ETV Bharat / state

କାଳ ହେଲା ଭୋଜିଖିଆ, ଝାଡ଼ାବାନ୍ତିରେ ଚାଲିଗଲା 3 ଜୀବନ - Funeral feast - FUNERAL FEAST

Funeral feast Death: ଭୋଜି ଖାଇ ପ୍ରାଣ ହରାଇଲେ 3 ଜଣ । ଦଶାହରେ ଭୋଜି ଖାଇ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ 3 ଜଣ ପ୍ରାଣ ହରାଇଥିବା ବେଳେ 30ରୁ ଊର୍ଦ୍ଧ୍ବ ଅସୁସ୍ଥ । ଜାଣନ୍ତୁ ପୂରା ଖବର

କାଳ ହେଲା ଭୋଜିଖିଆ
କାଳ ହେଲା ଭୋଜିଖିଆ (ETV Bharat Odisha)
author img

By ETV Bharat Odisha Team

Published : Sep 20, 2024, 7:20 PM IST

ରାଇରଙ୍ଗପୁର: ମହଙ୍ଗା ପଡିଲା ଏକାଦଶାହ ଭୋଜି । ଭୋଜି ଖାଇ ଝାଡାବାନ୍ତିର ଶିକାର ହେଲେ 30ରୁ ଊର୍ଦ୍ଧ୍ବ ଗାଁଲୋକେ । ସେମାନଙ୍କ ମଧ୍ୟରୁ 3 ଜଣ ଆଖି ବୁଜିଥିବା ଅନେକଙ୍କ ଚିକିତ୍ସା ଜାରି ରହିଛି । ଏପରି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ ଗୁଡିଆଲବନ୍ଧ ପଞ୍ଚାୟତ ଆଲବନ୍ଧ ଗ୍ରାମର ବାଥୁଡିସାହିରେ । ତିନି ମୃତକ ମାନେ ଆଲବନ୍ଧ ଗ୍ରାମର ରାଜକିଶୋର ନାଏକ (୬୨), କରଞ୍ଜିଆ ଗ୍ରାମର ନିଦ୍ରାବତୀ ନାଏକ (୫୦) ଓ ଅନ୍ୟଜଣେ ଚାଉଳିଆଶୋଳ ଗ୍ରାମର ଜଣେ ନାବାଳକ ଥିବା ସୂଚନା ରହିଛି ।

ସୂଚନା ଅନୁଯାୟୀ, ଗତକାଲି (ଗୁରୁବାର) ଦିନ ଏକାଦଶାହ କ୍ରିୟା ଭୋଜି ଖାଇବା ପରେ ଆଲବନ୍ଧ ଗ୍ରାମର ଅଧିକାଂଶ ଲୋକେ ଡାଇରିଆରେ ଆକ୍ରାନ୍ତ ହୋଇଥିଲେ । ତେବେ ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 30ରୁ ଊର୍ଦ୍ଧ୍ବ ଲୋକେ ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୨୦ ରୁ ଊର୍ଦ୍ଧ୍ବ ଲୋକଙ୍କୁ ବାରିପଦା ପିଆରଏମ ମେଡିକାଲ କଲେଜ ଏବଂ ହସ୍ପିଟାଲ ଅଣାଯାଇ ସେଠାରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି। ଗୋଟିଏ ପଟେ ଭୋଜି ଖାଇବାକୁ ଯାଇଥିବା ବେଳେ ପ୍ରସ୍ତୁତ ରନ୍ଧା ଖାଦ୍ୟରେ କୋଣସି ପ୍ରକାର ବିଷ ପ୍ରତିକ୍ରିୟା ଯୋଗୁଁ ଏହିପରି ଘଟଣା ଘଟିଥିବା ନେଇ ସ୍ବାସ୍ଥ୍ୟ ବିଭାଗ ସନ୍ଦେହ କରୁଛି।

କାଳ ହେଲା ଭୋଜିଖିଆ (ETV Bharat Odisha)

କୂଅରୁ ପାଣିକୁ ନେଇ ସନ୍ଦେହ:

ଅନ୍ୟପଟେ କିଛି ଲୋକେ ଭୋଜି ଖାଇନଥିବା ବେଳେ ମଧ୍ୟ ଅସୁସ୍ଥ ହୋଇଥିବାରୁ ଗ୍ରାମର ଲୋକେ କୂଅରୁ ପାଣି ପିଉଥିବା ବେଳେ ଡାଇରିଆ ନେଇ ମଧ୍ୟ ସନ୍ଦେହ କରାଯାଉଛି । ଉକ୍ତ ଘଟଣା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଦୁଇଟି ଟିମ ଗ୍ରାମକୁ ଯାଇ ସ୍ଥିତି ପରଖିବା ସହ ଗ୍ରାମବାସୀ ମାନଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରୁଛନ୍ତି । ଏଥି ସହିତ ଗ୍ରାମର ପାନୀୟ ଜଳ ଉତ୍ସ ଗୁଡିକରୁ ନମୁନା ସଂଗ୍ରହ କରି ଯାଞ୍ଚ ନିମନ୍ତେ ଲ୍ୟାବକୁ ପଠାଯାଇଛି। ସ୍ବାସ୍ଥ୍ୟ ସେବା ନିମନ୍ତେ ବିଭାଗ ସଚେତନ ରହିଥିବା ବେଳେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଅଭୟ କୁମାର ଦାଶ କହିଛନ୍ତି ।

କାଳ ହେଲା ଭୋଜିଖିଆ
କାଳ ହେଲା ଭୋଜିଖିଆ (ETV Bharat Odisha)

କଣ କହିଲେ ଭୋଜି ଆୟୋଜନକାରୀ:

ଏନେଇ ସାମନ୍ତ ଶେଖର ନାଏକ କହିଛନ୍ତି, ‘ମୋ ବଡ ଭାଇର ଶୁଦ୍ଧିକ୍ରିୟା ଥିଲା । 17ରେ ଭୋଜି ଥିଲା । ଭୋଜି ଖାଇକି ଏମିତି ହୋଇଛି । ଯେଉଁମାନେ ଖାଇ ନାହାନ୍ତି ସେମାନେ ବି ଏମିତି ହୋଇଛନ୍ତି । 3 ଜଣଙ୍କ ମୃତ୍ୟୁ ହୋଇଛି । ଖାଦ୍ୟରେ ମସଲା ଜାତୀୟ କିଛି ମିଶା ଯାଇନଥିଲା । ଗାଁରେ ପ୍ରଥମେ ମୋ ବାପାଙ୍କ ହୋଇଥିଲା । ହସ୍ପିଟାଲ ନେଇ ଚିକିତ୍ସା ପରେ ସେ ଭଲ ହୋଇଯାଇଥିଲେ । ପାଖାପାଖି 150ରୁ 200 ଲୋକ ଖାଇଥିଲେ । ହସ୍ପିଟାଲରେ ଆମ ଗାଁର ପାଖାପାଖି 20 ଲୋକ ଅଛନ୍ତି ।’

କାଳ ହେଲା ଭୋଜିଖିଆ
କାଳ ହେଲା ଭୋଜିଖିଆ (ETV Bharat Odisha)

କଣ କହିଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ:

‘17ତାରିଖ ତାଙ୍କର ଶୁଦ୍ଧିକ୍ରିୟା ହୋଇଥିଲା । ସେଠି ଖାଇକି ଯେଉଁମାନେ ଆକ୍ରାନ୍ତ ହୋଇଥିଲେ । ସେଥିରୁ 10 ଜଣ ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ଆସିଥିଲେ । 18ରେ ଆମେ ଖବର ପାଇଲୁ ପରେ ସେ ଜାଗାକୁ ଯାଇଥିଲୁ । ଆମେ ଲୋକମାନଙ୍କୁ ପରିଷ୍କାର ରହିବା ସହ ତଟକା ପନିପରିବା ଖାଇବା ପାଇଁ ପରାମର୍ଶ ଦେଉଛୁ । ଆକ୍ରାନ୍ତ ପ୍ରଥମେ 11 ଜଣ ହୋଇଥିଲେ ପରେ ଆଉ ଏକ ଗାଁର 10 ଜଣ ହୋଇଛନ୍ତି । ଖାଦ୍ୟରେ ବିଷ ପକ୍ରିୟାରେ ଏପରି ହୋଇଥିବା ଆମେ ଅନୁମାନ କରୁଛୁ । ’

ଏହା ମଧ୍ୟ ପଢନ୍ତୁ:

ରାଜ୍ୟରେ ପୁଣି ଡାଇରିଆ ଆତଙ୍କ, ଗଲାଣି ଏକାଧିକ ଜୀବନ !

Diarrhea: କୋରାପୁଟ ପଡେଇଖଦରାରେ ଝାଡ଼ାବାନ୍ତି, ଗାଁରେ ଡାକ୍ତରୀ ଟିମ୍, ଦୂଷିତ ଜଳ ଓ ବିଷାକ୍ତ ଖାଦ୍ୟ କାରଣ

ଝାଡାବାନ୍ତି ନେଲା ଜୀବନ; ଜଣେ ମୃତ, ୯ ଆକ୍ରାନ୍ତ

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.