ETV Bharat / state

ବନ୍ଧା ପଡିଛି ସୁନ୍ଦରୀ, ଅନ୍ଧାରରେ ସାତକୋଶିଆର ଭବିଷ୍ୟତ

author img

By

Published : Aug 28, 2019, 8:11 PM IST

ଅନ୍ଧାରରେ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ଭବିଷ୍ୟତ । ସାତକୋଶିଆରେ ବନ୍ଧା ପଡିଛି ବାନ୍ଧବଗଡର ବାଘୁଣୀ । ମାସେ କି ଦୁଇମାସ ନୁହେଁ ଦୀର୍ଘ 10 ମାସ ହେବ ବାଘୁଣୀ ଏବେ ବନ୍ଦୀ । ଦୁଇ ଏକର ଏନକ୍ଳୋଜର ଭିତରେ ସଜ୍ଜା କାଟୁଛି ସୁନ୍ଦରୀ। ହାତ ଟେକା ମାଂସ ଖାଉଛି । ତେବେ ଶିକାର ଭୁଲିଯାଇଛି ସୁନ୍ଦରୀ। ଏଭଳି ସ୍ଥଳେ ବାଘୁଣୀର ଅବସ୍ଥିତି ସମ୍ପର୍କରେ ଚାଲିଛି ତର୍ଜମା ।

ଫଟୋ ସୌଜନ୍ୟ: ସମ୍ବାଦଦାତା ଅନୁଗୋଳ

ଅନୁଗୋଳ: ଦଶ ମାସରୁ ଅଧିକ ଦିନ ହେବ ଅନୁଗୋଳ ସାତକୋଶିଆରେ ବନ୍ଦୀ ଜୀବନ ବିତାଉଛି ମଧ୍ୟପ୍ରଦେଶ ବାନ୍ଧବଗଡ ବ୍ୟାଘ୍ର ପ୍ରକଳ୍ପରୁ ଆସିଥିବା ବାଘୁଣୀ । ବାଘୁଣୀକୁ ପୁଣି ଜଙ୍ଗଲରେ ଛାଡିବାପାଇଁ ବାଟ ବାହାର କରିବାକୁ ବନ ବିଭାଗ ଓ National Tiger Conservation Authority (NTCA) ବାରମ୍ବାର ଉଦ୍ୟମ ଜାରି ରଖିଛି । ବ୍ୟାଘ୍ର ପ୍ରକଳ୍ପର ଭବିଷ୍ୟତ ଓ ବାଘୁଣୀର ଅବସ୍ଥିତି ସମ୍ପର୍କରେ ଚାଲିଛି ତର୍ଜମା । ଏପରି ଅବସ୍ଥାରେ ବାଘୁଣୀକୁ ପୁଣି ଥରେ ଜଙ୍ଗଲ ଭିତରକୁ ଛଡ଼ାଯିବ ନା ଅନ୍ୟ କେଉଁଠିକୁ ସ୍ଥାନାନ୍ତର କରାଯିବ ସେନେଇ କିଛି ସ୍ପଷ୍ଟ ନିଷ୍ପତ୍ତି ନିଆଯାଇ ନାହିଁ।

ଭିଡିଓ ସୌଜନ୍ୟ: ସମ୍ବାଦଦାତ ଅନୁଗୋଳ
ତେବେ ବାଘୁଣୀ ରହୁଥିବା ଏନକ୍ଳୋଜରକୁ ଦୁଇ ଏକରରୁ ୨୫ ଏକରକୁ ସଂପ୍ରସାରଣ କରାଯିବ। ଏନକ୍ଳୋଜର ଭିତରେ ଶିକାର ପାଇଁ ତୃଣଭୋଜୀ ପ୍ରାଣୀଙ୍କୁ ଛଡ଼ାଯିବ ବୋଲି କୁହାଯାଇଛି। ହେଲେ ଏନକ୍ଳୋଜର ଭିତରେ ରହି ଶିକାର ଅଭ୍ୟାସ ଛାଡ଼ିଥିବା ବାଘୁଣୀର ପ୍ରବୃତ୍ତିକୁ ଫେରାଇ ଆଣିବା ପାଇଁ ଯଥାସାଧ୍ୟ ଉଦ୍ୟମ କରାଯିବ ବୋଲି ନିଷ୍ପତ୍ତି ହୋଇଛି ।ଏଥିପାଇଁ ଏନଟିସିଏ (NTCA), ଡବ୍ଲ୍ୟୁଆଇଆଇ (Wildlife Institute of India) ଓ ସାତକୋଶିଆ ଟିମ ସର୍ଭେ କରି ସ୍ଥାନ ନିରୁପଣ କରିବା ପରେ ଯାଇ କାମ ଆରମ୍ଭ ହେବ । ସେ ପର୍ଯ୍ୟନ୍ତ ବାଘୁଣୀର ଭାଗ୍ୟ ସେହି ଦୁଇ ଏକର ଏନକ୍ଳୋଜର ଭିତରେ ହଁ ସୀମିତ ରହିବ ।ସୂଚନାଅନୁସାରେ, ସାତକୋଶିଆରେ ବାଘ ବଂଶ ବୃଦ୍ଧି ପାଇଁ ୨୦୧୭ରେ ଏନଟିସିଏ ମଞ୍ଜୁରୀ ପରେ ମଧ୍ୟପ୍ରଦେଶର କାହ୍ନାରୁ ଓ ବାନ୍ଧବଗଡ ବ୍ୟାଘ୍ର ପ୍ରକଳ୍ପରୁ ଗୋଟିଏ ବାଘ ଓ ବାଘୁଣୀ ଅଣାଯାଇଥିଲା। ଉଭୟଙ୍କୁ ଏନକ୍ଲୋଜରରେ କିଛି ଦିନ ରଖିବା ପରେ ସାତକୋଶିଆରେ ଛଡ଼ାଯାଇଥିଲା । ୨୦୧୮ ନଭେମ୍ବର ୧୪ ରେ ଶିକାରୀ ଜାଲରେ ପଡି ମହାବଳ ବାଘର ମୃତ୍ୟୁ ହୋଇଥିଲା।ଏହାସହ ଦୁଇ ଦୁଇଟି ମଣିଷ ମାରିବା ଅଭିଯୋଗ ପରେ ବାଘୁଣୀକୁ ୨୦୧୮ ନଭେମ୍ବର ୭ ତାରିଖରୁ ଏନକ୍ଲୋଜରରେ ବନ୍ଦୀ ରଖାଯାଇଛି । କିନ୍ତୁ 10 ମାସ ପରେ ବାଘୁଣୀ ରହୁଥିବା ଏନକ୍ଳୋଜରକୁ ଦୁଇ ଏକର ରୁ ୨୫ ଏକରକୁ ସଂପ୍ରସାରଣ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ହେଲେ ଶିକାର ଭୁଲିଥିବା ସୁନ୍ଦରୀ ପାଇଁ ଚିନ୍ତାରେ ପରିବେଶବିତ ଓ ବନ୍ୟଜନ୍ତୁ ପ୍ରେମୀ।ସାତକୋଶିଆରେ ହୋଇଥିବା ଦେଶର ପ୍ରଥମ ଆନ୍ତଃରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତର ପ୍ରକ୍ରିୟା । ବନ ବିଭାଗ ଏହି ପ୍ରକଳ୍ପରେ ସ୍ଥାନୀୟ ଲୋକଙ୍କୁ ସାମିଲ ନକରିବା ଏବଂ ସଠିକ ପରିଚାଳନା ନକରିବା କାରଣରୁ ଏହା ବିଫଳ ହେଲା । ତେବେ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ଏବେ ଏହାର ଭବିଷ୍ୟତ ଅନ୍ଧାରରେ। ଏଠାରେ ବ୍ୟାଘ୍ର ପ୍ରକଳ୍ପ ହେବ କି ନାହିଁ ତାହା ସନ୍ଦେହ ଘେରରେ ।ଅନୁଗୋଳରୁ ସଂଗ୍ରାମ ରଞ୍ଜନ ରଥ, ଇଟିଭି ଭାରତ

Intro:ଦୁଇ ଏକର ଏନକ୍ଳୋଜର ଭିତରେ ୧୦ମାସ ହେବ ରହିଛି ବାନ୍ଧବଗଡ ରୁ ସାତକୋଶିଆ ଆସିଥିବା ବାଘୁଣୀ । ହାତ ଟେକା ମାଂସ ଖାଉଛି । ସବୁ ସମୟରେ ମଣିଷ ଦେଖୁଛି । ଏବେ ତା ଭିତରେ ଥିବା ହିଂସ୍ର ସ୍ଵଭାବ ଧିରେ ଧିରେ କମିବାରେ ଲାଗିଛି । ଏପରି ଅବସ୍ଥାରେ ବାଘୁଣୀକୁ ପୁଣି ଥରେ ଜଙ୍ଗଲ ଭିତରକୁ ଛଡ଼ା ଯିବ ନା ଅନ୍ୟ କେଉଁଠିକୁ ସ୍ଥାନାନ୍ତର କରାଯିବ ସେନେଇ କିଛି ସ୍ପଷ୍ଟ ନିଷ୍ପତ୍ତି ନିଆ ଯାଇ ନାହିଁ । ଏଭଳି ସ୍ଥଳେ କଣ ହେବ ବାଘୁଣୀର ଭବିଷ୍ୟତ । ସଫଳ ହେବକି ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ । ଏମିତି ଅନେକ ପ୍ରଶ୍ନ ଭିତରେ ରହି ଯାଇଛି ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ । Body:Vo -1
୧୦ ମାସ ରୁ ଅଧିକ ଦିନ ହେବ ଅନୁଗୋଳ ସାତକୋଶିଆ ରେ ବନ୍ଦୀ ଜୀବନ ବିତାଉଛି ମଧ୍ୟପ୍ରଦେଶ ବାନ୍ଧବଗଡ ବ୍ୟାଘ୍ର ପ୍ରକଳ୍ପରୁ ଆସିଥିବା ବାଘୁଣୀ । ବାଘୁଣୀ କୁ ପୁଣି ଜଙ୍ଗଲ ରେ ଛାଡିବା ପାଇଁ ବାଟ ବାହାର କରିବାକୁ ବନ ବିଭାଗ ଓ ଏନଟିସିଏ ବାରମ୍ବାର ଉଦ୍ୟମ ଜାରି ରଖିଛି । ବ୍ୟାଘ୍ର ପ୍ରକଳ୍ବର ଭବିଷ୍ୟତ ଓ ବାଘୁଣୀ ଅବସ୍ଥିତି ସମ୍ପର୍କରେ ଚାଲିଛି ତର୍ଜମା । ବାଘୁଣୀ ରହୁଥିବା ଏନକ୍ଳୋଜରକୁ ଦୁଇ ଏକର ରୁ ୨୫ ଏକରକୁ ସଂପ୍ରସାରଣ କରାଯିବ । ଏନକ୍ଳୋଜର ଭିତରେ ଶିକାର ପାଇଁ ତୃଣଭୋଜୀ ପ୍ରାଣୀଙ୍କୁ ଚଡ଼ାଯିବ । ଦୀର୍ଘ ଦିନ ହେବ ବାଘୁଣୀ ଏନକ୍ଳୋଜର ଭିତରେ ରହି ଶିକାର ଅଭ୍ୟାସ ଛାଡ଼ି ଦେଇଛି । ଜଙ୍ଗଲି ପ୍ରବୃତି ଭୁଲି ଯାଇଛି । ତେଣୁ ସେସବକୁ କିଭଳି ଫେରାଇ ଅଣା ଯାଇ ପାରିବ ସେଥିପାଇଁ ଯଥାସାଧ୍ୟ ଉଦ୍ୟମ କରାଯିବ ବୋଲି ନିଷ୍ପତ୍ତି ହୋଇଛି । ଏଥିପାଇଁ ଏନଟିସିଏ, ଡବ୍ଲ୍ୟୁଆଇଆଇ ଓ ସାତକୋଶିଆ ଟିମ ସର୍ଭେ କରି ସ୍ଥାନ ନିରୁପଣ କରିବା ପରେ ଯାଇ କାମ ଆରମ୍ଭ ହେବ । ସେ ପର୍ଯ୍ୟନ୍ତ ବାଘୁଣୀର ଭାଗ୍ୟ ସେହି ଦୁଇ ଏକର ଏନକ୍ଳୋଜର ଭିତରେ ହି ସିମୀତ ରହିବ ।
Byte – 1 ପ୍ରଦୀପ ରାଜ କରାଟେ, ଫିଲ୍ଡ ଡାଇରେକ୍ଟର ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ
Vo – 2
ସୂଚନାନୁସାରେ ସାତକୋଶିଆ ରେ ବାଘ ବଂଶ ବୃଦ୍ଧି ପାଇଁ ସବୁ ପ୍ରକାର ଭିତିଭୁମୀ ଥିବା ଦର୍ଶାଇ ବନ ବିଭାଗ ତରଫରୁ ବାହାରୁ ବାଘ ଆଣି ଛାଡ଼ିବାକୁ ପ୍ରସ୍ତାବ ଦିଆ ଯାଇଥିଲା । ୨୦୧୭ ରେ ଏନଟିସିଏ ମଞ୍ଜୁରୀ ପରେ ମଧ୍ୟପ୍ରଦେଶର କାହ୍ନାରୁ ଓ ବାନ୍ଧବଗଡ ବ୍ୟାଘ୍ର ପ୍ରକଳ୍ପରୁ ପର୍ଯ୍ୟାୟ କ୍ରମେ ଗୋଟିଏ ବାଘ ଓ ବାଘୁଣୀ ଅଣାଜାଇ ଥିଲା । ଉଭୟ ଙ୍କୁ ଏଙ୍କ୍ଲୋଜର ରେ କିଛି ଦିନ ରଖିବା ପରେ ସାତକୋଶିଆ ରେ ଛଡ଼ାଯାଇଥିଲା । ୨୦୧୮ ନଭେମ୍ବର ୧୪ ରେ ଶିକାରୀ ଜାଲ ରେ ପଡି ମହାବଳ ବାଘର ମୃତ୍ୟୁ ହୋଇଥିଲା । ସେହିପରି ଦୁଇ ଦୁଇଟି ମଣିଷ ମାରିବା ଅଭିଯୋଗ ପରେ ବାଘୁଣୀ କୁ ପୁଣି ଠାରେ ୨୦୧୮ ନଭେମ୍ବର ୭ ତାରିଖ ଧରି ଏଙ୍କ୍ଲୋଜର ରେ ରଖାଯାଇଛି । ଦୀର୍ଘ ୧୦ମାସ ହେଲା ବାଘୁଣୀ ସେହି ଦୁଇ ଏକର ବିଶିଷ୍ଟ ଏନକ୍ଳୋଜର ଭିତରେ ଏକ ପ୍ରକାର ବନ୍ଦୀ ଜୀବନ କାଟୁଛି । ହାତ ଟେକା ମାଂସ ଖାଉଥିବାରୁ ସେ ଶିକାର କରିବା କୈାଶଳ ଭୁଲି ଗଲାଣି । କହିବାକୁ ଗଲେ ଜଙ୍ଗଲରେ ବାଘର ଯେଉଁ ହିଂସ୍ର ସ୍ବଭାବ ରହିବା କଥା ତାହା ସେ ହରାଇ ବସିଛି । ସ୍ଥାନୀୟ ପରିବେଶବିତ ଓ ବନ୍ୟଜନ୍ତୁ ପ୍ରେମି ତଥା ଅଞ୍ଚଳବାସୀଙ୍କ ଅଭିଯୋଗଯେ ବନ ବିଭାଗର ପରିଚାଳନାଗତ ତୃଟି ଯୋଗୁ ମହାବଳ ମଲା । ବାଘୁଣୀ ଏବେ ବନ୍ଦୀ । କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ଏବେ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ଭାଗ୍ୟ ଭବିଷ୍ୟତ ଅନ୍ଧାରରେ ।
Byte – 2 ପ୍ରଭାକର ବିଶୋଇ , ସାତକୋଶିଆ ବାସୀ
Byte – 3 ରବୀନ୍ଦ୍ର ପଟ୍ଟନାୟକ , ପରିବେଶବିତ
PTC –
Conclusion:ସାତକୋଶିଆରେ ହୋଇଥିଲା ଦେଶର ପ୍ରଥମ ଆନ୍ତରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତର ପ୍ରକ୍ରିୟା । ବନ ବିଭାଗ ଏହି ପ୍ରକଳ୍ପରେ ସ୍ଥାନୀୟ ଲୋକଙ୍କୁ ସାମିଲ ନକରିବା ଏବଂ ସଠିକ ପରିଚାଳନା ନକରିବା କାରଣରୁ ଏହା ବିଫଳ ହେଲା ।ତେବେ ଏଠାରେ ବ୍ୟାଘ୍ର ପ୍ରକଳ୍ପ ହେବ କି ନାହିଁ ତାହା ସନ୍ଦେହ ଘେରରେ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.