ETV Bharat / state

ଅନୁଗୋଳରେ ଜନତା କର୍ଫ୍ୟୁକୁ ଭରପୂର ସମର୍ଥନ; ଥାଳି ଓ ଘଣ୍ଟ-ଘଣ୍ଟା ବଜାଇଲେ ଜନତା - ଥାଳି ଓ ଘଣ୍ଟ-ଘଣ୍ଟା ବଜାଇଲେ ଜନତା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନତା କର୍ଫ୍ୟୁ ଆହ୍ବାନକୁ ଅନୁଗୋଳରେ ମିଳିଲା ବିପୁଳ ସମର୍ଥନ । ଏହି କ୍ରମରେ ଅପରାହ୍ନରେ ସାହି, ବସ୍ତି ଓ ଗଳିକନ୍ଦିରେ ପିଲା ଛୁଆଠୁ ଆରମ୍ଭ କରି ମହିଳା ପୁରୁଷ ଏବଂ ବୃଦ୍ଧବୃଦ୍ଧା ଏକାଠି ହୋଇ ତାଳି ମାରିବା ସହ ଶଙ୍ଖ ଫୁଙ୍କି, ଘଣ୍ଟ ଘଣ୍ଟା, ଢୋଲ, ଥାଳି, ଗିନି ଆଦି ବଜାଇଲେ ।

The people of Anugul supported janata curfew and playing plates and bells
ଅନୁଗୋଳରେ ଜନତା କର୍ଫ୍ୟୁକୁ ଭରପୂର ସମର୍ଥନ; ଥାଳି ଓ ଘଣ୍ଟ-ଘଣ୍ଟା ବଜାଇଲେ ଜନତା
author img

By

Published : Mar 22, 2020, 7:33 PM IST

ଅନୁଗୋଳ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନତା କର୍ଫ୍ୟୁ ଆହ୍ବାନକୁ ଅନୁଗୋଳରେ ମିଳିଲା ବିପୁଳ ସମର୍ଥନ । ଲୋକେ ଏହାକୁ ଅକ୍ଷରେ ଅକ୍ଷରେ ପାଳନ କରି ରବିବାର ସକାଳ 7ଟାରୁ ସମସ୍ତ ଦୋକାନ ବଜାର ବନ୍ଦ ରଖିଛନ୍ତି । ଏପରିକି ସାଧାରଣ ଲୋକେ ଘରୁ ବାହାରକୁ ମଧ୍ୟ ବାହାରିନଥିଲେ ।

ଅନୁଗୋଳରେ ଜନତା କର୍ଫ୍ୟୁକୁ ଭରପୂର ସମର୍ଥନ; ଥାଳି ଓ ଘଣ୍ଟ-ଘଣ୍ଟା ବଜାଇଲେ ଜନତା

ସେହିପରି କୋରୋନା ବିପକ୍ଷରେ ଲଢୁଥିବା ହିରୋଙ୍କୁ ଅଭିବାଦନ ଜଣାଇଛି ସମଗ୍ର ଦେଶ । ଘଣ୍ଟ-ଘଣ୍ଟି, ତାଳି ଓ ଥାଳି ବଜାଇ କୋରୋନା ବିପକ୍ଷରେ ଲଢୁଥିବା ଯୋଦ୍ଧାଙ୍କୁ ଧନ୍ୟବାଦ ଜଣାଇଛନ୍ତି ଦେଶବାସୀ । ଆଉ ଏହି ଧନ୍ୟବାଦରେ ସାମିଲ ହୋଇଥିଲେ ଅନୁଗୋଳବାସୀ । ଜନତା କର୍ଫ୍ୟୁରେ ସାରା ଅନୁଗୋଳ ସାମିଲ ହୋଇଥିବା ବେଳେ ଅପରାହ୍ନରେ ସାହି, ବସ୍ତି ଓ ଗଳିକନ୍ଦିରେ ପିଲା ଛୁଆଠୁ ଆରମ୍ଭ କରି ମହିଳା ପୁରୁଷ ଏବଂ ବୃଦ୍ଧବୃଦ୍ଧା ଏକାଠି ହୋଇ ତାଳି ମାରିବା ସହ ଶଙ୍ଖ ଫୁଙ୍କି, ଘଣ୍ଟ ଘଣ୍ଟା, ଢୋଲ, ଥାଳି, ଗିନି ଆଦି ବଜାଇଥିଲେ । ଏଥିସହିତ କୋରୋନା ମୁକାବିଲା ପାଇଁ ସରକାର ଯେଉଁ ସବୁ ପଦକ୍ଷେପ ନେଉଛନ୍ତି ତାହାକୁ ଲୋକେ ସହଯୋଗ କରୁଛନ୍ତି । ଯେଉଁମାନେ ଏଭଳି ଏକ ମାରାତ୍ମକ ଭୂତାଣୁର ଚିକିତ୍ସା କରୁଛନ୍ତି ସେମାନଙ୍କ ପାଇଁ ଏହା ପ୍ରୋତ୍ସାହନ ବୋଲି ଲୋକେ କହିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.