ETV Bharat / state

ଶିକ୍ଷକଙ୍କ ବଦଳି ବାତିଲ ଦାବିରେ ସ୍କୁଲରେ ତାଲା ପକାଇଲେ ଛାତ୍ରଛାତ୍ରୀ - ଅନୁଗୋଳ ନୂଆସାହିରେ ସ୍କୁଲ୍‌ ତାଲା ପକାଇଲେ ଛାତ୍ରଛାତ୍ରୀ

ଶିକ୍ଷକ ବଦଳିର ପ୍ରତିବାଦରେ ଧାରଣାରେ ବସିଲେ ଅଭିଭାବକ ଓ ଛାତ୍ରଛାତ୍ରୀ । ବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇଛନ୍ତି ଆନ୍ଦୋଳନକାରୀ । ଅନୁଗୋଳ ଜିଲ୍ଲାର ନୂଆସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି(ମଙ୍ଗଳବାର) ଏଭଳି ସ୍ଥିତି ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ

Students locked school demanding cancellation of teachers transfer in anugul nuasahi
ଶିକ୍ଷକଙ୍କ ବଦଳି ବାତିଲ ଦାବିରେ ସ୍କୁଲରେ ତାଲା ପକାଇଲେ ଛାତ୍ରଛାତ୍ରୀ
author img

By

Published : Jan 4, 2022, 5:14 PM IST

ଅନୁଗୋଳ: ଶିକ୍ଷକ ବଦଳିର ପ୍ରତିବାଦରେ ଧାରଣାରେ ବସିଲେ ଅଭିଭାବକ ଓ ଛାତ୍ରଛାତ୍ରୀ । ବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇଛନ୍ତି ଆନ୍ଦୋଳନକାରୀ । ଅନୁଗୋଳ ଜିଲ୍ଲାର ନୂଆସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି(ମଙ୍ଗଳବାର) ଏଭଳି ସ୍ଥିତି ଦେଖିବାକୁ ମିଳିଛି । ତାଲା ପକାଇ ଆନ୍ଦୋଳନ କରିଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ । ବିଦ୍ୟାଳୟର ଏକମାତ୍ର ବିଜ୍ଞାନ ଶିକ୍ଷକ ବିଜୟ ସାମଲଙ୍କୁ ଅନ୍ୟତ୍ର ବଦଳି କରାଯାଇଛି । ଏହାକୁ ନେଇ ପ୍ରତିବାଦ କରିଛନ୍ତି ଅଭିଭାବକ ।

ଶିକ୍ଷକଙ୍କ ବଦଳି ବାତିଲ ଦାବିରେ ସ୍କୁଲରେ ତାଲା ପକାଇଲେ ଛାତ୍ରଛାତ୍ରୀ

ବିଦ୍ୟାଳୟର ଏକମାତ୍ର ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କଲେ ସ୍କୁଲରେ ଶିକ୍ଷାଦାନରେ ବାଧା ଉପୁଜିବ । ପିଲାମାନେ ବିଜ୍ଞାନ ଓ ଗଣିତ ଶିକ୍ଷାଦାନରୁ ବଞ୍ଚିତ ହେବେ ଯାହାକୁ ନେଇ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ବିଦ୍ୟାଳୟରେ ତାଲା ଯୋଗୁଁ ଶିକ୍ଷାନୁଷ୍ଠାନ ବନ୍ଦ ରହିବା ସହ ଶିକ୍ଷକ ଶିକ୍ଷୟିତ୍ରୀମାନେ ମଧ୍ୟ ବିଦ୍ୟାଳୟକୁ ଯାଇପାରି ନାହାନ୍ତି । ଅଞ୍ଚଳରେ ଶିକ୍ଷକଙ୍କ ବଦଳି ନେଇ ଉତ୍ତେଜନା ଦେଖାଦେଇଛି ।

ତାଙ୍କ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ବିଜୟ ସାମଲଙ୍କ ବଦଳି ବାତିଲ କରିବାକୁ ଅଭିଭାବକ ଓ ଛାତ୍ରଛାତ୍ରୀ ଦାବି କରିଛନ୍ତି । ବିଦ୍ୟାଳୟରେ 300 ରୁ ଅଧିକ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି । ତେବେ ସେମାନଙ୍କ ପାଇଁ କେବଳ ଜଣେ ମାତ୍ର ଶିକ୍ଷକ ରହିଛନ୍ତି । ଯଦି ବିଜ୍ଞାନ ଶିକ୍ଷକ ବଦଳି ପରେ ନୂଆ ଶିକ୍ଷକ ନିଯୁକ୍ତି ଦିଆ ନଯାଇ ତେବେ ଶିକ୍ଷା ଦାନ ବିଗିଡ଼ି ଯିବନେଇ ଆଶଙ୍କା କରିଛନ୍ତି ଅଭିଭାବକ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.