ETV Bharat / state

ଜଳୁଛି ଜଙ୍ଗଲ, ଗାଁ ମୁହାଁ ବନ୍ୟଜନ୍ତୁ

author img

By

Published : Mar 19, 2021, 10:41 PM IST

ପାଣି ବିନା ଜଙ୍ଗଲରେ ବନ୍ୟଜନ୍ତୁ ହନ୍ତସନ୍ତ । ବ୍ୟାପକ ଜଙ୍ଗଲ ପୋଡିବା ଯୋଗୁଁ ଚାରିଆଡେ ଟାଙ୍ଗରା ଭୂଇଁ ଦେଖା ଯାଉଛି । ପ୍ରବଳ ଖରାରେ ଯୁଆଡେ ଚାହିଁଲେ ଶୁଖିଲା ଗଛପତ୍ର । ଜଙ୍ଗଲ ଭିତରେ ଥିବା ସବୁ ନାଳ ପୋଖରୀ ଶୁଖି ଆଁ କଲାଣି । ତେଣୁ ପାଣି ନପାଇ ଜଙ୍ଗଲି ଜନ୍ତୁ ଏବେ ଗାଁ ମୁହାଁ ହେଲେଣି । ଅଧିକ ପଢନ୍ତୁ...

ଜଙ୍ଗଲ ପୋଡିବା ଯୋଗୁଁ ଗାଁ ମୁହାଁ ବନ୍ୟଜନ୍ତୁ
ଜଙ୍ଗଲ ପୋଡିବା ଯୋଗୁଁ ଗାଁ ମୁହାଁ ବନ୍ୟଜନ୍ତୁ

ଅନୁଗୋଳ: ପାଣି ବିନା ଜଙ୍ଗଲରେ ବନ୍ୟଜନ୍ତୁ ହନ୍ତସନ୍ତ । ବ୍ୟାପକ ଜଙ୍ଗଲ ପୋଡିବା ଯୋଗୁଁ ଚାରିଆଡେ ଟାଙ୍ଗରା ଭୂଇଁ ଦେଖା ଯାଉଛି । ପ୍ରବଳ ଖରାରେ ଯୁଆଡେ ଚାହିଁଲେ ଶୁଖିଲା ଗଛପତ୍ର । ଜଙ୍ଗଲ ଭିତରେ ଥିବା ସବୁ ନାଳ ପୋଖରୀ ଶୁଖି ଆଁ କଲାଣି । ତେଣୁ ପାଣି ନପାଇ ଜଙ୍ଗଲୀ ଜନ୍ତୁ ଏବେ ଗାଁ ମୁହାଁ ହେଲେଣି । ଏଭଳି ପରିସ୍ଥିତିରେ ବନ୍ୟଜନ୍ତୁଙ୍କ ଜୀବନ ବିପନ୍ନ ହୋଇ ପଡିଛି । ବନ୍ୟଜନ୍ତୁଙ୍କ ପ୍ରାଦୁର୍ଭାବ ଯୋଗୁଁ ଜଙ୍ଗଲ ନିକଟବର୍ତ୍ତୀ ଗାଁର ଲୋକେ ମଧ୍ୟ ଭୟଭୀତ ଅବସ୍ଥାରେ ରହିଛନ୍ତି ।

ଜଙ୍ଗଲ ପୋଡିବା ଯୋଗୁଁ ଗାଁ ମୁହାଁ ବଣ୍ୟଜନ୍ତୁ

ବନାଗ୍ନି ଜଙ୍ଗଲର ସବୁଜିମାକୁ ପୋଡି ଛାରଖାର କରିଦେଇଛି । ଏବେ ଜଙ୍ଗଲରେ ଯୁଆଡେ ଚାହିଁଲେ କେବଳ ଶୁଖିଲା ଅଧା ପୋଡା ଗଛ ଆଉ ପାଉଁଶ । ଶ୍ରୀହୀନ ହୋଇ ପଡିଛି ସବୁଜିମା । ଏଭଳି ସ୍ଥିତିରେ ହରିଣ, କୁଟୁରା, ସମ୍ବର, ଗୟଲ, ବାର୍ହା ଓ ହାତୀ ପରି ତୃଣଭୋଜି ପ୍ରାଣୀ ମାନେ ଖାଦ୍ୟ ପାଇଁ ଡହଳ ବିକଳ ଭାବେ ବୁଲୁଛନ୍ତି । ପ୍ରବଳ ଖରାରେ ଜଙ୍ଗଲ ଭିତରେ ଛାଇ ଜାଗା ଆଦୌ ନାହିଁ । ନାଳ ଓ ବନ ବିଭାଗ ଦ୍ଵାରା ଖନନ କରା ଯାଇଥିବା ପୋଖରୀ ଶୁଖି ଗଲାଣି । ତେଣୁ, ବନ୍ୟଜନ୍ତୁ ଖାଦ୍ୟ ଓ ପାଣି ଅନ୍ୱେଷଣରେ ଗାଁ ଆଡକୁ ପଳାଇ ଆସୁଛନ୍ତି । ଲୋକଙ୍କ ବାଡି ବଗିଚାରେ ପଶି ବ୍ୟାପକ ପନିପରିବା ଖାଇ ନଷ୍ଟ କରି ଦେଉଛନ୍ତି । ଗାଁ ନିକଟରେ ଥିବା କୂଅ ପୋଖରୀରୁ ପାଣି ପିଇବା ପାଇଁ ଆସି ବିପଦରେ ପଡୁଛନ୍ତି । କେତେବେଳେ ହାତୀ ପାଣି କୂଅରେ ପଡି ଛଟପଟ ହେଉଛି ତ କେତେବେଳେ ବାରହା ମଧ୍ୟ ଜନବସତି ଆଡକୁ ଆସି କୂଅରେ ପଡୁଛି । ସେହିପରି ଅନେକ ଜାଗାରେ ହରିଣ ଓ କୁଟୁରା ମଧ୍ୟ କୂଅ ପୋଖରୀରୁ ଉଧାର କରା ଯାଇଛି । ହାତୀପଲ ଗାଁ ଛାଡି ଯାଉ ନାହାନ୍ତି ।

ବିଗତ ବର୍ଷ ମାନଙ୍କରେ ଜଙ୍ଗଲୀ ନାଳ ଗୁଡିକରେ ପର୍ଯ୍ୟାପ୍ତ ପାଣି ରହୁଥିଲା । ପୋଖରୀ ଗୁଡିକ ଆଦୌ ଶୁଖୁ ନଥିଲା । କିନ୍ତୁ, ଚଳିତ ବର୍ଷ ମାର୍ଚ୍ଚ ଆରମ୍ଭରୁ ସବୁ ଶୁଖି ଗଲାଣି । ଦୀର୍ଘ ୮ମାସ ହେଲା ବର୍ଷା ନହେବା କାରଣରୁ ଏଭଳି ପରିସ୍ଥିତି ହୋଇଛି । ଆଗକୁ ପରିସ୍ଥିତି ଆହୁରି ସଙ୍ଗିନ ହୋଇପାରେ । ପୂର୍ବରୁ ବନ ବିଭାଗ ତରଫରୁ ପୋଖରୀ ଓ ଜଳାଶୟ ଗୁଡିକରେ ଟ୍ୟାଙ୍କର ଯୋଗେ ପାଣି ନେଇ ଭର୍ତ୍ତି କରା ଯାଉଥିଲା । କିନ୍ତୁ, ଚଳିତ ବର୍ଷ ତାହା କରାଯାଇ ନାହିଁ । ତେବେ ଏନେଇ ଆଞ୍ଚଳିକ ବନ ସଂରକ୍ଷକ କହିଛନ୍ତି ଯେ, ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଜଙ୍ଗଲରେ ବନ୍ୟଜନ୍ତୁଙ୍କ ପାଇଁ ପାଣିର ବ୍ୟବସ୍ଥା କରାଯିବ । ଟ୍ୟାଙ୍କର ଯୋଗେ ପାଣି ନେଇ ପୋଖରୀ ଗୁଡିକରେ ଭର୍ତ୍ତି କରାଯିବ । ଏହାଛଡା ବିଭିନ୍ନ ସ୍ଥାନରେ ଛୋଟ ଛୋଟ ଗାତ କରି ସିମେଣ୍ଟ ନନ୍ଦ ବସାଇ ପାଣି ରଖାଯିବ ।

ବିଗତ ପ୍ରାୟ ୫ବର୍ଷ ମଧ୍ୟରେ ଜଙ୍ଗଲରେ ଏଭଳି ନିଆଁ ଲାଗି ନଥିଲା । ଚଳିତ ବର୍ଷ ଭୟଙ୍କର ନିଆଁର ପ୍ରଭାବ ବନ୍ୟଜନ୍ତୁଙ୍କ ଉପରେ ପଡିଛି । ଏହାକୁ ନେଇ ପରିବେଶବିତ ଓ ବନ୍ୟଜନ୍ତୁ ପ୍ରେମୀଙ୍କ ମନରେ ଆଶଙ୍କା ସୃଷ୍ଟି ହୋଇଛି।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.