ETV Bharat / state

ଗ୍ରାମବାସୀଙ୍କ ମହାନତା, ଆଦାୟ କରି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦେଲେ 47,000 - ମହାମାରୀ କୋରୋନା

ସାରା ବିଶ୍ବରେ ଚାଲିଥିବା କୋରୋନା ଭଳି ମହାବିପତ୍ତି ସମୟରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଅର୍ଥ ଦାନ କରି ମହତ ପଣ ଦେଖାଇଛନ୍ତି ଅନୁଗୋଳ ଆଠମଲ୍ଲିକ ବ୍ଲକ ତିଳେଶ୍ୱର ଗାଁ ଲୋକେ । ଅଧିକ ପଢନ୍ତୁ...

The villagers donated Rs 47,000 to the Chief Minister's Relief Fund
ଗ୍ରାମବାସୀଙ୍କ ମହାନତା, ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କଲେ 47000
author img

By

Published : Apr 8, 2020, 11:42 AM IST

Updated : Apr 8, 2020, 12:00 PM IST

ଅନୁଗୋଳ: ସାରା ବିଶ୍ବରେ ଖେଳିଯାଇଛି ମହାମାରୀ କୋରୋନା ଆତଙ୍କ । ଏହାକୁ ପ୍ରତିହତ କରିବାକୁ କେନ୍ଦ୍ର ସରକାରଠାରୁ ଆରମ୍ଭ କରି ରାଜ୍ୟ ସରକାର ପର୍ଯ୍ୟନ୍ତ ସମସ୍ତେ ତତ୍ପର । ସବୁଠାରୁ ଖୁସିର ବିଷୟ ଯେ, ଦେଶର ଏହି ଦୁର୍ଦ୍ଦିନ ସମୟରେ ଛୋଟଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ସହାୟତାର ହାତ ବଢାଇଛନ୍ତି । କୋରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ 47 ହଜାର ଅର୍ଥ ଦାନ କରି ମହତ ପଣ ଦେଖାଇଛନ୍ତି ଅନୁଗୋଳ ଆଠମଲ୍ଲିକ ବ୍ଲକ ତିଳେଶ୍ୱର ଗାଁ ଲୋକେ ।

ଗ୍ରାମବାସୀଙ୍କ ମହାନତା, ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦେଲେ 47,000

ଦୁଃଖ ଦୁର୍ଦ୍ଦଶାରେ ଥାଇ ମଧ୍ୟ ଗ୍ରାମବାସୀ ଦେଖାଇଥିବା ଏହି ବଦାନ୍ୟତା ସମସ୍ତଙ୍କୁ ପ୍ରେରଣା ଯୋଗାଇଛି । ଗାଁରେ ପ୍ରାୟ 16 ଶହରୁ ଅଧିକ ଲୋକ ବସବାସ କରନ୍ତି। ସମସ୍ତେ ଚାଷୀ ଓ ଖଟିଖିଆ। ଅଭାବ ଅନଟନ ଭିତରେ ରହି ମଧ୍ୟ କୋରୋନା ଯୁଦ୍ଧରେ ଯୋଦ୍ଧା ହେବାର ନିଷ୍ପତ୍ତି ସେମାନଙ୍କ ମନରେ ଥିବା ଦେଶପ୍ରୀତିକୁ ପ୍ରତିପାଦିତ କରିଛି । ଗ୍ରାମବାସୀ ସମସ୍ତେ ଏକାଠି ନିଷ୍ପତି ନେଇ ଘରୁ ଘରୁ କିଛି କିଛି ଟଙ୍କା ସଂଗ୍ରହ କରିଥିବା ବେଳେ ଗରିବ ମଣିଷଟିଏ ମଧ୍ୟ ଚାଉଳ ବିକି ଟଙ୍କା ଦେଇଛି। ଏପରିକି ଛୋଟ ପିଲା ମାନେ ସେମାନଙ୍କ କୁମ୍ପି ଭାଙ୍ଗି ଯଥା ସମ୍ଭବ ସାହାଯ୍ୟ କରିଛନ୍ତି ।

ଏହିପରି ଗାଁରୁ ମୋଟ 47ହଜାର ଟଙ୍କା ସଂଗ୍ରହ କରାଯାଇଛି। ସେମାନଙ୍କର ଉଦ୍ଦେଶ୍ୟ କୋରୋନା ମୁକାବିଲା ପାଇଁ ସରକାର ଯେଉଁ ପଦକ୍ଷେପ ନେଇଛନ୍ତି ତାହାକୁ ଆମେ ମିଳିମିଶି ସଫଳ କରିବା । ଗ୍ରାମବାସୀ ନିଜେ ଆଠମଲ୍ଲିକ ଉପଜିଲ୍ଲାପାଳଙ୍କୁ ଗାଁକୁ ଡକାଇ ଏହି ଅର୍ଥ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଦେଇଛନ୍ତି । ଗ୍ରାମବାସୀଙ୍କ ଏଭଳି ମନୋଭାବକୁ ଖୋଦ ଉପଜିଲ୍ଲାପାଳ ପ୍ରଶଂସା ନକରି ରହି ପାରି ନଥିଲେ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Last Updated : Apr 8, 2020, 12:00 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.