ETV Bharat / state

ସ୍ମାର୍ଟ ସିଟିରେ ସ୍ମାର୍ଟ ସିଟି ସର୍ଭଲାନ୍ସ - ପୋଲିସ ମହାନିର୍ଦ୍ଦେଶକ ଡଃ ରାଜେନ୍ଦ୍ର ପ୍ରସାଦ ଶର୍ମା

ଅନୁଗୋଳରେ ଆରମ୍ଭ ହୋଇଛି ସ୍ମାର୍ଟ ସିଟି ସର୍ଭଲାନ୍ସ । ଅପରାଧୀଙ୍କୁ ଜଗିବା ସହ ଟ୍ରାଫିକ ନିୟମ ଉଲଙ୍ଘନକାରୀଙ୍କୁ ଜଗିବ ଏହି ସ୍ମାର୍ଟ CCTV ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ
author img

By

Published : Aug 3, 2019, 4:17 AM IST

ଅନୁଗୋଳ: ଜିଲ୍ଲାରେ ଶୁକ୍ରବାରଠାରୁ ଆରମ୍ଭ ହୋଇଛି ସ୍ମାର୍ଟ ସିଟି ସର୍ଭଲାନ୍ସ । ଅପରାଧୀଙ୍କୁ ଜଗିବା ସହ ଟ୍ରାଫିକ ନିୟମ ଉଲଙ୍ଘନକାରୀଙ୍କୁ ଜଗିବ ଏହି ସ୍ମାର୍ଟ CCTV । ହାଇଦ୍ରାବାଦ ପରେ ଏହା ଓଡିଶାରେ ପ୍ରଥମ ଓ ଦେଶର ଦ୍ଵିତୀୟ ସ୍ମାର୍ଟ ସିଟି ସର୍ଭଲାନ୍ସ ବ୍ୟବସ୍ଥା ହେବ।

ଏହି ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଡଃ ରାଜେନ୍ଦ୍ର ପ୍ରସାଦ ଶର୍ମା ଓ ବିଧାନ ସଭା ଉପବାଚସ୍ପତି ରଜନୀକାନ୍ତ ସିଂହ । ଏହି ବ୍ୟବସ୍ଥାରେ ସହରରେ 8ଟି ସ୍ଥାନରେ 45ଟି ଅତ୍ୟାଧୁନିକ କ୍ୟାମେରା ଲଗାଯାଇଛି । ଅତ୍ୟାଧୁନିକ ସିସିଟିଭି କ୍ୟାମେରା ସାହାଯ୍ୟରେ ପୁରା ସହରର ଅପରାଧକୁ ନିୟନ୍ତ୍ରଣ ଓ ଅପରାଧୀଙ୍କ ଉପରେ ନଜର ରଖିବା ପାଇଁ ଏହି ବ୍ୟବସ୍ଥା କରାଯାଇଛି । ଏହାଦ୍ବାରା ଗୋଟିଏ କଣ୍ଟ୍ରୋଲ ରୁମରେ ବସି ପୁରା ସହର ଉପରେ ନଜର ରଖିବ ପୋଲିସ । ଖାଲି ସେତିକି ନୁହେଁ ଏଥିରେ ଖଞ୍ଜାଯାଇଥିବା ଡାଟା ବେସ୍ ଅଧାରରେ ଅପରାଧୀଙ୍କ ମୁହଁକୁ ଚିହ୍ନଟ କରିବ ସିସିଟିଭି । ଯାହା ପୋଲିସକୁ ଅପରାଧ ରୋକିବାରେ ସହାୟକ ହେବ ବୋଲି କହିଛନ୍ତି ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଏହି ଉଦ୍‌ଘାଟନୀ ଅବସରରେ ପୋସ୍କୋ ଆକ୍ଟରେ ଦୁଷ୍କର୍ମକାରୀ ଫାଶୀ ଦଣ୍ଡାଦେଶ ପାଇଥିବାକୁ ପ୍ରଶଂସା କରିବା ସହ ଏହା ଏକ ଉଦାହାରଣ ବୋଲି କହିଛନ୍ତି ଡିଜିପି । ଶୀଘ୍ର ନ୍ୟାୟ ପାଇଁ ତୁରନ୍ତ ତଦନ୍ତ ସାରିବାରେ ଅନୁଗୋଳ ପୋଲିସ ଏକ ଉଦାହରଣ ହେବ ବୋଲି ମଧ୍ୟ ସେ କହିଛନ୍ତି ।

ଏହି ଅବସରରେ ପୋଲିସର ଶୀଘ୍ର ତଦନ୍ତ ପ୍ରକ୍ରିୟା ସାରିଥିବା ଅଫିସ୍‌ରଙ୍କୁ ଡିଜିପି ପୁରସ୍କୃତ କରିଥିଲେ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Slug,, mitun chakraboety Puri , avb , Puri , 25.4.19

Anc,,.  ବିଶିଷ୍ଟ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଆଜି ସକାଳେ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ସେ ତାଙ୍କର ପରିବାର ବର୍ଗ ଙ୍କ ଶହ ଶ୍ରୀଜୀଉଙ୍କ ଦର୍ଶନ କରିଛନ୍ତି। ତାଙ୍କର ଥିବା ଏକ ମାନସିକ ପୂରଣ ହୋଇ ଥିବାରୁ ସେ ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କରିଥିବା କହିଛନ୍ତି। ସକାଳୁ ଶ୍ରୀମନ୍ଦିର ସିଂହ ଦ୍ୱାର ରେ ପହଂଚିବା ପରେ ଶ୍ରୀମନ୍ଦିର ଲୋକ ସମ୍ପର୍କ ଅଧିକାରୀ ତାଙ୍କୁ ସ୍ବାଗତ କରିଥିଲେ। ପରେ କୌଳିକ ପଣ୍ଡା ଙ୍କ ସହ ଶ୍ରୀମନ୍ଦିର ଭିତରକୁ ଯାଇ ଥିଲେ। ବିଭିନ୍ନ ପାର୍ଶ୍ଵ ଦେବା ଦେବୀ ମନ୍ଦିର ଦର୍ଶନ ସହ ପୂଜାର୍ଚ୍ଚନା କରିଥିଲେ। ତେବେ ମହାପ୍ରଭୁଙ୍କ ଦର୍ଶନ ପାଇ ସେ ବହୁତ ଖୁସି ଓ ଆନନ୍ଦ ଅନୁଭବ କରିଥିବା କହିଥିଲେ।

ବାଇଟ ,,, ମିଥୁନ ଚକ୍ରବର୍ତ୍ତୀ ,, ଅଭିନେତା
ବାଇଟ ,, ରାମ କୃଷ୍ନ ଦାସ ମହାପାତ୍ର ,, ବରିଷ୍ଠ ଦଇତାପତି

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର

What's app reରେ ଭିଯୁଆଲ ବାଇଟ ଯାଇଛି
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.