ETV Bharat / state

ବ୍ୟାଘ୍ର ପ୍ରକଳ୍ପ ନାଁରେ ବେଆଇନ ଉଚ୍ଛେଦ : ସାତକୋଶିଆ ପ୍ରଜା ସୁରକ୍ଷା ସମିତି

author img

By

Published : Jun 11, 2023, 8:39 PM IST

Updated : Jun 11, 2023, 10:10 PM IST

ଅଭୟାରଣ୍ୟରୁ ବେଆଇନ ଭାବେ ଚାଲିଛି ଗାଁ ଉଚ୍ଛେଦ । ଆନ୍ଦୋଳନ ଧମକ ଦେଲେ ଅଭୟାରଣ୍ୟବାସୀ । ଅଧିକ ପଢ଼ନ୍ତୁ

ଅଭୟାରଣ୍ୟରୁ ବେଆଇନ ଭାବେ ଚାଲିଛି ଗାଁ ଉଚ୍ଛେଦ
ଅଭୟାରଣ୍ୟରୁ ବେଆଇନ ଭାବେ ଚାଲିଛି ଗାଁ ଉଚ୍ଛେଦ

ଅନୁଗୋଳ: ସାତକୋଶିଆ ଅଭୟାରଣ୍ୟ ମଧ୍ୟରେ ଥିବା ୧୦୪ଟି ଗାଁକୁ ବ୍ୟଘ୍ର ପ୍ରକଳ୍ପରୁ ଦିଆ ଯାଇଥିଲା ବାଦ । ବାଦ ପଡିଥିବା ସବୁ ଗାଁକୁ ଉଚ୍ଛେଦ ପାଇଁ ବିଭାଗ ପ୍ରଚେଷ୍ଟା କରୁଥିବା ଅଭିଯୋଗ ଆଣିଛି ସାତକୋଶିଆ ପ୍ରଜା ସୁରକ୍ଷା ସମିତି । କିଛି ଲୋକଙ୍କୁ ହାତ କରି ଜଙ୍ଗଲ ବିଭାଗର ଆଇନକୁ ଫାଙ୍କି ଗାଁ ଲୋକଙ୍କୁ ଉଚ୍ଛେଦ କରିବାର ଯୋଜନା କରାଯାଉଥିବା ସମିତି କହିଛି ।

ସୂଚନାନୁଯାୟୀ, ସାତକୋଶିଆ ଅଭୟାରଣ୍ୟ ମଧ୍ୟରେ ଥିବା ୧୦୪ଟି ଗାଁକୁ ବ୍ୟଘ୍ର ପ୍ରକଳ୍ପରୁ ବାଦ କରାଇଥିଲା। ହେଲେ ଏବେ କାହିଁକି ସେ ଗ୍ରାମକୁ ଉଚ୍ଛେଦ କରାଯାଉଛି ବୋଲି ପ୍ରଶ୍ନ କରିଛି ପ୍ରଜା ସୁରକ୍ଷା ସମିତି। କିଛି ଲୋକଙ୍କୁ ହାତ କରି ଜଙ୍ଗଲ ବିଭାଗର ଆଇନକୁ ଫାଙ୍କି ଗାଁ ଉଚ୍ଛେଦ କରିଛି । ଯାହାକୁ ନେଇ ପ୍ରଶ୍ନ ଉଠିଛନ୍ତି ସାତକୋଶିଆ ପ୍ରଜା ସୁରକ୍ଷା ସମିତି । 2018 ମସିହାରେ ବନ ବିଭାଗ ଏକ ସ୍ୱତନ୍ତ୍ର ନୋଟିଫିକେସନ ଜାରି କରିଥିଲା ଯେ ସାତକୋଶିଆ ଅଭୟାରଣ୍ୟ ମଧ୍ୟରେ ଥିବା ୧୦୪ଟି ଗାଁକୁ ବ୍ୟାଘ୍ର ପ୍ରକଳ୍ପରୁ ବାଦ ଦିଆଯାଇଥିଲା ।

ସାତକୋଶିଆ ପ୍ରଜା ସୁରକ୍ଷା ସଭାପତି ନବକିଶୋର ବିଷ୍ଣୋଇ କହିଛନ୍ତି,‘‘ବେଆଇନ ଭାବେ ବନବିଭାଗ ଲୋକଙ୍କୁ ବିସ୍ତାପନ କରୁଛି। ଜଙ୍ଗଲ ସୁରକ୍ଷା ନାଁରେ ନିରିହ ଲୋକଙ୍କ ଘରକୁ ଛଡାଇ ନେଉଛି । ବିଭାଗ ବାଘ ଆଣିବା ନାଁରେ ପୁଣି ଗାଁ ଉଚ୍ଛେଦ ପାଇଁ ପ୍ରକ୍ରିୟା କରୁଛି । ବିନା ପଲ୍ଲୀ ସଭା ଓ ଗ୍ରାମ ସଭାରେ ଅଳ୍ପ କିଛି ଲୋକଙ୍କୁ ହାତ କରି ବିଭାଗ ଉଚ୍ଛେଦ କରୁଛି । ଯାହାକି ସମ୍ପୂର୍ଣ୍ଣ ବେଆଇନ । ନିକଟରେ କଟରଙ୍ଗ ଗାଁକୁ ସେହିଭଳି ଜଙ୍ଗଲ କଟକଣା ଆଳ ଦେଖାଇ ଉଚ୍ଛେଦ କରାଯାଇ ଥିବା ବେଳେ ସେଇ ଗାଁର 30ରୁ ଅଧିକ ପରିବାର କ୍ଷତିପୂରଣ ପାଇ ନାହାନ୍ତି । ଏଭଳି କ୍ଷେତ୍ରରେ ପ୍ରଜା ସୁରକ୍ଷା ସମିତି ଆଇନ ଆଶ୍ରୟ ନେବେ ଓ ଆନ୍ଦୋଳନକୁ ଓହ୍ଲାଇବେ ।’’

ଗ୍ରାମବାସୀ ଅଭିଯୋଗ କରିଛନ୍ତି, ରେଭେନ୍ୟୁ ଗାଁକୁ ଉଚ୍ଛେଦ କରିବା ପରେ ବି ଆମକୁ ନା ଥଇଥାନ କରାଯାଇଛି ନା ସହାୟତା ପ୍ରଦାନ କରାଯାଇ ନାହିଁ । ବନବିଭାଗ ବେଆଇନ ଭାବେ ଗାଁକୁ ଉଚ୍ଛେଦ କରିବା ସହ ଜଙ୍ଗଲ ଜମିରେ ନିର୍ମାଣ କାର୍ଯ୍ୟ କରୁଛି । ଏଥିପ୍ରତି ନା ଜିଲ୍ଲା ପ୍ରଶାସନ ନିଘା ଦେଉଛି ନା ସରକାର । ବ୍ୟାଘ୍ର ପ୍ରକଳ୍ପ ନାଁରେ ମନମ୍ମୁଖୀ କାର୍ଯ୍ୟ କରୁଛି ବନବିଭାଗ । ଏହାକୁ ନେଇ ଆଇନଜୀବୀ ପ୍ରସନ୍ନ ବେହେରା କହିଛନ୍ତି, "ଆଇନ ଆନୁଯାୟୀ କାର୍ଯ୍ୟପନ୍ଥା ଗ୍ରହଣ କରିବୁ । ବନ ବିଭାଗର କାର୍ଯ୍ୟକଳାକୁ ନେଇ ଆମେ ହାଇକୋର୍ଟଙ୍କ ଦ୍ବାରସ୍ଥ ହେବୁ । ଏହାସହ ଜନଜାତିମାନଙ୍କ ମୌଳିକ ସୁବିଧା କ୍ଷୁର୍ଣ୍ଣକୁ ନେଇ ମାନବିକ ଆଧିକାରଙ୍କ ପଖରେ ପହଞ୍ଚିବାକୁ ନିଷ୍ପତ୍ତି ନିଆ ଯାଇଛି ।"

ଇଟିଭି ଭାରତ, ଅନୁଗୋଳ

Last Updated : Jun 11, 2023, 10:10 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.