ETV Bharat / state

ଆପେ ଆପେ ଉପରକୁ ଉଠିଗଲା ବୋର ୱେଲ, କାରଣ ଅସ୍ପଷ୍ଟ - ଅନୁଗୋଳ ବୋରୱେଲ ଉପରକୁ ଉଠିଲା

ମାଟି ଭିତରୁ ବାହାରି ପାଇପ ଆପେ ଆପେ ପ୍ରାୟ ୫୦ ଫୁଟ ଉପରକୁ ଉଠିଗଲା । ଏଭଳି ଆଶ୍ଚର୍ଯ୍ୟ ହେବା ଭଳି ଘଟଣା ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲାର ଛେଣ୍ଡିପଦା ବ୍ଲକ ବାଲିପଟା ଗାଁରେ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଆପେ ଆପେ ଉପରକୁ ଉଠିଗଲା ବୋର ୱେଲ, କାରଣ ଅସ୍ପଷ୍ଟ

author img

By

Published : Nov 3, 2020, 10:48 PM IST

ଅନୁଗୋଳ: ଆପେ ଆପେ ଉପରକୁ ଉଠିଗଲା ବୋର ୱେଲ୍ । ମାଟି ଭିତରୁ ବାହାରି ପାଇପ ଆପେ ଆପେ ପ୍ରାୟ ୫୦ ଫୁଟ ଉପରକୁ ଉଠିଗଲା । ଏଭଳି ଆଶ୍ଚର୍ଯ୍ୟ ହେବା ଭଳି ଘଟଣା ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲାର ଛେଣ୍ଡିପଦା ବ୍ଲକ ବାଲିପଟା ଗାଁରେ ।

ଆପେ ଆପେ ଉପରକୁ ଉଠିଗଲା ବୋର ୱେଲ, କାରଣ ଅସ୍ପଷ୍ଟ

ଏହି ଘଟଣା ପରେ ଗାଁ ଲୋକେ ଆଶ୍ଚର୍ଯ୍ୟ ହୋଇ ପଡିଛନ୍ତି । ଏହାର କାରଣ କଣ ଜଣାପଡିନଥିଲେ ମଧ୍ୟ ଏଭଳି ଘଟଣା ଆଗରୁ କେବେ କେଉଁଠି ଦେଖିବାକୁ ମିଳିନଥିଲା । ବାଲିପଟା ଗାଁର ସ୍ବର୍ଗତ ଶ୍ରୀଧର ଗଡନାୟକଙ୍କ ପରିବାର ନିଜ ବଗିଚାରେ ଏକ ବୋରୱେଲ ଖୋଳାଇଥିଲେ । ଗତ ରବିବାର ସେମାନେ ପ୍ରଥମଥର ପାଇଁ ଚଳାଇଥିଲେ । କିଛି ସମୟ ପମ୍ପ ଚାଲିଲା, ପାଣି ମଧ୍ୟ ବାହାରିଲା । କିନ୍ତୁ କିଛି ସମୟ ପରେ ପମ୍ପ ବନ୍ଦ ହୋଇଯାଇଥିଲା ।

ପରଦିନ ଦେଖିବା ବେଳକୁ ପୋତା ହୋଇଥିବା ପାଇପ ପ୍ରାୟ ୫୦ ଫୁଟ ଉପରକୁ ଉଠିଯାଇଥିଲା । ଗଡନାୟକ ପରିବାର ହଠାତ କିଛି ବୁଝି ପାରିନଥିଲେ ଯେ ଏମିତି କାହିଁକି ହେଲା । ଗାଁର ଲୋକେ ମଧ୍ୟ ଏହା ଦେଖିବାକୁ ଭିଡ଼ ଜମାଇଥିଲେ । ତେବେ ଏହା କୌଣସି ଅଲୌକିକ ଘଟଣା ହୋଇନଥିଲେ ମଧ୍ୟ ଏହା ପଛରେ କିଛି ବୈଜ୍ଞାନିକ କାରଣ ରହିଛି । କିନ୍ତୁ ଗ୍ରାମାଞ୍ଚଳର ଲୋକେ ଏଭଳି ଘଟଣା ଦେଖି ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.