ETV Bharat / state

ମହିଳାଙ୍କ ଅଧିକାର ପାଇଁ ସମାବେଶ, ସାମିଲ ହେଲେ ଶହ ଶହ ମହିଳା - ରାଜ୍ୟ ମହିଳା ମଞ୍ଚ

ରାଜ୍ୟ ମହିଳା ମଞ୍ଚ ତରଫରୁ ଅନୁଗୋଳ ଠାରେ ଏକ ରାଜ୍ୟ ସ୍ତରୀୟ ମହିଳା ସମାବେଶ ଅନୁଷ୍ଠିତ । ମହିଳାଙ୍କୁ ତାଙ୍କ ଅଧିକାର ସମ୍ପର୍କରେ ସଚେତନ କରିବା ପାଇଁ ପ୍ରୟାସ ଆରମ୍ଭ କରିଛି ରାଜ୍ୟ ମହିଳା ମଞ୍ଚ । ଅଧିକ ପଢ଼ନ୍ତୁ

ରାଜ୍ୟ ସ୍ତରୀୟ ମହିଳା ସମାବେଶ ଅନୁଷ୍ଠିତ
ରାଜ୍ୟ ସ୍ତରୀୟ ମହିଳା ସମାବେଶ ଅନୁଷ୍ଠିତ
author img

By

Published : Mar 3, 2023, 12:01 PM IST

ରାଜ୍ୟ ସ୍ତରୀୟ ମହିଳା ସମାବେଶ ଅନୁଷ୍ଠିତ

ଅନୁଗୋଳ: ମହିଳାଙ୍କୁ ତାଙ୍କ ଅଧିକାର ସମ୍ପର୍କରେ ସଚେତନ କରିବା ପାଇଁ ପ୍ରୟାସ ଆରମ୍ଭ କରିଛି ରାଜ୍ୟ ମହିଳା ମଞ୍ଚ । ମହିଳାମାନଙ୍କ ଅଧିକାର, ମହିଳା ସଶକ୍ତିକରଣ, ଲୋକସଭା ଏବଂ ବିଧାନସଭାରେ ମହିଳା ସଂରକ୍ଷଣ ଓ ମହିଳା ବିଲର କାର୍ଯ୍ୟକାରିତା ସମ୍ପର୍କରେ ଆଲୋଚନା କରିଛନ୍ତି ମହିଳା ମଞ୍ଚର ସଦସ୍ୟ ମାନେ । ଆଜି ସୁଧା ବିଭିନ୍ନ ରାଜ୍ୟରେ ବିଧାନସଭାରେ ମହିଳାମାନଙ୍କ ପାଇଁ ଆବଶ୍ୟକ ସଂରକ୍ଷଣ ହୋଇ ପାରିନାହିଁ । ଏହାଛଡା ଦୀର୍ଘ ବର୍ଷ ପରେ ମଧ୍ୟ ମହିଳା ବିଲ ସଂସଦରେ ପାସ ହୋଇ ପାରିଲା ନାହିଁ ବୋଲି ସମାବେଶରେ ଆଲୋଚନା ହୋଇଥିଲା ।

ଅଧିକ ପଢ଼ନ୍ତୁ: Adani vs Hindenburg: ଏକ୍ସପର୍ଟ କମିଟି ଗଠନ କଲେ ସୁପ୍ରିମକୋର୍ଟ, ଦୁଇ ମାସ ଭିତରେ ରିପୋର୍ଟ ଦେବାକୁ ସେବିକୁ ନିର୍ଦ୍ଦେଶ

ଗତକାଲି ରାଜ୍ୟ ମହିଳା ମଞ୍ଚ ତରଫରୁ ଅନୁଗୋଳ ଠାରେ ଏକ ରାଜ୍ୟ ସ୍ତରୀୟ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି । ମଞ୍ଚର ଆବାହିକା ସସ୍ମିତା ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାବେଶରେ ସାରା ରାଜ୍ୟରୁ ବିଭିନ୍ନ ମହିଳା ସଂଗଠନର ଶତାଧିକ ମହିଳା ଯୋଗ ଦେଇଥିଲେ । ସମାବେଶରେ ବିଶେଷ ଭାବେ ମହିଳାମାନଙ୍କ ଅଧିକାର, ମହିଳା ସଶକ୍ତିକରଣ, ଲୋକସଭା ଏବଂ ବିଧାନସଭାରେ ମହିଳା ସଂରକ୍ଷଣ ଓ ମହିଳା ବିଲର କାର୍ଯ୍ୟକାରିତା ସମ୍ପର୍କରେ ଆଲୋଚନା କରାଯାଇଥିଲା । 8ବର୍ଷର ଶାସନ କାଳରେ ମୋଦି ସରକାର ଏବଂ 20 ବର୍ଷର ଶାସନ କାଳରରେ ନବୀନ ସରକାର ଲୋକସଭା ଏବଂ ବିଧାନସଭାରେ ମହିଳା ସଂରକ୍ଷଣ ବ୍ୟବସ୍ଥା କରିପାରିଲେ ନାହିଁ।

ଅଧିକ ପଢ଼ନ୍ତୁ: ମିଶନ ଶକ୍ତି ମା'ଙ୍କୁ ୧୦୦ କୋଟିର ପ୍ରୋତ୍ସାହନ, 8000 ସାଇକେଲ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ଆଜି ସୁଧା ବିଭିନ୍ନ ରାଜ୍ୟରେ ବିଧାନସଭାରେ ମହିଳା ମାନଙ୍କ ପାଇଁ ଆବଶ୍ୟକ ସଂରକ୍ଷଣ ହୋଇ ପାରିନାହିଁ । ଏହାଛଡା ଦୀର୍ଘ ବର୍ଷ ପରେ ମଧ୍ୟ ମହିଳା ବିଲ ସଂସଦରେ ପାସ ହୋଇ ପାରିଲା ନାହିଁ ବୋଲି ସମାବେଶରେ ଆଲୋଚନା ହୋଇଥିଲା । ତେଣୁ ତୁରନ୍ତ ଏସବୁ କରିବାକୁ ସରକାରଙ୍କ ନିକଟରେ ଦାବି କରାଯାଇଥିଲା । ଅନୁଗୋଳ ମରୱାଡି ଧର୍ମଶାଳା ଠାରେ ଆୟୋଜିତ ଏହି ସମାବେଶରେ ରାଜ୍ୟର ବିଭିନ୍ନ ଅଞ୍ଚଳର ମହିଳାମାନେ ସାମିଲ ହୋଇ ନିଜ ନିଜ ମତ ଦେଇଥିଲେ । ରାଜ୍ୟ ଯେଭଳି ମହିଳା ମାନଙ୍କ ପ୍ରତି ହିଂସା ବଢିଛି ସେ ନେଇ ମଧ୍ୟ ନିଜ ନିଜ ମତ ମତ ଦେଇଥିଲେ ମହିଳା ନେତ୍ରୀ ମାନେ । ସ୍ୱାଧୀନତା ସଂଗ୍ରାମୀ ସରୋଜିନୀ ନାଇଡୁଙ୍କ 71ତମ ତିରୋଧାନ ଦିବସ ଅବସରରେ ଏହି ମହିଳା ସମାବେଶରେ ଆୟୋଜନ ହୋଇଥିଲା ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.