ETV Bharat / state

ଅବସରପ୍ରାପ୍ତ ଶିକ୍ଷକଙ୍କୁ କଚାଡି ମାରିଲା ହାତୀ - teacher killed by elephant

ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ରେଞ୍ଜରେ ହାତୀ ଆତଙ୍କ । ହାତୀ ଆକ୍ରମଣରେ ଜଣେ ଅବସର ପ୍ରାପ୍ତ ଶିକ୍ଷକଙ୍କ ମୃତ୍ୟୁ ଘଟିଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ
author img

By

Published : Oct 1, 2019, 7:19 PM IST

ଅନୁଗୋଳ: ହାତୀ ନେଇଛି ପୁଣି ଜଣଙ୍କ ଜୀବନ । ଜିଲ୍ଲାର ଛେଣ୍ଡିପଦା ରେଞ୍ଜ ଧାଙ୍ଗୁରୁମୁଣ୍ଡା ଗାଁରେ ହାତୀ ଆକ୍ରମଣରେ ଜଣେ ଅବସର ପ୍ରାପ୍ତ ଶିକ୍ଷକଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ହୃଷୀକେଶ ନାୟକ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ସୂଚନା ଅନୁଯାୟୀ, ମୃତ ହୃଷୀକେଶ ଚାଷ ଉପକରଣ ନେଇ ନିଜ ଗାଁ ବାରମଞ୍ଚାକୁ ଫେରୁଥିବା ବେଳେ ଧାଙ୍ଗୁରୁମୁଣ୍ଡା ଗାଁ ନିକଟରେ ତାଙ୍କୁ ଏକ ହାତୀ ଆକ୍ରମଣ କରିଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ସେପଟେ ହାତୀଟି ଗାଁ ମୁଣ୍ଡରେ ଥିବାରୁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି ।

ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ହାତୀ ଘଉଡେଇବା ପାଇଁ ଉଦ୍ୟମ ଆରମ୍ଭ କରିଛି । ତେବେ ବାରମ୍ବାର ଏହି ରେଞ୍ଜରେ ହାତୀ ଆକ୍ରମଣରେ ଅନେକ ଜୀବନ ଯାଉଥିବାରୁ ବନ ବିଭାଗର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠିଛି । ଘଟଣା ପରେ ସମଗ୍ର ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ହାତୀ ନେଲା ପୁଣି ଏକ ଜୀବନ । ହାତୀ ଆକ୍ରମଣ ରେ ଅବସର ପ୍ରାପ୍ତ ଶିକ୍ଷକ ମୃତ । ମୃତକ ଛେଣ୍ଡିପଦା ରେଞ୍ଜ ବାରମଞ୍ଚା ଗାଁ ର ହୃଷିକେଶ ନାଏକ ।Body:ଅନୁଗୋଳ ରେ ହାତୀ ନେଇଛି ପୁଣି ଜଣଙ୍କ ଜୀବନ । ଜିଲ୍ଲାର ଛେଣ୍ଡିପଦା ରେଞ୍ଜ ଧାଙ୍ଗୁରୁମୁଣ୍ଡା ଗାଁ ରେ ହାତୀ ଆକ୍ରମଣ ରେ ଯାଇଛି ଜଣଙ୍କ ଜୀବନ । ମୃତକ ଜଣଙ୍କ ହେଲେ ହୃଷୀକେଶ ନାୟକ । ହୃଷୀକେଶ କମାର ଶାଳ ରୁ ଚାଷ ଉପକରଣ ନେଇ ନିଜ ଗାଁ ବାରମଞ୍ଚା କୁ ଫେରୁଥିବା ବେଳେ ଧାଙ୍ଗୁରୁମୁଣ୍ଡା ଗାଁ ନିକଟରେ ତାଙ୍କୁ ହାତୀ ଆକ୍ରମଣ କରିଥିଲା। ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି । ହୃଷିକେଶ ଜଣେ ଅବସରପ୍ରାପ୍ତ ଶିକ୍ଷକ । ହାତୀ ଟି ହୃଷୀକେଶ ଙ୍କୁ ମାରିବା ପରେ ମଧ୍ୟ ଗାଁ ମୁଣ୍ଡରେ ରହିଥିବା ଜଣା ପଡ଼ିଛି । ଫଳରେ ଗାଁଲୋକେ ଭୟଭୀତ ଅଛନ୍ତି । ଘଟଣା ସ୍ଥଳରେ ବନ ବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ହାତୀ ଘଉଦେଇବା ପାଇଁ ଉଦ୍ୟମ ଆରମ୍ଭ କରିଛି । Conclusion:ତେବେ ବାରମ୍ବାର ଏହି ରେଞ୍ଜ ରେ ହାତୀ ଆକ୍ରମଣରେ ଅନେକ ଜୀବନ ଯାଉଥିବାରୁ ବନ ବିଭାଗ ର କାର୍ଯ୍ୟ ଶୈଳୀ ଉପରେ ପ୍ରଶ୍ନ ଉଠିଛି । ଘଟଣା ପରେ ଅଂଚଳ ରେ ଉତ୍ତେଜନା ମଧ୍ୟ ଦେଖା ଦେଇଛି ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.