ETV Bharat / state

ସଲାମ ଚିନ୍ମୟୀ: ଦୀର୍ଘ 7 ବର୍ଷ ହେଲା ମେଣ୍ଟାଉଛନ୍ତି ପଶୁ-ପକ୍ଷୀଙ୍କ ତୃଷ୍ଣା

author img

By

Published : Apr 23, 2023, 12:52 PM IST

ଅସହ୍ୟ ଖରାରେ ମଣିଷ ବୁନ୍ଦାଏ ପାଣି ପାଇଁ ଡହଳ ବିକଳ ହେଉଛନ୍ତି ପକ୍ଷୀ । ଗ୍ରୀଷ୍ମ ପ୍ରବାହ କାରଣରୁ ଜଙ୍ଗଲରେ ମଧ୍ୟ ନଦୀନାଳ ଶୁଖି ଗଲେଣି । ଜୀବଜନ୍ତୁଙ୍କ ତୃଷ୍ଣା ନିବାରଣ ପାଇଁ ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି ସମାଜସେବୀ ଚିନ୍ମୟୀ ଓ ଗ୍ରାମବାସୀ । ଅଧିକ ପଢ଼ନ୍ତୁ

ତୃଷ୍ଣା ମେଣ୍ଟାଉଛନ୍ତି କିନ୍ନର ଓ ତାଙ୍କ ସହଯୋଗୀ

ଜୀବଜନ୍ତୁଙ୍କ ତୃଷ୍ଣା ନିବାରଣ ପାଇଁ ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି ସମାଜସେବୀ ଚିନ୍ମୟୀ ଓ ଗ୍ରାମବାସୀ

ଅନୁଗୋଳ: ପ୍ରବଳ ଖରା ଯୋଗୁଁ ଜଙ୍ଗଲ ଭିତରେ ଥିବା ନାଳ ଓ ଜଳାଶୟ ଶୁଖି ଗଲାଣି । ଜଙ୍ଗଲରେ ଜୀବଜନ୍ତୁ ଓ ଚଢେଇ ପିଇବା ପାଣି ପାଇଁ ଡହଳ ବିକଳ ହେଉଛନ୍ତି । ମଣିଷ ନିଜ ବୁଦ୍ଧି ବଳରେ ପାଣି ଟୋପାଏ ପାଇ ପାରୁଛି । ହେଲେ ଜୀବଜନ୍ତୁ ପାଣି ମୁନ୍ଦିଏ ପାଇଁ ଇତସ୍ତତଃ ହେବାକୁ ପଡୁଛି । ଅନୁଗୋଳ ଜିଲ୍ଲାରେ ଅବସ୍ଥା କହିଲେ ନସରେ। ପ୍ରତିବର୍ଷ ପ୍ରାୟ ଫେବୃଆରୀ ମାସରୁ ହିଁ ବହୁ ଜଙ୍ଗଲରେ ନାଳ ଓ ଜଳାଶୟ ଶୁଖିଯାଏ । ବନ୍ୟଜନ୍ତୁ ଓ ବିଭିନ୍ନ ପ୍ରଜାତିର ଚଢେଇ ପାଣି ନପାଇ ମୃତ୍ୟୁବରଣ ମଧ୍ୟକରନ୍ତି । ଏଭଳି ପରିସ୍ଥିତି ଦେଖି ସମାଜସେବୀ ଚିନ୍ମୟୀ ଅଭିନବ ପଦକ୍ଷେପ ନେଇଛନ୍ତି ।

ସେ ସ୍ଥାନୀୟ ଅଧିବାସୀଙ୍କ ସହଯୋଗରେ ଜଙ୍ଗଲ ପାହାଡ଼ ବୁଲି ବୁଲି ଢୁଢୁ ଖରାକୁ ଖାତିର ନକରି ଶୋଷିଲା ବଣ୍ୟଜନ୍ତୁ ଓ ଚଢେଇ ମାନଙ୍କୁ କିଭଳି ପାଣି ଦେଇ ସେମାନଙ୍କ ତୃଷା ମେଣ୍ଟାଇ ପାରିବେ ସେଥିପାଇଁ କାମ କରୁଛନ୍ତି । ହାତରେ ପାଣି ଭର୍ତ୍ତି କଳସ, ଠେକି ଓ କୁଡୁଆ ଧରି ଜଙ୍ଗଲ ଭିତରେ ବୁଲି ବୁଲି ଗଛରେ ଝୁଲାଇ ଦେଉଛନ୍ତି । ଯେତେବେଳେ ପ୍ରବଳ ଖରାରେ କେହି ଘରୁ ବାହାରକୁ ବାହାରି ପାରନ୍ତିନି ସେତେବେଳେ ସେ ଜଙ୍ଗଲ ଭିତରେ ବୁଲି ପାଣି ଦିଅନ୍ତି । ଆଜି କାଲି ନୁହେଁ ସେମାନେ ଦୀର୍ଘ ୭ବର୍ଷ ହେଲା ବିଭିନ୍ନ ଜଙ୍ଗଲରେ ଏଭଳି କରି ଆସୁଛନ୍ତି ।

ସମାଜସେବୀ ଚିନ୍ମୟୀ କହିଛନ୍ତି, ‘‘ସେମାନଙ୍କୁ ଯଦିଓ ବହୁ ପରିଶ୍ରମ କରିବାକୁ ପଡୁଛି କିନ୍ତୁ ସେଥିରେ ଆନନ୍ଦ ମିଳୁଛି । ଏ ଧାରା ପୃଷ୍ଠରେ ସବୁ ଜୀବ ଜନ୍ତୁଙ୍କ ବଞ୍ଚିବାର ଅଧିକାର ଅଛି । ପଶୁପକ୍ଷୀ ମାନେ ମଣିଷ ପରି କିଛି କହି ପାରନ୍ତି ନାହିଁ । ହେଲେ ସେମାନଙ୍କର ଆବଶ୍ୟକତାକୁ ମଣିଷ ବୁଝିବା ଆବଶ୍ୟକ ।’’ ତେବେ ମାର୍ଚ୍ଚ ମାସରୁ ମେ ମାସ ପର୍ଯ୍ୟନ୍ତ ଚିନ୍ମୟୀ ଅନ୍ୟ ମହିଳା ଓ ଛୋଟ ପିଲାଙ୍କୁ ନେଇ ଜଙ୍ଗଲ ଜଙ୍ଗଲ ଯାଇ ଏଭଳି କରି ଆସୁଛନ୍ତି । ଫଳରେ ହଜାର ହଜାର ସଂଖ୍ୟାରେ ବିଭିନ୍ନ ପ୍ରଜାତିର ଚଢେଇଙ୍କ ଜୀବନ ବଞ୍ଚି ଯାଉଛି ।

ସବୁଠାରୁ ବଡ଼ କଥା ହେଉଛି ଏହି କାମ ପାଇଁ ଯାହା କିଛି ଖର୍ଚ୍ଚ ହେଉଛି ସେ ନିଜେ ହିଁ ଖର୍ଚ୍ଚ କରୁଛନ୍ତି । ଖରାଦିନ ପୂର୍ବରୁ ସେ ଅନ୍ୟମାନଙ୍କ ସହ ବିଭିନ୍ନ ମନ୍ଦିର ଓ ଧାର୍ମିକ ଅନୁଷ୍ଠାନ ବୁଲି ଫିଙ୍ଗି ଦିଆଯାଇଥିବା ମାଟି କଳସ ଓ କୁଡୁଆ ସଂଗ୍ରହ କରି ଆଣନ୍ତି । ସେଗୁଡିକୁ ଖରାଦିନେ ଏମିତି ଭାବରେ ବ୍ୟବହାର କରନ୍ତି । ଦିନକୁ ଦିନ ମଣିଷ ସ୍ବାର୍ଥପର ହେଉଥିବା ବେଳେ ଚିନ୍ମୟଙ୍କ ଏଭଳି କାର୍ଯ୍ୟ ନିହାତି ପ୍ରଶଂସନୀୟ ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.