ETV Bharat / state

କଟକର ଗାଁ ଲୋକଙ୍କୁ ଅନୁଗୋଳକୁ ଆସିବାକୁ ଦେଉନି ବନ ବିଭାଗ ! - siaribhundi villagers facing problems

କଟକ ଜିଲ୍ଲାର ନରସିଂହପୁର ବ୍ଲକ ରେଗେଡା ପଞ୍ଚାୟତ ଅଧୀନରେ ରହିଛି ସିଆରିଭୁଣ୍ଡି ଗାଁ । ହେଲେ ଗ୍ରାମବାସୀ କଟକ ଅପେକ୍ଷା ଅନୁଗୋଳ ଉପରେ ନିର୍ଭରଶୀଳ । କାରଣ ଅନୁଗୋଳ ଜିଲ୍ଲାରୁ ଗାଁ ମାତ୍ର 50 କିମି ଦୂର । କିନ୍ତୁ କଟକକୁ ଯିବା 120 କିମି ରାସ୍ତା ଅତିକ୍ରମ କରିବାକୁ ହୁଏ । ଅଧିକ ପଢନ୍ତୁ...

ଗାଁ ଲୋକଙ୍କ ପଥ ଓଗାଲୁଛି ଜଙ୍ଗଲ ବିଭଗ
ଗାଁ ଲୋକଙ୍କ ପଥ ଓଗାଲୁଛି ଜଙ୍ଗଲ ବିଭଗ
author img

By

Published : Feb 10, 2021, 11:46 AM IST

ଅନୁଗୋଳ: ସାତକୋଶିଆ ଅଭୟାରଣ୍ୟ ଜିଲିଣ୍ଡା ରେଞ୍ଜରେ ଅବସ୍ଥିତ ସିଆରିଭୁଣ୍ଡି ଗାଁ । ରାଜସ୍ବ ରେକର୍ଡରେ ଗାଁରେ ନାଁ ସତ୍ୟଜୟପୁର କିନ୍ତୁ ବନ ବିଭାଗ ଅନୁସାରେ ସିଆରିଭୁଣ୍ଡି । ଘନ ଜଙ୍ଗଲ ଓ ପାହାଡ ଚାରିପଡେ ରହିଛି ଏହି ଗାଁ । ବର୍ତ୍ତମାନ ଏହି ଗ୍ରାମବାସୀ ନାନା ସମସ୍ୟା ସହ ଯୁଝି ହେଉଛନ୍ତି । ଏମାନଙ୍କ ଚଲା ବାଟରେ କଣ୍ଟା ସାଜିଛି ବନ ବିଭାଗ ।

ଉକ୍ତ ଗାଁଟି କଟକ ଜିଲ୍ଲାର ନରସିଂହପୁର ବ୍ଲକ ରେଗେଡା ପଞ୍ଚାୟତ ଅଧୀନରେ ଆସୁଛି । ମାତ୍ର ଅନୁଗୋଳ ଜିଲ୍ଲାରୁ ଗାଁ ମାତ୍ର 50 କିମି ଦୂର । କିନ୍ତୁ କଟକକୁ ଯିବା ପାଇଁ 120 କିମି ରାସ୍ତା ଅତିକ୍ରମ କରିବାକୁ ହୁଏ । ଫଳସ୍ବରୂପ ଲୋକେ ଅନୁଗୋଳ ଜିଲ୍ଲା ଉପରେ ନିର୍ଭରଶୀଳ । 55ଟି ପରିବାରର 300ରୁ ଅଧିକ ଲୋକ ବସବାସ କରନ୍ତି । ସାଧାରଣ ଠାରୁ ସ୍ବାସ୍ଥ୍ୟସେବା ପର୍ଯ୍ୟନ୍ତ ସମସ୍ତେ ଅନୁଗୋଳ ଜିଲ୍ଲା ଉପରେ ନିର୍ଭରଶୀଳ । ଗାଁର ଅଧିକାଂଶ ଝିଅ ଅନୁଗୋଳ ଜିଲ୍ଲାରେ ବିବାହ କରିଛନ୍ତି । ତେଣୁ ଜିଲ୍ଲାକୁ ସବୁବେଳେ ଯାତୟାତ ଲାଗି ରହିଥାଏ ।

କଟକର ଗାଁ ଲୋକଙ୍କୁ ଅନୁଗୋଳକୁ ଆସିବାକୁ ଦେଉନି ବନ ବିଭାଗ !

ବର୍ତ୍ତମାନ ଏବେ ସେମାନଙ୍କ ବାଟ ଓଗାଳିଛି ଜଙ୍ଗଲ ବିଭାଗ । ଯେଉଁ ଜଙ୍ଗଲ ରାସ୍ତା ଦେଇ ଗାଁ ଲୋକେ ଯିବା ଆସିବା କରନ୍ତି ତାକୁ ବନ୍ଦ କରିଦେଇଛି ଜଙ୍ଗଲ ବିଭାଗ । ବର୍ଷ ବର୍ଷ ଧରି ଲୋକେ ଏମିତି ସମସ୍ୟା ଭୋଗୁଥିଲେ ମଧ୍ୟ କେବେ କୌଣସି ସରକାରୀ ବିଭାଗର ପାଦ ଗାଁରେ ପଡିନି । ଜଙ୍ଗଲ ଭିତରେ ରହିଥିବାରୁ ଓ ଜିଲ୍ଲାର ଶେଷ ସୀମା ହୋଇଥିବାରୁ ଏମାନଙ୍କ ପ୍ରତି କାହାର ଦୃଷ୍ଟି ପଡୁନି। କେବଳ ନିର୍ବାଚନ ସମୟରେ କୁଆଡେ ପ୍ରଚାର ପାଇଁ ନେତା ଆସନ୍ତି । ଭୋଟ ସରିଗଲେ ଆଉ କାହାର ଦେଖା ମିଳେନି ।

ଜଙ୍ଗଲ ରାସ୍ତା ଦେଇ ଅନୁଗୋଳ ଆସିବାକୁ ସେମାନଙ୍କୁ ବହୁତ କମ ଦୂରତା ସାଙ୍ଗକୁ କମ ସମୟ ଲାଗେ। ତେଣୁ ଏହି ରାସ୍ତା ଦେଇ ଲୋକେ ନିତିଦିନିଆ ଯା’ଆସ କରିଥାନ୍ତି । ତେବେ ସାତକୋଶିଆ କର୍ତ୍ତୃପକ୍ଷ କୋର ଏରିଆ କହି ଜଙ୍ଗଲ ଭିତର ରାସ୍ତାରେ ଯାତାୟତ ପାଇଁ ଅନୁମତି ଦେଉ ନଥିବାରୁ ଲୋକଙ୍କ ଦୁର୍ଦ୍ଦଶା ବଢିଯାଉଛି । ଏନେଇ କର୍ତ୍ତୃପକ୍ଷଙ୍କ କହିବା କଥା ଯାହା ନିୟମ ରହିଛି ତାହା କରାଯାଉଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.