ETV Bharat / state

ସରକାର ଚାଷୀଙ୍କ ଧାନ ନ କିଣିବା ଦାବିରେ ବିଜେପିର ଯୋଗାଣ କାର୍ଯ୍ୟାଳୟ ଘେରାଉ - Angul suppl;y department

ଦୀର୍ଘଦିନ ଧରି ଚାଷୀଙ୍କ ଧାନ ନ କିଣାଯିବା ପ୍ରତିବାଦରେ ଜିଲ୍ଲା ଯୋଗାଣ କାର୍ଯ୍ୟଳୟ ଘେରିଲା ବିଜେପି କୃଷକ ମୋର୍ଚ୍ଚା । ଅଧିକ ପଢନ୍ତୁ...

ସରକାର ଚାଷୀଙ୍କ ଧାନ ନ କିଣିବା ଦାବିରେ ବିଜେପିର ଯୋଗାଣ କାର୍ଯ୍ୟାଳୟ ଘେରାଉ

author img

By

Published : Jul 2, 2021, 4:06 PM IST

ଅନୁଗୋଳ: ରାଜ୍ୟ ସରକାରଙ୍କ ଅବହେଳାକୁ ନେଇ ଅନୁଗୋଳ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ସଭାପତି ବିଜୟ ମାଝିଙ୍କ ନେତୃତ୍ୱରେ ବହୁ ସଂଖ୍ୟକ କର୍ମୀ ଅନୁଗୋଳ ଯୋଗାଣ ବିଭାଗ କାର୍ଯ୍ୟାଳୟକୁ ବନ୍ଦ କରିଥିଲେ । ରାଜ୍ୟ ସରକାର କେନ୍ଦ୍ର ଦେଉଥିବା ଚାଷୀଙ୍କ ଟଙ୍କାଙ୍କୁ ହଡପ କରୁଥିବା ନେଇ ଅଭିଯୋଗ ଆଣିଛନ୍ତି ।

ସରକାର ଚାଷୀଙ୍କ ଧାନ ନ କିଣିବା ଦାବିରେ ବିଜେପିର ଯୋଗାଣ କାର୍ଯ୍ୟାଳୟ ଘେରାଉ

ଏଭଳି ଅଭିଯୋଗରେ ପ୍ରତିବାଦ କରିଛି ଅନୁଗୋଳ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା । ମୋର୍ଚ୍ଚା ପକ୍ଷରୁ ପ୍ରତିବାଦରେ ଜିଲ୍ଲା ଯୋଗାଣ ବିଭାଗ କାର୍ଯ୍ୟାଳୟ ଘେରାଉ କରାଯାଇଛି । ଖାଲି ସେତିକି ନୁହେଁ କାର୍ଯ୍ୟାଳୟକୁ ତାଲା ପକାଇଥିଲେ କର୍ମୀ ମାନେ । କେନ୍ଦ୍ର ସରକାର ଚାଷୀ ମାନଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେଉଥିଲେ ମଧ୍ୟ ରାଜ୍ୟ ସରକାର ଚାଷୀ ମାନଙ୍କୁ ସେସବୁ ଯୋଗାଇ ଦେଉ ନାହାନ୍ତି ବୋଲି ଦଳ ଅଭିଯୋଗ କରିଥିଲା ।

ବିଭିନ୍ନ ସ୍ଥାନରେ ଚାଷୀ ମାନଙ୍କ ଧାନ ବିକ୍ରି ହୋଇ ପାରୁ ନାହିଁ । ଚାଷୀ ମାନଙ୍କ ଯଥା ସମୟରେ ବିହନ ସାର ଆଦି ମିଳୁ ନାହିଁ । ତେଣୁ ଚାଷୀମାନେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ବୋଲି ଦଳ ପକ୍ଷରୁ ଅଭିଯୋଗ କରା ଯାଇଛି । ଏନେଇ ରାଜ୍ୟପାଳଙ୍କ ଉଦ୍ଦେ ଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି ବିଜେପି ନେତା ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.