ ଅକ୍ସିଜେନ ଯୋଗାଇବା ପର୍ଯ୍ୟନ୍ତ ସବୁ କାମ କରନ୍ତି । ଗାଁ ଗାଁ ବୁଲି ଲୋକଙ୍କୁ ସଚେତନ କରୁଛନ୍ତି । ଯେଉଁଠି ରୋଗୀଙ୍କୁ ଦେଖନ୍ତି ସେବା ଶୁଶ୍ରୁଷା କରନ୍ତି। ଏମିତି ଅନେକ କାମ କରି ସ୍ଥାନୀୟ ଅଞ୍ଚଳରେ ଏକ ନିଆରା ପରିଚୟ ସୃଷ୍ଟି କରିଛନ୍ତି ଚିନ୍ମୟୀ ।

କେବଳ ସ୍ଥାନୀୟ ଅଞ୍ଚଳ ନୁହେଁ ଚିନ୍ମୟୀଙ୍କ ସେବା ଏବଂ ପରୋପକାରୀ ମନୋଭାବ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ତାଙ୍କୁ କଲ୍ କରି ଧନ୍ୟବାଦ ଜଣାଇବା ସହ ତାଙ୍କ ମହାନ କାର୍ଯ୍ୟକୁ ଟୁଇଟ୍ କରି ପ୍ରଶଂସା କରିଥିଲେ । ସେହିପରି 5 T ସଚିବ ଭିକେ ପାଣ୍ଡିଆନ ଏବଂ ଅନୁଗୋଳ ଜିଲ୍ଲାପାଳ ଚିନ୍ମୟୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ତେବେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ମିଳିଥିବା ଏହି ପ୍ରଶଂସା ମୋତେ ଆହୁରି ଆଗକୁ ସେବା କରିବା ପାଇଁ ପ୍ରେରଣା ଯୋଗାଇବ ବୋଲି କହନ୍ତି ଚିନ୍ମୟୀ । ବାସ୍ତବରେ କୌଣସି ବ୍ୟକ୍ତି କିମ୍ବା ଜାତି ଉପରେ ପଡିଥିବା ଦୈବୀ ଦୁର୍ବିପାକକୁ ନିଷ୍ପେସିତ, ଅଣଦେଖା, ହତାଦାର ଏବଂ ତାତ୍ସଲ୍ୟ କରୁଥିବା ଏ ସମାଜକୁ ମାନବିକତା ଏବଂ ଦାୟିତ୍ବବଧତାର ଶିକ୍ଷା ଶିଖାଇଛନ୍ତି ଚିନ୍ମୟୀ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.