ETV Bharat / state

ବାଘୁଣୀ ସୁନ୍ଦରୀକୁ ଫେରାଇ ନେବାକୁ ଚିଠି ଲେଖିଲା ଓଡିଶା - ଅନୁଗୋଳ ଖବର

ମଧ୍ୟପ୍ରଦେଶ ଫେରିଯିବ ବାଘୁଣୀ ସୁନ୍ଦରୀ । ଏନେଇ ମଧ୍ୟପ୍ରଦେଶରୁ ଆସିଥିବା ପୂର୍ବ ଚିଠିର ଉତ୍ତର ରଖିଛନ୍ତି ରାଜ୍ୟ ସରକାର। ଆଗକୁ ପଢନ୍ତୁ...

sundari will go back to madhyapradesh !
ମଧ୍ୟପ୍ରଦେଶ ଫେରିଯିବ ବାଘୁଣୀ ସୁନ୍ଦରୀ !
author img

By

Published : Jan 2, 2020, 11:45 PM IST

ଅନୁଗୋଳ: ଦେଶର ଆନ୍ତଃରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତରଣ ପ୍ରକଳ୍ପକୁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ସଂସ୍ଥା (NTCA) ପ୍ରଥମେ ରୋକ ଲଗାଇବା ପରେ ମଧ୍ୟପ୍ରଦେଶରୁ ଆସିଥିବା ବାଘୁଣୀକୁ ଫେରାଇ ଦେବାକୁ ଓଡିଶା ସରକାରଙ୍କ ନିକଟକୁ ଚିଠି ଲେଖିଥିଲେ । ଆଜି ସେହି ଚିଠିର ଉତ୍ତର ରଖିଛନ୍ତି ରାଜ୍ୟ ସରକାର । ବାଘୁଣୀକୁ ଫେରାଇ ନେବାକୁ ମଧ୍ୟ ପ୍ରଦେଶ ସରକାରଙ୍କୁ ଚିଠି ଲେଖିଛି ଓଡିଶା ବନ ବିଭାଗ ।

ମଧ୍ୟପ୍ରଦେଶ ଫେରିଯିବ ବାଘୁଣୀ ସୁନ୍ଦରୀ !

ଏକ ବର୍ଷରୁ ଅଧିକ ଦିନ ହେବ ସାତକୋଶିଆର ଏନକ୍ଲୋଜରରେ ମଣିଷ ମାରିବା ଅଭିଯୋଗରେ ବନ୍ଦୀ ଜୀବନ କାଟୁଛି ବାନ୍ଧବ ଗଡର ବାଘୁଣୀ । ବନ ବିଭାଗ ସୂଚନା ମୁତବକ ମଧ୍ୟପ୍ରଦେଶ ସରକାର ଓ ବ୍ୟାଘ୍ର ପ୍ରକଳ୍ପ କର୍ତ୍ତୃପକ୍ଷଙ୍କୁ ବାଘୁଣୀକୁ ଫେରାଇ ନେବା ଲାଗି ଏହି ଚିଠିରେ କୁହାଯାଇଛି । ଯେଉଁ ବିଶେଷଜ୍ଞମାନଙ୍କ ସହାୟତାରେ ଏଠାକୁ ବାଘୁଣୀକୁ ଅଣାଯାଇଥିଲା, ସେମାନେ ହିଁ ଏଠାରୁ ବାଘୁଣୀକୁ ଫେରାଇ ନିଆଯାଉ ବୋଲି କୁହାଯାଇଛି ।

୨୦୧୯ ଡିସେମ୍ବର ୧୭ ତାରିଖରେ NTCA ର DIG ସୁରେନ୍ଦ୍ର ମେହେରା ଚିଠି ଲେଖି ବ୍ୟାଘ୍ର ସମ୍ପ୍ରସାରଣ ତଥା ସୁରକ୍ଷା ପ୍ରତି ରାଜ୍ୟ ସରକାରଙ୍କ ଆନ୍ତରିକତା ଉପରେ ପ୍ରଶ୍ନ ଉଠାଇଥିଲେ । ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ମଧ୍ୟପ୍ରଦେଶରୁ ସାତକୋଶିଆକୁ ଆସିଥିବା ବାଘ (ଟି-୧) ଓ ବାଘୁଣୀ (ଟି-୨) ଙ୍କ ପରିଚାଳନା ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯାଇ ନଥିଲା। ଏପରିକି ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର(ଏସ୍‌ଓପି) ପାଳନ କରାଯାଇ ନଥିଲା ।

ଏନେଇ ଏନ୍‌ଟିସିଏ ପକ୍ଷରୁ ବାରମ୍ବାର ରାଜ୍ୟ ଜଙ୍ଗଲ ବିଭାଗକୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ବିଭାଗ ନେଇ ନଥିବା NTCA ପ୍ରଶ୍ନ କରିଥିଲା । ବାଘୁଣୀକୁ ବାନ୍ଧବଗଡ଼ରୁ ସାତକୋଶିଆକୁ ଆଣିବା ସମୟରେ ବନ୍ୟପ୍ରାଣୀ ସୁରକ୍ଷା ଆଇନ ୧୯୭୨କୁ ପାଳନ କରାଯାଇ ନଥିବା ଚିଠିରେ ଦର୍ଶା ଯାଇଥିଲା । ତେବେ ବାଘୁଣୀକୁ ମଧ୍ୟପ୍ରଦେଶର କାହ୍ନା ଟାଇଗର ରିଜର୍ଭରେ ଥିବା ଘୋରେଲା କେନ୍ଦ୍ରକୁ ପ୍ରତ୍ୟାହାର କରି ନିଆଯିବ ବୋଲି କୁହାଯାଉଛି।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ,ଇଟିଭି ଭାରତ

Intro:ଦେଶର ଆନ୍ତଃରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତରଣ ପ୍ରକଳ୍ପକୁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ସଂସ୍ଥା (NTCA) ପ୍ରଥମେ ରୋକ ଲଗାଇବା ପରେ ମଧ୍ୟ ପ୍ରଦେଶ ରୁ ଆସିଥିବା ବାଘୁଣୀ କୁ ମଧ୍ୟ ପ୍ରଦେଶ ଫେରାଇ ଦେବାକୁ ଓଡିଶା ସରକାରଙ୍କ ନିକଟକୁ ଚିଠି ଲେଖିଥିଲେ । ଆଜି ସେହି ଚିଠି ର ଉତ୍ତର ରଖିଛନ୍ତି ରାଜ୍ୟ ସରକାର । ବାଘୁଣୀ କୁ ଫେରାଇ ନେବାକୁ ମଧ୍ୟ ପ୍ରଦେଶ ସରକାରଙ୍କୁ ଚିଠି ଲେଖିଛି ଓଡିଶା ବନ ବିଭାଗ । ଏକ ବର୍ଷ ରୁ ଅଧିକ ଦିନ ହେବ ସାତକୋଶିଆର ଏଙ୍କ୍ଲୋଜର ରେ ମଣିଷ ମାରିବା ଅଭିଯୋଗରେ ବନ୍ଦୀ ଜୀବନ କାଟୁଛି ବାନ୍ଧବ ଗଡର ବାଘୁଣୀ । ବନ ବିଭାଗ ସୂଚନା ମୁତବକ ମଧ୍ୟପ୍ରଦେଶ ସରକାର ଓ ବ୍ୟାଘ୍ର ପ୍ରକଳ୍ପ କର୍ତୃପକ୍ଷଙ୍କୁ ବାଘୁଣୀକୁ ଫେରାଇ ନେବା ଲାଗି ଏହି ଚିଠିରେ କୁହାଯାଇଛି । ଯେଉଁ ବିଶେଷଜ୍ଞମାନଙ୍କ ସହାୟତାରେ ଏଠାକୁ ବାଘୁଣୀକୁ ଅଣାଯାଇଥିଲା, ସେମାନେ ହିଁ ଏଠାରୁ ବାଘୁଣୀକୁ ଫେରାଇ ନିଆଯାଉ ବୋଲି କୁହାଯାଇଛି । Body:୨୦୧୯ ଡିସେମ୍ବର ୧୭ ତାରିଖରେ NTCA ର DIG ସୁରେନ୍ଦ୍ର ମେହେରା ଚିଠି ଲେଖି ବ୍ୟାଘ୍ର ସମ୍ପ୍ରସାରଣ ତଥା ସୁରକ୍ଷା ପ୍ରତି ରାଜ୍ୟ ସରକାରଙ୍କ ଆନ୍ତରିକତା ଉପରେ ପ୍ରଶ୍ନ ଉଠାଇଥିଲେ । ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ମଧ୍ୟପ୍ରଦେଶରୁ ସାତକୋଶିଆକୁ ଆସିଥିବା ବାଘ (ଟି-୧) ଓ ବାଘୁଣୀ (ଟି-୨) ଙ୍କ ପରିଚାଳନା ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯାଇ ନଥିଲା। ଏପରିକି ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର(ଏସ୍‌ଓପି) ପାଳନ କରାଯାଇ ନଥିଲା। ଏନେଇ ଏନ୍‌ଟିସିଏ ପକ୍ଷରୁ ବାରମ୍ବାର ରାଜ୍ୟ ଜଙ୍ଗଲ ବିଭାଗକୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ବିଭାଗ ନେଇ ନଥିବା NTCA ପ୍ରଶ୍ନ କରିଥିଲା । ବାଘୁଣୀ କୁ ବାନ୍ଧବଗଡ଼ରୁ ସାତକୋଶିଆକୁ ଆଣିବା ସମୟରେ ବନ୍ୟପ୍ରାଣୀ ସୁରକ୍ଷା ଆଇନ ୧୯୭୨ କୁ ପାଳନ କରାଯାଇ ନଥିବା ଚିଠିରେ ଦର୍ଶା ଯାଇଥିଲା । Conclusion:ତେବେ ବାଘୁଣୀ କୁ ମଧ୍ୟପ୍ରଦେଶର କାହ୍ନା ଟାଇଗର ରିଜର୍ଭରେ ଥିବା ଘୋରେଲା କେନ୍ଦ୍ରକୁ ପ୍ରତ୍ୟାହାର କରି ନିଆଯିବ ବୋଲି କୁହାଯାଉଛି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.