ଅନୁଗୋଳ: ଜିଲ୍ଲା ନାଲକୋ ପ୍ଲାଣ୍ଟରେ କାର୍ଯ୍ୟରତ ଜଣେ ମହିଳା ଠିକା ଶ୍ରମିକଙ୍କ ମୃତ୍ୟୁ ନେଇ ଉତେଜନା । ମୃତ ମହିଳା ଜଣକ ହେଲେ ତୁଳସୀ ମୁର୍ମୁ । ତାଙ୍କ ଘର ମୟୂରଭଞ୍ଜର ଟିଆକାଟି ଗାଁରେ ବୋଲି ଜଣାପଡିଛି । ସେ ନିଜ ପରିବାର ସହ ନାଲକୋ ହଟିଙ୍ଗରେ ରହି ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ତେବେ ଶୁକ୍ରବାର ନାଲକୋ କଲୋନୀରେ ଘର ମରାମତି କାମ କରୁଥିବା ବେଳେ ହଠାତ ଅସୁସ୍ଥ ହୋଇ ପଡ଼ିଥିଲେ । ତାଙ୍କୁ ନାଲକୋ ଡାକ୍ତରଖାନାକୁ ନିଆଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ନାଲକୋ ଓ ସଂପୃକ୍ତ ଠିକା ସଂସ୍ଥା ପକ୍ଷରୁ ମୃତକ ପରିବାରକୁ 15ଲକ୍ଷ ଟଙ୍କା ଓ ପରିବାରର ଜଣଙ୍କୁ ନିଯୁକ୍ତି ଦାବିରେ ବିଭିନ୍ନ ଶ୍ରମିକ ସଂଗଠନ ମୃତଦେହକୁ ଡାକ୍ତରଖାନାରେ ରଖି ଆନ୍ଦୋଳନ କରୁଛନ୍ତି । ତେବେ ଏ ପର୍ଯ୍ୟନ୍ତ କୌଣସି ସମାଧାନର ବାଟ ବାହାରି ପାରି ନାହିଁ ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ