ETV Bharat / state

ପ୍ରବାସୀ ବସ୍ ଓ ଟ୍ୟାଙ୍କର ମୁହାଁମୁହିଁ ଧକ୍କା , ଜଣେ ମୃତ 10 ଆହତ

author img

By

Published : May 19, 2020, 9:29 AM IST

Updated : May 19, 2020, 9:50 AM IST

ପ୍ରବାସୀ ବସ୍ ଓ ଟ୍ୟାଙ୍କର ମୁହାଁମୁହିଁ  ଧକ୍କା , ଜଣେ ମୃତ 10 ଆହତ
ପ୍ରବାସୀ ବସ୍ ଓ ଟ୍ୟାଙ୍କର ମୁହାଁମୁହିଁ ଧକ୍କା , ଜଣେ ମୃତ 10 ଆହତ

08:51 May 19

ଅନୁଗୋଳ: ଜିଲ୍ଲାରେ ପ୍ରବାସୀ ବସ ଦୁର୍ଘଟଣା ଗ୍ରସ୍ତ । ଏକ ଗ୍ୟାସ ଟ୍ୟାଙ୍କର ସହ ବସ ମୁହାଁ ମୁହିଁ ଧକ୍କା ହେବା ଫଳରେ ଦୁର୍ଘଟଣାଟି ଘଟିଛି । ଏଥିରେ ପ୍ରାୟ ୧୦ ଜଣ ପ୍ରବାସୀ ଆହତ ହୋଇଥିବା ଜଣାପଡିଛି।  

ତେବେ ବସ ଟି ନାବି ମୁମ୍ବାଇରୁ ପ୍ରାୟ 24 ଜଣ ପ୍ରବାସୀଙ୍କୁ ନେଇ ପଶ୍ଚିମବଙ୍ଗ ଯାଉଥିଲା। ଅନୁଗୋଳ ଜିଲ୍ଲା ଦେଇ ଯାଇଥିବା ୫୫ ନଂ ଜାତୀୟ ରାଜପଥର ହଣ୍ଡାପା ଥାନା ଲୁହା ମୁଣ୍ଡା ନିକଟରେ ଏହି ଦୁର୍ଘଟଣା ଘଟିଛି । ସ୍ଥାନୀୟ ପୋଲିସ ଆହତଙ୍କୁ ଚିକିତ୍ସା ପାଇଁ ବଇଁଣ୍ଡା ପ୍ରାଥମିକ ସ୍ୱସ୍ତ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିବା ଜଣାପଡ଼ିଛି।  

ତେବେ ଘଟଣାସ୍ଥଳରେ ହିଁ ଟ୍ୟାଙ୍କର ଚାଳକର ମୃତ୍ୟୁ ହୋଇଛି। ଏହାସହ ଆହତ 10ଜଣ ଆହତ ଯାତ୍ରୀଙ୍କ ମଧ୍ୟରୁ 3ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ଅନୁଗୋଳ ମୁଖ୍ୟ ଡାକ୍ତରଖାନାକୁ ଚକିତ୍ସା ପାଇଁ ଭର୍ତ୍ତି କରାଯାଇଛି।  

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Last Updated : May 19, 2020, 9:50 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.