ETV Bharat / state

କୋରୋନା ଯୋଗୁଁ ଫିକା ପଡିଲା ତାଳଚେରର ପ୍ରସିଦ୍ଧ ଗଣପର୍ବ ଗଣେଶ ପୂଜା - ganesh puja

ମହାମାରୀ କୋରୋନା ଯୋଗୁଁ ଫିକା ପଡିଲା ତାଳଚେରର ପ୍ରସିଦ୍ଧ ଗଣପର୍ବ ଗଣେଶ ପୂଜା । କଟକଣା ମଧ୍ୟରେ କେବଳ ଘରେ ଏବଂ ବିଭିନ୍ନ ପୂଜା କମିଟି ମଣ୍ଡପ ଭିତରେ ବିଧି ମୁତାବକ ପୂଜାର୍ଚ୍ଚନା କରାଯାଇଛି । ଅଧିକ ପଢନ୍ତୁ...

କୋରୋନା ଯୋଗୁଁ ଫିକା ପଡିଲା ତାଳଚେରର ପ୍ରସିଦ୍ଧ ଗଣପର୍ବ ଗଣେଶ ପୂଜା

author img

By

Published : Aug 22, 2020, 10:38 PM IST

ଅନୁଗୋଳ: କୋରୋନା କଟକଣା ଯୋଗୁଁ ଏଥର ତାଳଚେରରେ ପ୍ରସିଦ୍ଧ ଗଣେଶ ପୂଜା ବନ୍ଦ ହୋଇଯାଇଛି । କେବଳ ଘରେ ଏବଂ ବିଭିନ୍ନ ପୂଜା କମିଟି ମଣ୍ଡପ ଭିତରେ ବିଧି ମୁତାବକ ପୂଜାର୍ଚ୍ଚନା କରାଯାଇଛି । ଗଣେଶ ପୂଜା ତାଳଚେରବାସୀଙ୍କର ଗଣପର୍ବ ଭାବେ ଜଣାଶୁଣା ।

କୋରୋନା ଯୋଗୁଁ ଫିକା ପଡିଲା ତାଳଚେରର ପ୍ରସିଦ୍ଧ ଗଣପର୍ବ ଗଣେଶ ପୂଜା

ଗଣେଶ ପୂଜା ଆସିଲେ ପ୍ରତ୍ୟେକଙ୍କ ଘରକୁ ବନ୍ଧୁ ବାନ୍ଧବ ଆସନ୍ତି । ସମସ୍ତେ ନୂତନ ବସ୍ତ୍ର ପରିଧାନ କରନ୍ତି । ଘରେ ଘରେ ପିଠା ପଣାର ଆସର ଜମେ । ଚଳିତ ବର୍ଷ ଏସବୁ ବନ୍ଦ ହୋଇଯାଇଥିବାରୁ ତାଳଚେରବାସୀଙ୍କ ମନରେ ଦୁଃଖ । କେବଳ ତାହା ନୁହେଁ । ମୂର୍ତ୍ତି କାରିଗରମାନେ ବର୍ଷ ସାରାର ରୋଜଗାର ହରାଇଛନ୍ତି । ଛୋଟ ମୋଟ ଦୋକାନୀମାନେ ନିରାଶ ହୋଇଛନ୍ତି । ତୋରଣ, ଲାଇଟ ଓ ଅନ୍ୟାନ୍ୟ ସାମଗ୍ରୀ ପାଇଁ ଭଲ ଦି ପଇସା ପାଉଥିବା ଟେଣ୍ଟ ହାଉସ ମାଲିକମାନେ ହାତ ବାନ୍ଧି ବସିଛନ୍ତି । ତାଳଚେରରେ ଗଣେଶପୂଜା ପ୍ରାୟ ୧୨ଦିନ ଧରି ଚାଲେ । ଲକ୍ଷାଧିକ ଭକ୍ତଙ୍କ ସମାଗମ ହୁଏ । ୧୦ କୋଟିରୁ ଅଧିକ ତାଙ୍କର କାରବାର ହୁଏ । ଏ ବର୍ଷ ସବୁ କିଛି ବନ୍ଦ ହୋଇ ଯାଇଛି ।

ଆଜି ତାଳଚେର ସହର ଝଲସି ଉଠି ଥାଆନ୍ତା । ଚାରିଆଡେ ମନ୍ତ୍ର ଧ୍ବନୀରେ ପ୍ରକମ୍ପିତ ହୋଇ ଥାଆନ୍ତା । ଶତାଧିକ ମଣ୍ଡପରେ ଗଜାନନ ପୂଜା ପାଇଥାଆନ୍ତେ । ହେଲେ କୋରୋନା ଯୋଗୁଁ ସବୁ ଫିକା ପଡିଯାଇଛି । ଏଥିପାଇଁ ତାଳଚେରବାସୀଙ୍କ ମନରେ ଦୁଃଖ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.