ETV Bharat / state

ଆମ୍ବୁଲାନ୍ସ କାଚ ଭାଙ୍ଗି କୋରୋନା ରୋଗୀ ଫେରାର - Ambulance

କୋରୋନା ରୋଗୀ ଫେରାର । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଯାଉଥିବା ବେଳେ ଆମ୍ବୁଲାନ୍ସ କାଚ ଭାଙ୍ଗି ଚମ୍ପଟ ମାରିଛି । ଅଧିକ ପଢନ୍ତୁ...

ଆମ୍ବୁଲାନ୍ସ କାଚ ଭାଙ୍ଗି କୋରୋନା ରୋଗୀ ଫେରାର
ଆମ୍ବୁଲାନ୍ସ କାଚ ଭାଙ୍ଗି କୋରୋନା ରୋଗୀ ଫେରାର
author img

By

Published : Jul 17, 2021, 7:32 PM IST

ଅନୁଗୋଳ: ଆମ୍ବୁଲାନ୍ସ କାଚ ଭାଙ୍ଗି ଚମ୍ପଟ ମାରିଲେ କୋରୋନା ରୋଗୀ । ଏଭଳି ଘଟଣା ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲାରେ । ଜିଲ୍ଲା ସୀମାକୁ ଲାଗି କରିଥିବା ଟାଟା ଷ୍ଟିଲ ବିଏସଏଲର ପରିସରରୁ ଜଣେ କୋଭିଡ ରୋଗୀଙ୍କୁ ଧରି ଏକ ଆମ୍ବୁଲାନ୍ସ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଉଥିଲା । ଡାକ୍ତରଖାନାକୁ ନେବା ବାଟରେ ରୋଗୀ ଜଣକ ଆମ୍ବୁଲାନ୍ସର କାଚ ଭାଙ୍ଗି ଫେରାର ହୋଇଯାଇଥିବା ସୂଚନା ମିଳିଛି । ତେବେ ଫେରାର ଥିବା ରୋଗୀ ଜଣକ କୋରୋନା ପଜିଟିଭ ଥିବା ଜଣାପଡିଛି ।

ଆମ୍ବୁଲାନ୍ସ କାଚ ଭାଙ୍ଗି କୋରୋନା ରୋଗୀ ଫେରାର

ସୂଚନାନୁଯାୟୀ ରୋଗୀ ଜଣକ ପ୍ରଥମେ ଆମ୍ବୁଲାନ୍ସ ଚାଳକଙ୍କ ପଛପଟ କାଚ ଭାଙ୍ଗିଥିଲା ଓ ପରେ ପଛ ଡୋର କାଚ ଭାଙ୍ଗିବା ବେଳେ ଚାଳକ ଜଣକ ସଙ୍ଗେ ସଙ୍ଗେ ଗାଡିଟିକୁ ରାସ୍ତା କଡରେ ଅଟକାଇଥିଲେ । କୁଲାଡ ଗାଁ ନିକଟସ୍ଥ ବ୍ରାହ୍ମଣୀ ଦେବୀ ନିକଟରେ ଗାଡି ରହିବା କ୍ଷଣି ରୋଗୀ ଜଣକ କୁଲାଡ ଗାଁ ଆଡ଼କୁ ଦୌଡ଼ି ପଳାଇଥିବା ନେଇ ସୂଚନା ।

ରୋଗୀ ଆଣିବାକୁ ଆମ୍ବୁଲାନ୍ସରେ ବସିଥିବା ସୁପରଭାଇଜର ତାଙ୍କୁ କାବୁ କରିବା ପାଇଁ ତାଙ୍କ ପଛରେ ଦୌଡ଼ିଥିଲେ । ମାତ୍ର ରୋଗୀଙ୍କୁ ଖୋଜି ଖୋଜି ନୟାନ୍ତ ହୋଇଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ ତାଙ୍କର କୌଣସି ପତ୍ତା ମିଳିନଥିବା ନେଇ ସୂଚନା । ଶେଷରେ ଗାଡି ଚାଳକ ଜଣକ କଣ୍ଟାବଣିଆ ସ୍ଥିତ ଟାଟା ଷ୍ଟିଲ ବିଏସଏଲ(BSL)କୁ ଫେରି ଯାଇଥିବା ଦେଖିବାକୁ ମିଳିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.