ETV Bharat / state

SHGକୁ ହାତ ବଢାଇଲା SBI, ଦିନକରେ ଦେଲା 20କୋଟି ଟଙ୍କା ଋଣ - ଭାରତୀୟ ଷ୍ଟେର୍ଟ ବ୍ୟାଙ୍କ

ମହିଳା ସ୍ବୟଂ ସହାୟକ ଗୋଷ୍ଠୀମାନେ ସ୍ଵାବଲମ୍ବୀ ହେଲେ ଦେଶ ଗଠନରେ ସହାୟକ ହୋଇ ପାରିବେ । ମହିଳା ସଶକ୍ତିକରଣ ପାଇଁ ଏସଏଚଜି ଗ୍ରୁପମାନକୁ ଋଣ ପ୍ରଦାନ ପାଇଁ ଗୋଟିଏ ପାଦ ଆଗକୁ ଆସିଛି ଭାରତୀୟ ଷ୍ଟେଟ ବ୍ୟାଙ୍କ । ଅଧିକ ପଢନ୍ତୁ...

SBI
SHG ଗ୍ରୁପକୁ ହାତ ବଢାଇଛି SBI, ଦିନକରେ ଦେଲା 20କୋଟି ଟଙ୍କା ଋଣ
author img

By

Published : Nov 10, 2021, 9:39 AM IST

ଅନୁଗୋଳ: ମହିଳା ସ୍ବୟଂ ସହାୟକ ଗୋଷ୍ଠୀମାନେ ସ୍ଵାବଲମ୍ବୀ ହେଲେ ଦେଶ ଗଠନରେ ସହାୟକ ହୋଇ ପାରିବେ । ମହିଳା ସଶକ୍ତିକରଣ ପାଇଁ ଏସଏଚଜି ଗ୍ରୁପମାନକୁ ଋଣ ପ୍ରଦାନ ପାଇଁ ଗୋଟିଏ ପାଦ ଆଗକୁ ଆସିଛି ଭାରତୀୟ ଷ୍ଟେଟ ବ୍ୟାଙ୍କ । ଅନୁଗୋଳ ଜିଲ୍ଲାରେ ୭୦୦ ଏସଏଚଜି ଗ୍ରୁପକୁ ଋଣ ପ୍ରଦାନ କରିଛି ଏସବିଆଇ ।

SHGକୁ ହାତ ବଢାଇଛି SBI

ମେଗା ସ୍ବୟଂ ସହାୟକ ଗୋଷ୍ଠୀ ସମନ୍ବୟ ମେଳା ଆୟୋଜନ କରାଯାଇ ଋଣ ଦେଇଛି ବ୍ୟାଙ୍କ । ଗୋଟିଏ ଦିନରେ ଜିଲ୍ଲାରେ ୭୦୦ ମହିଳା ଗୋଷ୍ଠୀଙ୍କୁ ଋଣ ପ୍ରଦାନ କରିଛି ବ୍ୟାଙ୍କ । ୨୦୦ନୂଆ ମହିଳା ସ୍ବୟଂ ସହାୟକ ଗୋଷ୍ଠିଙ୍କୁ ଦୁଇ ଲକ୍ଷ ଟଙ୍କା ଲେଖାଏଁ ଋଣ ଦେବା ସହ ବ୍ୟାଙ୍କରୁ ପୂର୍ବରୁ ଋଣ ଦେଇଥିବା ୫୦୦ମହିଳା ଗୋଷ୍ଠିଙ୍କୁ ଆହୁରି ଅଧିକ ଟଙ୍କା ଋଣ ପ୍ରଦାନ କରାଯାଇଛି । ଆଜି ଗୋଟିଏ ଦିନରେ ପ୍ରାୟ ୨୦ କୋଟି ଟଙ୍କାର ଋଣ କେବଳ ମହିଳା ଗୋଷ୍ଠି ମାନଙ୍କୁ ପ୍ରଦାନ କରିଛି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ। ମହିଳାମାନେ ଗୋଷ୍ଠୀ ଗତ ଭାବେ କୌଣସି ଉଦ୍ୟୋଗ କରି କିଭଳି ଲାଭ ପାଇ ପାରିବେ ସେଥିପାଇଁ ସରକାର ଯୋଜନା ମୁତବକ ଏହି ଋଣ ପ୍ରଦାନ କରିଛି ବ୍ୟାଙ୍କ ।

ମହିଳାମାନେ ଏହି ଋଣ ଟଙ୍କା ନେଇ ବଡ଼ି, ପାମ୍ପଡ଼, ଖଲି, ମାଟି ଦୀପ, ଧୂପକାଠି, ମହମବତୀ ଆଦି ତିଆରି କରୁଛନ୍ତି। ଯାହା ଦ୍ବାରା କିଛି ବର୍ଷ ମଧ୍ୟରେ ମହିଳା ମାନଙ୍କର ସାମାଜିକ ଓ ଆର୍ଥିକ ବିକାଶ ହୋଇଛି । ଆଗକୁ ଷ୍ଟେଟ ବ୍ୟାଙ୍କ ମହିଳା ମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଋଣ ଯୋଗାଇ ଦେବାକୁ ନିଷ୍ପତି ନେଇଛି। ବ୍ୟାଙ୍କ ପକ୍ଷରୁ ଆୟୋଜିତ ହୋଇଥିବା ମେଗା SHG ସମନ୍ଵୟ ମେଳାରେ ବ୍ୟାଙ୍କର ଭୁବନେଶ୍ବର ସର୍କଲ ଚିଫ ଜେନେରାଲ ମ୍ୟାନେଜର ବିଦ୍ୟା କ୍ରିଷ୍ଣନଙ୍କ ସହ ନେଟୱର୍କ ଜେନେରାଲ ମ୍ୟାନେଜର ଅଭୟ କିଶୋର ପାଣ୍ଡେ ଓ ଅନ୍ୟ ଅଧିକାରୀମାନେ ଯୋଗ ଦେଇ ଏହି ମେଳାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇଛନ୍ତି।

ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା ଅନୁସାରେ ମହିଳାମାନଙ୍କ ବିକାଶ ଦିଗରେ ଏସବିଆଇ କାର୍ଯ୍ୟ କରୁଥିବା କହିଛି ଏସବିଆଇ । ଓଡ଼ିଶାରେ ଆଜି ପର୍ଯ୍ୟନ୍ତ ଷ୍ଟେଟ ବ୍ୟଙ୍କ ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀକୁ ୯୫୧କୋଟି ଟଙ୍କା ଋଣ ପ୍ରଦାନ କରିଛି । ଆସନ୍ତା ସପ୍ତାହ ସୁଦ୍ଧା ଏହା ୧୦୦୦କୋଟି କରିବାର ଲକ୍ଷ୍ୟ ରଖିଛି ବୋଲି ବ୍ୟାଙ୍କ ଅଧିକାରୀ ସୂଚନା ଦେଇଛନ୍ତି । ଏଭଳି ପ୍ରୋତ୍ସାହନ ପାଇଲେ ଆଗାମୀ ଦିନରେ ସଶକ୍ତ ମହିଳା ଘରର ଚାରି କାନ୍ଥ ଭିତରେ ନରହି ଏଣିକି ରୋଜଗାର କରି ନିଜ ପରିବାର ଚଳାଇ ପାରିବ । ଏହା ଦ୍ବାରା ରାଜ୍ୟ ଓ ଦେଶର ବିକାଶ ହୋଇ ପାରିବ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.