ETV Bharat / state

ସାତକୋଶିଆ ବନବିଭାଗକୁ ଘାରିଛି ଘଡ଼ିଆଳ ଛୁଆଙ୍କ ଚିନ୍ତା - satakosia ghadial

ସାତକୋଶିଆ ମହାନଦୀ ଗଣ୍ଡରେ ଜନ୍ମ ହୋଇଥିବା ୨୮ଟି ଘଡ଼ିଆଳ ଛୁଆ ଏବେ ନିଜ ମା ସହ ନଦୀ ଭିତରକୁ ଚାଲି ଯାଇଥିବା ଜଣା ପଡ଼ିଛି। ଅଧିକ ପଢନ୍ତୁ...

ଘଡ଼ିଆଳ ଛୁଆଙ୍କ ଚିନ୍ତା ଘାରିଛି ସାତକୋଶିଆ ବନବିଭାଗକୁ

author img

By

Published : Jun 20, 2021, 10:56 PM IST

ଅନୁଗୋଳ: ଜିଲ୍ଲାର ସାତକୋଶିଆ ମହାନଦୀ ଗଣ୍ଡରେ ଜନ୍ମ ହୋଇଥିବା ୨୮ଟି ଘଡ଼ିଆଳ ଛୁଆ ଏବେ ନିଜ ମା ସହ ନଦୀ ଭିତରକୁ ଚାଲି ଯାଇଥିବା ଜଣା ପଡ଼ିଛି। ତେବେ ଏବେ ଘଡ଼ିଆଳ ଛୁଆଙ୍କ ସୁରକ୍ଷା ଚିନ୍ତା ଘାରିଛି ବନ ବିଭାଗକୁ। ଯେଉଁ ସ୍ଥାନରେ ସେମାନେ ମା’ ଘଡ଼ିଆଳ ସହ ଏକାଠି ଥିଲେ ସେଠାରେ ସେମାନେ ଆଉ ନଥିବା ବନ ବିଭାଗ ଜାଣିବାକୁ ପାଇଲା।

ଘଡ଼ିଆଳ ଛୁଆଙ୍କ ଚିନ୍ତା ଘାରିଛି ସାତକୋଶିଆ ବନବିଭାଗକୁ

ଫଳରେ ବହୁ ଖୋଜାଖୋଜି ପରେ ୫ଟି ଛୁଆକୁ ଅନ୍ୟତ୍ର ଠାବ କରାଯାଇଥିଲା। କିନ୍ତୁ, ଅନ୍ୟମାନଙ୍କୁ ଏପର୍ଯ୍ୟନ୍ତ ଠାବ କରାଯାଇ ପାରିନାହିଁ। ଆଗକୁ ବର୍ଷା ଆସୁଥିବାରୁ ନଦୀରେ ଜଳସ୍ତର ବୃଦ୍ଧି ଆଶଙ୍କା କରି ବନ ବିଭାଗ ଏବେ ସୁରକ୍ଷା ପାଇଁ ଚିନ୍ତାରେ ପଡ଼ିଯାଇଛି। ଦୀର୍ଘ ୪୦ ବର୍ଷ ପରେ ମହାନଦୀ ଗଣ୍ଡରେ ପ୍ରାକୃତିକ ପରିବେଶରେ ୨୮ଟି ଘଡ଼ିଆଳ ଛୁଆ ଜନ୍ମ ହୋଇଛନ୍ତି। ଯାହାକି ନିଶ୍ଚିତ ଭାବେ ଖୁସିର କଥା।

କିନ୍ତୁ ସେମାନେ ବଡ଼ ହେବା ପରେ ମା’ ସହ ନଦୀ ଭିତରକୁ ପଳାଇଛନ୍ତି। ହେଲେ ସେମାନଙ୍କର କୌଣସି ପତା ମିଳୁ ନଥିବା ବନ ବିଭାଗ ପାଇଁ ମୁଣ୍ଡ ବିନ୍ଧାର କାରଣ ହୋଇ ପଡିଛି। ଛୁଆ ଗୁଡିକ ବଡ଼ ହୋଇ ଯାଇଥିବାରୁ ସେମାନେ ନିଜ ନିଜ ଖାଦ୍ୟ ଅନ୍ୱେଷଣରେ ବାହାରି ଯାଇଥିବା ବନ ବିଭାଗ କହୁଛି। ତେବେ ବର୍ତ୍ତମାନ ବର୍ଷା ଋତୁ ଆସୁଥିବାରୁ ମହାନଦୀରେ ଜଳସ୍ତର ବୃଦ୍ଧି ପାଇବ। ତେଣୁ, ବନ ବିଭାଗକୁ ଏବେ ଘଡ଼ିଆଳ ଛୁଆ ମାନଙ୍କ ସୁରକ୍ଷା ଚିନ୍ତା ଘାରିଛି। କାରଣ ଗଣ୍ଡ ଆଖପାଖରେ ବହୁତ ଗାଁ ରହିଛି। ଅନେକ ନାଳ ଗଣ୍ଡ ସହ ମିସିଛି। ତେଣୁ, ବର୍ଷା ଦିନେ ସେହି ନାଳରେ ଚାଲିଯିବାର ଆଶଙ୍କା ମଧ୍ୟ ରହିଛି। ଏହାଛଡା ମତ୍ସ୍ୟଜୀବୀଙ୍କ ଜାଲରେ ପଡିଯିବା ଭୟ ରହିଛି।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.