ETV Bharat / state

ମୃତ୍ୟୁଶଯ୍ୟାରେ ଜମାକାରୀ: ବ୍ୟାଙ୍କରୁ ଉଠୁନି ଟଙ୍କା, ବୁଢା ବାପା ସହ ଧାରଣା ଦେଲେ ପୁରା ପରିବାର

author img

By

Published : May 6, 2023, 10:16 AM IST

Updated : May 6, 2023, 2:31 PM IST

ବ୍ୟାଙ୍କରୁ ଉଠି ପାରୁନି ଟଙ୍କା । ମୃତ୍ୟୁଶଯ୍ୟାରେ ପଡିଥିବା ବୁଢା ବାପା ସହ ବ୍ୟାଙ୍କ ଆଗରେ ଧାରଣା ଦେଲେ ପରିବାର ଲୋକେ । ଅଧିକ ପଢନ୍ତୁ

ବ୍ୟାଙ୍କ ଆଗରେ ଧାରଣା
ବ୍ୟାଙ୍କ ଆଗରେ ଧାରଣା
ମୃତ୍ୟୁଶଯ୍ୟାରେ ଜମାକାରୀ

ଅନୁଗୋଳ: ମୃତ୍ୟୁଶଯ୍ୟାରେ ପଡିଛନ୍ତି ବ୍ୟାଙ୍କ ଖାତାଧାରୀ । କିନ୍ତୁ ଟଙ୍କା ଦେଉନାହିଁ ଗ୍ରାମ୍ୟ ବ୍ୟାଙ୍କ । ଫଳରେ ଟଙ୍କା ଉଠାଣ ଦାବିରେ ଶେଷ ନିଶ୍ବାସ ନେଉଥିବା ରୋଗିଣା ବାପାଙ୍କୁ ଧରି ବ୍ୟାଙ୍କ ଆଗରେ ଧାରଣା ଦେଲେ ପୁରା ପରିବାର । ଶୁକ୍ରବାର ଅନୁଗୋଳ ଜିଲ୍ଲା ନିଶା ଥାନା ଅନ୍ତର୍ଗତ ରାଇଝରଣ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଶାଖା ପରିସରରେ ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ମୃତ୍ୟୁଶଯ୍ୟାରେ ପଡିଥିବା ବାପାଙ୍କୁ ଧରି ଗ୍ରାମର ଏକ ପରିବାର ଟଙ୍କା ଉଠାଣ ପାଇଁ ବ୍ୟାଙ୍କ ଆସିଥିଲେ । ହେଲେ ବ୍ୟାଙ୍କ ମ୍ୟାନେଜର ତାଙ୍କୁ ଟଙ୍କା ଦେଇନଥିଲେ । ଏହାକୁ ବିରୋଧ କରି ସେମାନେ ଧାରଣା ଦେଇଥିଲେ । ଏନେଇ ଉତ୍ତେଜନା ସୃଷ୍ଟି ହେବା ପରେ ମାମଲା ଥାନାରେ ପହଞ୍ଚିଛି ।

ଅଭିଯୋଗ ମୁତାବକ, ବ୍ୟାଙ୍କର ଜମା ଖାତାଧାରୀ ବା ଆକାଉଣ୍ଟ ହୋଲ୍ଡର ରାଇଝରଣ ଗାଁର ଫକୀର ସାହୁଙ୍କ ନାଁରେ ଗ୍ରାମରେ ଥିବା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରେ ପ୍ରାୟ 41 ଲକ୍ଷ ଟଙ୍କା ଜମା ରହିଛି । ହେଲେ ବ୍ୟାଙ୍କ ଏହି ଟଙ୍କା ଫକୀରଙ୍କୁ କିମ୍ବା ତାଙ୍କ ଉତାରାଧିକାରୀଙ୍କୁ ଦେଉ ନାହିଁ । ଗତ ମାର୍ଚ୍ଚ ମାସରେ କୋଇଲା ଖଣି କ୍ଷତିଗ୍ରସ୍ତ ହିସାବରେ ବୃଦ୍ଧଙ୍କ ଆକାଉଣ୍ଟକୁ ଏହି ଟଙ୍କା ଆସିଛି । ମାତ୍ର ସେ ଅସୁସ୍ଥ ଥିବାରୁ ଟଙ୍କା ଉଠାଣ ପାଇଁ ବ୍ୟାଙ୍କ ମିତ୍ର ସହାୟତାରେ ନଜର ଦସ୍ତଖତ ଦେଇଥିଲେ । ହେଲେ ସେତେବେଳେ ମାର୍ଚ୍ଚ ମାସ ଥିବା କହି ବ୍ୟାଙ୍କ କର୍ତ୍ତୃପକ୍ଷ ତାଙ୍କୁ ଆଉ ଟଙ୍କା ଦେଇ ନଥିଲେ । ଏହାରି ଭିତରେ ଏକ ମାସରୁ ଅଧିକ ସମୟ ବିତି ଯାଇଥିବା ବେଳେ ଫକୀରଙ୍କ ସ୍ବାସ୍ଥ୍ୟବସ୍ଥା ପୁରା ବିଗିଡି ଯାଇଛି ।

ଏହାସତ୍ତ୍ବେ ମଧ୍ୟ ବ୍ୟାଙ୍କ ଫକୀରଙ୍କ ଟଙ୍କା ଦେଉନାହିଁ । ତାଙ୍କ ଉତ୍ତାରାଧିକାରୀମାନେ ମଧ୍ୟ ବ୍ୟାଙ୍କରୁ ଟଙ୍କା ଉଠାଇବା ପାଇଁ ଯାହା ଆଇନଗତ ପ୍ରକ୍ରିୟା ରହିଛି ସେସବୁ ପୁରା କରିଥିଲେ ବି ବ୍ୟାଙ୍କ କିନ୍ତୁ ଟଙ୍କା ଦେବାକୁ ଅମଙ୍ଗ ହେଉଛି । ଯାହାକୁ ବିରୋଧ କରି ଗତକାଲି (ଶୁକ୍ରବାର) ପୁରା ପରିବାର ରୋଗରେ ଥିବା ବୁଢା ବାପାଙ୍କୁ ଧରି ବ୍ୟାଙ୍କ ସମ୍ମୁଖରେ ଧାରଣା ଦେଇଛନ୍ତି । ଏପରିକି ବ୍ୟାଙ୍କ କର୍ତ୍ତୃପକ୍ଷ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଫକୀରଙ୍କ ଚିକିତ୍ସା ପାଇଁ ମଧ୍ୟ ଅର୍ଥ ଦେଇ ନଥିବା ଅଭିଯୋଗ ହୋଇଛି । ଏହି ଘଟଣାକୁ ନେଇ ବ୍ୟାଙ୍କ ସମ୍ମୁଖରେ ଉତ୍ତେଜନା ପ୍ରକାଶ ପାଇବାରୁ ପୋଲିସ ହସ୍ତକ୍ଷେପ କରିଛି । ତେବେ ଏନେଇ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ଇଟିଭି ଭାରତ, ଅନୁଗୋଳ

Last Updated : May 6, 2023, 2:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.