ଅନୁଗୋଳ: ମହାଶିବରାତ୍ରି ପାଇଁ ସମସ୍ତ ଶିବାଳୟରେ ଭାବ ଓ ଭକ୍ତିମୟ ପରିବେଶ । ସବୁଠି ଶ୍ରଦ୍ଧାଳୁ ଜାଗର ଜାଳି ମହାଦେବଙ୍କ ଆଶିଷ ଲାଭ ପାଇଁ ବସିଛନ୍ତି । ଏଥିପାଇଁ ଅନୁଗୋଳର ସମସ୍ତ ଶୈବପୀଠରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଛି ।
ଜିଲ୍ଲାର ଅନୁଗୋଳ ସହର ସମେତ ପାଲଲହଡ଼ାର ଖୁଲୁଢି, ଆଠମଲ୍ଲିକର ଦେଉଲଝରି ଓ ତାଳଚେରର ପଶ୍ଚିମେଶ୍ବର ଆଦି ଶୈବପୀଠ ମାନଙ୍କରେ ଜାଗର ଯାତ୍ରା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଛି । ଛୁଆ ଠାରୁ ବଡ଼ ସମସ୍ତେ ଭକ୍ତିର ସହକାରେ ଜାଗର ଜାଳି ବସିଛନ୍ତି ।
ସନ୍ଧ୍ୟାରୁ ସମସ୍ତ ଶିବ ମନ୍ଦିରରେ ହଜାର ହଜାର ଶ୍ରଦ୍ଧାଳୁ ଭିଡ଼ ଜମାଇଛନ୍ତି । ମନ୍ଦିର ପରିସରରେ ଦୀପ ଜାଳି ବସି ରହିଛନ୍ତି । ସବୁ ଜାଗାରେ ଭଜନ କୀର୍ତ୍ତନ ଚାଲୁ ରହିଛି । ଶ୍ରଦ୍ଧାଳୁ ଭିଡକୁ ଦେଖି ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କର ଯାଇଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ