ETV Bharat / state

ଶରୀରରେ ଛୁଞ୍ଚି ରହିବା ଘଟଣା: ତଦନ୍ତ ନିର୍ଦ୍ଦେଶ ଦେଲେ ସିଡିଏମଓ - ଶିଶୁର ଅଣ୍ଟାରେ ଇଞ୍ଜେକସନ

ଇଞ୍ଜେକ୍ସନ ଦେବା ବେଳେ ଛୁଞ୍ଚି ଭାଙ୍ଗି ଜଣେ ଶିଶୁର ଶରୀରରେ ରହିବା ଘଟଣାକୁ ନେଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଅନୁଗୋଳ
author img

By

Published : Oct 18, 2019, 12:50 AM IST

ଅନୁଗୋଳ: ଇଞ୍ଜେକ୍ସନ ଦେବା ବେଳେ ଛୁଞ୍ଚି ଭାଙ୍ଗି ଜଣେ ଶିଶୁର ଶରୀରରେ ରହିବା ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ । ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଚିକିତ୍ସାଧିକାରୀ । ଏହା ଛଡା ଶିଶୁଟିର ସମସ୍ତ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବେ ବୋଲି ଅନୁଗୋଳ ସିଡ଼ିଏମଓ କହିଛନ୍ତି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଅନୁଗୋଳ

ଅନୁଗୋଳ ମାଧପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଏକ ମାସ ତଳେ ଥଣ୍ଡା ଓ କାଶର ଚିକିତ୍ସା ପାଇଁ ଏକ ତିନିବର୍ଷର ଶିଶୁ ଆସିଥିଲା । ଶିଶୁ ଜଣକ ହେଲା ଆଠମଲ୍ଲିକ ମୋହନ ଖଳିରେ ରହି ଶ୍ରମିକ ଭାବେ କାମ କରୁଥିବା ସୀତାକାନ୍ତ ପଣ୍ଡାଙ୍କ ପୁଅ ସ୍ବୟଂଜିତ ପଣ୍ଡା ।

ଷ୍ଟାଫ ନର୍ସ ଶିଶୁର ଅଣ୍ଟାରେ ଇଞ୍ଜେକସନ ଦେଇଥିଲେ । ଏହାପରେ ଅଣ୍ଟାରେ ଅଧା ଛୁଞ୍ଚି ରହିଯାଇଥିଲା । କିନ୍ତୁ ସେତେବେଳେ ନର୍ସ ଏ ସମ୍ପର୍କରେ କାହାକୁ କିଛି ଜଣାଇ ନଥିଲେ । ଆଉ ପରିବାର ଲୋକ ଏ ସମ୍ପର୍କରେ କିଛି ବି ଜାଣି ପାରିନଥିଲେ । ହେଲେ ତା ପରଠୁ ଶିଶୁଟି କିନ୍ତୁ ଅନେକ ଯନ୍ତ୍ରଣା ପାଉଥିଲା। ଆଜି ହଠାତ ଶିଶୁର ସମ୍ବେଦନଶୀଳ ଜାଗାରେ ଛୁଞ୍ଚିଟି ଅଧା ବାହାରିଥିବାରୁ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ପରିବାର ଲୋକେ।

ଶିଶୁକୁ ଗୁରୁବାର ଭୋରରୁ ମାଧପୁର ମେଡିକାଲକୁ ଆଣିଥିଲେ ସେଠାରେ ଡାକ୍ତରଙ୍କ ପରାମର୍ଶ ପରେ ଆଠମଲ୍ଲିକ ଚିକିତ୍ସାଳୟକୁ ଶିଶୁକୁ ସ୍ଥାନାନ୍ତର କରାଯାଇଥିଲା ।

ସେଠାରେ ଡାକ୍ତର ଛୁଞ୍ଚି ବାହାର କରିବା ପରେ ଶିଶୁଟିର ଅବସ୍ଥା ସ୍ଥିର ରହିଥିବା ଜଣାପଡିଛି। ତେବେ ନର୍ସଙ୍କ ଏଭଳି ଦାୟିତ୍ବ ହୀନତା କାର୍ଯ୍ୟ ପାଇଁ ଏବେ ପ୍ରଶ୍ନ ଉଠିବାରେ ଲାଗିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ଅନୁଗୋଳ ରେ ଇଞ୍ଜେକ୍ସନ ଦେବା ବେଳେ ଛୁଞ୍ଚି ଭାଙ୍ଗି ଏକ ଛୋଟ ଶିଶୁର ଶରୀର ରେ ରହିବା ଘଟଣା କୁ ନେଇ ପ୍ରତିକ୍ରିୟା ରଖିଛନତି ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ।Body: ଘଟଣା କେ ନେଇ ଦୁଖ ପ୍ରକାଶ କରିବା ସହ ଏହାର ତଦନ୍ତ ନିର୍ଦେଶ ଦେଇଛନତି । ଏହା ଛଡା ଶିଶୁଟିର ସମସ୍ତ ଚିକିତ୍ସା ଖର୍ଚ ସରକାର ବହନ କରିବେ ବୋଲି ଅନୁଗୋଳ ସିଡ଼ିଏମଓ କହିଛନ୍ତି । ଅନୁଗୋଳ ମାଧପୁର ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଏକ ମାସ ତଳେ ଆଠମଲ୍ଲିକ ମୋହନ ଖଳିରେ ରହି ଶ୍ରମିକ ଭାବେ କାମ କରୁଥିବା ସୀତାକାନ୍ତ ପଣ୍ଡା ତାଙ୍କର ତିନି ବର୍ଷର ପୁଅ ସ୍ୱୟଂଜିତ ପଣ୍ଡାକୁ ଥଣ୍ଡା ଓ ଖାସ ହେବାରୁ ମାଧପୁର ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଦେଖାଇ ବାକୁ ନେଇଥିଲେ । ଷ୍ଟାଫ ନର୍ସ ସ୍ୱୟଂଜିତ ପଣ୍ଡାକୁ ଅଣ୍ଟାରେ ଇଂଜେକସନ ଦେଇଥିଲେ । ତେବେ ଏହି ଇଂଜେକସନ ଦେବାବେଳେ ଅଣ୍ଟାରେ ରହିଯାଇଥିଲା ନିଡିଲ । କିନ୍ତୁ ସେତେବେଳେ ନର୍ସ ଏ ସମ୍ପର୍କରେ କାହାକୁୁ କିଛି ଜଣାଇ ନଥିଲେ । ଆଉ ପରିବାର ଲୋକ ଏ ସମ୍ପର୍କରେ କିଛି ବି ଜାଣି ମଧ୍ୟ ପାରି ନଥିଲେ । ହେଲେ ତା ପରଠୁ ଶିଶୁଟି କିନ୍ତୁ ଅନେକ ଯନ୍ତ୍ରଣା ପାଉଥିଲା । ଆଜି ହଠାତ ଶିଶୁର ସମ୍ବେଦନଶୀଳ ଜାଗାରେ ନିଡିଲଟି ଅଧା ବହାରିଥିବାରୁ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ପରିବାର ଲୋକ । ଶିଶୁକୁ ଆଜି ଭୋରରେ ମାଧପୁର ମେଡିକାଲକୁ ଆଣିଥିଲେ ସେଠାରେ ଡାକ୍ତରଙ୍କ ପରାମର୍ଶ ପରେ ଆଠମଲ୍ଲିକ ଚିକିତ୍ସାଳୟକୁ ସ୍ୱୟଂଜିତ କୁ ସ୍ଥାନତର କରାଯାଇଛି ।
Byte-ଅମରେନ୍ଦ୍ର ନାଥ ମହାନ୍ତି, ସିଡିଏମ ଓ ଅନୁଗୋଳConclusion:ସେଠାରେ ଡାକ୍ତର ତା ଦେହର ଛୁଞ୍ଚି ବାହାର କରିବା ପରେ ତାର ଚିକିତ୍ସା କରିଛନ୍ତି । ଶିଶୁଟିର ଅବସ୍ଥା ସ୍ତିର ରହିଛି । ତେବେ ଏହତରେ ପ୍ରଶ୍ନ ଉଠୁଛି ଯଦି କୌଣସି କାରଣରୁ ଛୁଞ୍ଚି ଭାଙ୍ଗି ଗଲା ସମ୍ପୃକ୍ତ ନାର୍ସ ପରିବାର ଲୋକଙ୍କୁ କହିଲେ ନାହି କାହିଁକି ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.