ETV Bharat / state

ଦିବ୍ୟାଙ୍ଗଙ୍କୁ ଚିହ୍ନଟ କରି ସରକାରୀ ସହାୟତା ଦେବାକୁ ବିଧାୟକଙ୍କ ପ୍ରୟାସ - ଦିବ୍ୟାଙ୍ଗଙ୍କୁ ଚିହ୍ନଟ କରିବାକୁ ବିଧାୟକଙ୍କ ପ୍ରୟାସ

ଦିବ୍ୟାଙ୍ଗ ଚିହ୍ନଟ ପାଇଁ ତାଳଚେର ବିଧାୟକଙ୍କ ପ୍ରୟାସ । ଏକ ଶିବିର କରାଯାଇ ଦିବ୍ୟାଙ୍ଗକୁ ସମସ୍ତ ସରକାରୀ ସୁବିଧା ଯୋଗାଇବାକୁ ଉଦ୍ୟମ କରିଛନ୍ତି । ଅଧିକ ପଢନ୍ତୁ...

ଦିବ୍ୟାଙ୍ଗଙ୍କୁ ଚିହ୍ନଟ କରି ସରକାରୀ ସହାୟତା ଦେବାକୁ ବିଧାୟକଙ୍କ ପ୍ରୟାସ

author img

By

Published : Mar 3, 2021, 11:58 AM IST

ଅନୁଗୋଳ: ଦିବ୍ୟାଙ୍ଗ ଚିହ୍ନଟ ପାଇଁ ତାଳଚେର ବିଧାୟକଙ୍କ ପ୍ରୟାସ । ନିଜ ଅଞ୍ଚଳର ଦିବ୍ୟାଙ୍ଗଙ୍କୁ ଚିହ୍ନଟ କରି ସେମାନଙ୍କୁ ସରକାରୀ ସହାୟତା ଦେବାକୁ ଏକ ଶିବିର ଅନୁଷ୍ଠିତ ହୋଇଛି । ତାଳଚେର ବ୍ଲକ ଏବଂ ପୌର ପରିଷଦରେ ପଞ୍ଜିକୃତ ହୋଇଥିବା ଦିବ୍ୟାଙ୍ଗ ପାଇଁ ସରକାରୀଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ଏହି ଶିବିର କରାଯାଇଛି ।

ଦିବ୍ୟାଙ୍ଗଙ୍କୁ ଚିହ୍ନଟ କରି ସରକାରୀ ସହାୟତା ଦେବାକୁ ବିଧାୟକଙ୍କ ପ୍ରୟାସ

ଏହି ଶିବିରକୁ ବିଧାୟକ ବ୍ରଜ କିଶୋର ପ୍ରଧାନ ପ୍ରଦୀପ ପ୍ରଜ୍ଜଳନ କରି ଉଦଘାଟନ କରିଥିଲେ । ସରକାରଙ୍କ ତରଫରୁ ଦିବ୍ୟାଙ୍ଗୁ ଯୋଗାଇ ଦିଆଯାଉଥିବା ବିଭିନ୍ନ ସୁବିଧା ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ତାଳଚେର ବ୍ଲକ ଅଧ୍ୟକ୍ଷ ବୃନ୍ଦାବନ ବେହେରା, ଉପଜିଲ୍ଲାପାଳ, ବିଡିଓ, ତହସିଲଦାର, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଅଶୋକ କୁମାର ନାୟକ ପ୍ରମୁଖ ଶିବିରରେ ଉପସ୍ଥିତ ଥିଲେ l

ଏହି ଶିବିରରେ ବିଭିନ୍ନ ବର୍ଗର 476 ଜଣ ଭିନ୍ନକ୍ଷମଙ୍କୁ ଡାକ୍ତର ସ୍ବାସ୍ଥ୍ୟ ପରୀକ୍ଷା କରି ମାର୍କିଙ୍ଗ କରିଥିଲେ l ଯଦ୍ବାରା ଆଗାମୀ ଦିନରେ ସେମାନଙ୍କୁ ପ୍ରଶାସନ ତରଫରୁ ଆବଶ୍ୟକୀୟ ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବାରେ ସହଜ ହୋଇପାରିବ l

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.