ETV Bharat / state

ଅନୁଗୋଳରେ ନାହିଁ ମାଓ କାର୍ଯ୍ୟକଳାପ, 2018ରେ ହୋଇଥଲା ଶେଷ ଗୁଳିବିନିମୟ - ମାଓ କାର୍ଯ୍ୟକଳାପ

ଅନୁଗୋଳ ଜିଲ୍ଲାରେ କମିଛି ମାଓ କାର୍ଯ୍ୟକଳାପ । 2018 ପରଠାରୁ ଜିଲ୍ଲାରେ ମାଓବାଦୀଙ୍କ କୌଣସି କାର୍ଯ୍ୟକଳାପ ନଥିବାରୁ କେନ୍ଦ୍ର ସରକାରଙ୍କ ଏସଆରଈ ସ୍କିମ ରୁ ବାଦ ଦିଆ ଯାଇଥିବା ଅନୁଗୋଳ ଏସପି ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ..

ଅନୁଗୋଳରେ ନାହିଁ ମାଓ କାର୍ଯ୍ୟକଳାପ, 2018ରେ ହୋଇଥଲା ଶେଷ ଗୁଳିବିନିମୟ

author img

By

Published : Jul 10, 2020, 5:12 PM IST

ଅନୁଗୋଳ: ଜିଲ୍ଲାରେ କମିଛି ମାଓ କାର୍ଯ୍ୟକଳାପ । 2018 ପରଠାରୁ ଜିଲ୍ଲାରେ ମାଓବାଦୀଙ୍କ କୌଣସି କାର୍ଯ୍ୟକଳାପ ନଥିବାରୁ କେନ୍ଦ୍ର ସରକାରଙ୍କ ଏସଆରଈ ସ୍କିମ ରୁ ବାଦ ଦିଆ ଯାଇଥିବା ଅନୁଗୋଳ ଏସପି ସୂଚନା ଦେଇଛନ୍ତି । ଖାଲି ସେତିକି ନୁହେଁ ମାଓବାଦୀଙ୍କ କବଳରୁ ଅନୁଗୋଳ ଜିଲ୍ଲା ମୁକ୍ତ ହୋଇଥିବା ଏସପି ସ୍ପଷ୍ଟ କରିଛନ୍ତି । ଏହା ସହ ମାଓବାଦୀଙ୍କ କବଳରୁ ମୁକ୍ତ ହୋଇଛି ରାଜ୍ୟର ଆଉ ୫ଟି ଜିଲ୍ଲା । ସେଗୁଡ଼ିକ ହେଲା ଅନୁଗୋଳ, ବୌଦ୍ଧ, ସମ୍ବଲପୁର, ଦେଓଗଡ଼ ଓ ନୟାଗଡ଼ ।

ଅନୁଗୋଳରେ ନାହିଁ ମାଓ କାର୍ଯ୍ୟକଳାପ, 2018ରେ ହୋଇଥଲା ଶେଷ ଗୁଳିବିନିମୟ

ମାଓବାଦୀମାନଙ୍କୁ ରାଜ୍ୟ ସରକାରଙ୍କ ଥଇଥାନ ପ୍ରକିୟା, ପ୍ରୋତ୍ସାହନ, ଆର୍ଥିକ ସହାୟତା ପ୍ରଦାନ, ସ୍ଥାନୀୟ ଅଞ୍ଚଳରେ ଦ୍ରୁତ ବିକାଶ ଓ ଶେଷରେ ମାଓବାଦୀଙ୍କ ବିରୋଧରେ ଓଡ଼ିଶା ପୁଲିସର କଡ଼ା ଅପରେନସନ ହିଁ ଏଭଳି ସଫଳତା ଆଣି ଦେଇଛି । ଏନେଇ ଆଜି ଅନୁଗୋଳ ଏସପି ଜଗମୋହନ ମୀନା ଏକ ସାମ୍ବାଦିକ ସମିଳନୀରେ ସୂଚନା ଦେଇଛନ୍ତି । ଅନୁଗୋଳ ଜିଲ୍ଲାରେ ବିଗତ ୫ବର୍ଷ ମଧ୍ୟରେ ପୋଲିସ-ମାଓବାଦୀ ଗୁଳି ବିନିମୟ ବହୁବାର ହୋଇଛି। ପୁରୁଣାକୋଟ ଥାନା ଅଞ୍ଚଳରେ ସାତକୋଶିଆ ଅଭୟାରଣ୍ୟରେ ମାଓବାଦୀ ନିଜର କାୟା ବିସ୍ତାର କରିଥିଲେ। ଅନେକ ସମୟରେ ପୋଡାଜଳା କରିବା ସହ ବନ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ।

ତେବେ ଏ ଅଞ୍ଚଳରୁ ଦୁଇ ଜଣ ମାଓବାଦୀ ପୋଲିସ ଆଗରେ ଆତ୍ମସମର୍ପଣ ମଧ୍ୟ କରିଥିଲେ। କିନ୍ତୁ ଗତ ୨୦୧୮ ପରଠାରୁ ଆଉ କୌଣସି ମାଓ କାର୍ଯ୍ୟକଳାପ ନାହିଁ। ଏନେଇ ଗୁଇନ୍ଦା ବିଭାଗର ସୂଚନା ରହିଛି। ତେଣୁ ଅନୁଗୋଳ ଜିଲ୍ଲାକୁ ମଧ୍ୟ ମାଓ ପ୍ରବଣ ଜିଲ୍ଲା ତାଲିକାରୁ ବାଦ ଦିଆଯାଇଛି।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.