ଅନୁଗୋଳ: ନିର୍ବାଚନୀ ମାହୋଲ ଥିବାବେଳେ ଜିଲ୍ଲାରୁ ଉଦ୍ଧାର ହୋଇଛି ଜାଲ ନୋଟ୍ । ତାଳଚେର ପୋଲିସ ହାତରେ ଧରାପଡିଛି ଜାଲ ନୋଟ୍ କାରବାର ଗ୍ୟାଙ୍ଗ୍ । ଏହି ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରିବା ସହ 3 ଲକ୍ଷ 52 ହଜାର ଟଙ୍କାର ଜାଲ ନୋଟ୍ ମଧ୍ୟ ଜବତ କରିଛି ।
ଗତ ଚାରି ଦିନ ତଳେ ତାଳଚେର ସହରର ବଲହର ଛକରୁ ନୋଟ ଭର୍ତ୍ତି ଏକ କାର ପୋଲିସ ଜବତ କରିଥିଲା । ପ୍ରାଥମିକ ତଦନ୍ତରେ କାରରୁ ଜବତ ନୋଟ୍ ସବୁ ଜାଲ ବୋଲି ଜଣାପଡିଥିଲା । ଏହାପରେ ଏନେଇ ଅଧିକ ଅନୁସନ୍ଧାନ ଚଳାଇଥିଲା ପୋଲିସ । ତେବେ ତାଳଚେର ଷ୍ଟେସନ ବଜାରର ମାଛ ଦୋକାନୀ ଏହି ଜାଲ ନୋଟ୍ କାରବାରର ମାଷ୍ଟର ମାଇଣ୍ଡ ବୋଲି ପୋଲିସ ସୂଚନା ପାଇଥିଲା ।
ମାଛ କାରବାରରେ ଏହି ନୋଟ୍ ଲଗାଇବା ପାଇଁ ଷ୍ଟେସନ ବଜାରର ବବଲୁ ଏହି କାରବାର କରୁଥିବା ଜଣାପଡିଥିଲା । ପରେ ଘଟଣାରେ ଯାଜପୁର ଜିଲ୍ଲାର ପଦାନ ମଲ୍ଲିକ ଓ ଅନ୍ୟ ଜଣେ ସଂଗ୍ରାମ ପଣ୍ଡାକୁ ମଧ୍ୟ ପୋଲିସ ଗିରଫ କରିଛି । ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ରହିଛି । ଏମାନଙ୍କ ଠାରୁ ଏକ ଖେଳନା ବନ୍ଧୁକ ସହ ମୋବାଇଲ ଫୋନ୍ ମଧ୍ୟ ଜବତ ହୋଇଛି । ଏହି ଜବତ ନୋଟ୍ ମଧ୍ୟରେ ରହିଛି 500 ଓ 2000 ଟଙ୍କିଆ ନୋଟ ରହିଥିବାର ପୋଲିସ ସୂଚନା ଦେଇଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ