ETV Bharat / state

2ଟି ଦୁର୍ଘଟଣାରେ ଅନୁଗୋଳରେ 6 ମୃତ, ଘଟଣାସ୍ଥଳରେ ଉତ୍ତେଜନା

ଆଜି(ରବିବାର) ଗୋଟିଏ ଦିନରେ ସଡକ ଦୁର୍ଘଟଣାରେ ଅନୁଗୋଳରେ 6 ଜଣଙ୍କ ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ...

author img

By

Published : Mar 21, 2021, 9:47 PM IST

2ଟି ଦୁର୍ଘଟଣାରେ ଅନୁଗୋଳର 6 ମୃତ
2ଟି ଦୁର୍ଘଟଣାରେ ଅନୁଗୋଳର 6 ମୃତ

ଅନୁଗୋଳ: ଅଶୁଭ ରବିବାର । ଆଜି(ରବିବାର) ଗୋଟିଏ ଦିନରେ ସଡକ ଦୁର୍ଘଟଣାରେ ଅନୁଗୋଳରେ 6 ଜଣଙ୍କ ମୃତ୍ୟୁ ଘଟିଛି ।

ଘଟଣା ସ୍ଥଳରେ ଉତ୍ତେଜନା

ରବିବାର ସକାଳେ ଗ୍ୟାସ ଟ୍ୟାଙ୍କର ସହ ଆମ୍ବୁଲାନ୍ସ ଧକ୍କାରେ ଚାରି ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ସନ୍ଧ୍ୟାରେ ଆଉ ଏକ ସଡକ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି।

ଜିଲ୍ଲାର ଏନଟିପିସି ଥାନା ୧୫୩ ନମ୍ବର ଜାତୀୟ ରାଜପଥ ନକନକା ଗାଁ ପାଖ ଓମ ଢାବା ନିକଟରେ ଟ୍ରକ ସହ ବାଇକର ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣାରେ କଣିହାଁ ଥାନା କମରେଇ ଗାଁର ଯୁବକ ଲଳିତ କୁମାର ସାହୁଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ବାଇକ ଆରୋହୀ ଜ୍ୟୋତି ରଞ୍ଜନ ସାହୁଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି।

ତେବେ ଜ୍ୟୋତିଙ୍କୁ ତାଳଚେର ମଣ୍ଡାପାଳ ପରେ କଟକ ଡାକ୍ତରଖାନା ନେଉଥିବାବେଳେ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। । ଦୁର୍ଘଟଣାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.