ETV Bharat / state

ଅନୁଗୋଳରେ ବାତ୍ୟା ୟସ: ତୁହାକୁ ତୁହା ବର୍ଷା ସାଙ୍ଗକୁ ଘୁ-ଘୁ ପବନ

author img

By

Published : May 26, 2021, 7:40 PM IST

ଅନୁଗୋଳ ଜିଲ୍ଲାରେ ଅନୁଭୂତ ହୋଇଛି ବାତ୍ୟା ୟସର ପ୍ରଭାବ । ଅପରାହ୍ନ ତିନିଟା ପରଠାରୁ ଜିଲ୍ଲାରେ ତୁହାକୁ ତୁହା ବର୍ଷା ସହ ଜୋରରେ ପବନ ବହିବା ଆରମ୍ଭ ହୋଇଛି । ଅଧିକ ପଢନ୍ତୁ...

ଅନୁଗୋଳରେ ଆରମ୍ଭ ହେଇଛି ବାତ୍ୟା ୟସର ପ୍ରଭାବ
ଅନୁଗୋଳରେ ଆରମ୍ଭ ହେଇଛି ବାତ୍ୟା ୟସର ପ୍ରଭାବ

ଅନୁଗୋଳ: ଜିଲ୍ଲାରେ ଅନୁଭୂତ ହୋଇଛି ବାତ୍ୟା ୟସର ପ୍ରଭାବ । ମଙ୍ଗଳବାର ଠାରୁ ଜିଲାରେ ଝିପି ଝିପି ବର୍ଷା ଆରମ୍ଭ ହୋଇଥିବା ବେଳେ ବୁଧବାର ବର୍ଷାର ପରିମାଣ ବୃଦ୍ଧି ପାଇଛି । ଅପରାହ୍ନ ତିନିଟା ପରଠାରୁ ଜିଲ୍ଲାରେ ତୁହାକୁ ତୁହା ବର୍ଷା ସହ ଜୋରରେ ପବନ ବହିବା ଆରମ୍ଭ ହୋଇଛି । ଜିଲ୍ଲାରେ ୟସର ପ୍ରଭାବ ରହିବ ବୋଲି ପୂର୍ବାନୁମାନ ପରଠାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି।

ଅନୁଗୋଳରେ ଆରମ୍ଭ ହେଇଛି ବାତ୍ୟା ୟସର ପ୍ରଭାବ

ବୁଧବାର କେହି ବାହାରକୁ ନ ବାହାରିବାକୁ ଜିଲ୍ଲା ପୋଲିସ ପକ୍ଷରୁ ଲୋକଙ୍କୁ ଆଲର୍ଟ କରାଯାଇଛି । ବୁଧବାର ଜିଲ୍ଲାରେ ସମସ୍ତ ଅତ୍ୟାବଶ୍ୟକୀୟ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି । କିଛି କାମ ନଥିଲେ କେହି ବାହାରକୁ ନ ବାହାରିବାକୁ ଲୋକଙ୍କୁ କୁହାଯାଇଛି।

ଜିଲ୍ଲାର କଣିହାଁ ଓ ପାଲଲହଡ଼ା ବ୍ଲକରେ ପ୍ରଭାବ ପଡିବ ବୋଲି ପୂର୍ବରୁ SRCଙ୍କ ପକ୍ଷରୁ ସତର୍କତା ଜାରି କରାଯାଇଛି । ସେଥିପାଇଁ ଜିଲ୍ଲାର ଏହି ଦୁଇଟି ବ୍ଲକର କିଛି ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ଆଗକୁ ବର୍ଷାର ପରିମାଣ ବଢିବାର ଆଶଙ୍କା ରହିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.