ETV Bharat / state

ନର୍ଦ୍ଦମା ପାଣିରେ ଭାସୁଛି ଗଡତରାସ ଗାଁ, ଅଜଣା ପ୍ରଶାସନ

author img

By

Published : Oct 4, 2019, 8:37 PM IST

ନାଳ, ନର୍ଦ୍ଦମାର ଉଛୁଳା ପାଣିରେ ହନ୍ତସନ୍ତ ଅନୁଗୋଳର ଗଡତରାସ ଗ୍ରାମବାସୀ । ଏ ନେଇ ଗାଁ ଲୋକେ ଅଭିଯୋଗ କରି ଥକି ପଡିଥିଲେ ସୁଦ୍ଧା ପ୍ରଶାସନ ଅଜଣା ।

ରାସ୍ତା ସମସ୍ୟାରେ ଜର୍ଜରିତ ଗ୍ରାମବାସୀ

ଅନୁଗୋଳ: ରାସ୍ତା ମଝିରେ ନଦୀର ଭ୍ରମ ସୃଷ୍ଟି କରୁଛି ଏହି ଦୃଶ୍ୟ । ଏହା ବର୍ଷା ପାଇଁ ନୁହେଁ ବରଂ ନାଳ, ନର୍ଦ୍ଦମାର ଉଛୁଳା ପାଣି । ଗମନାଗମନର ଅନ୍ୟ କୌଣସି ବିକଳ୍ପ ନଥିବାରୁ ବାଧ୍ୟ ହୋଇ ଲୋକେ ଏଥିରେ ଯିବା ଆସିବା କରୁଛନ୍ତି ।

ରାସ୍ତା ସମସ୍ୟାରେ ଜର୍ଜରିତ ଗ୍ରାମବାସୀ

ଏପଟେ ପଚା ପାଣି ଜମି ମଶା, ମାଛି ହେବା ସହ ନାନା ରୋଗ ମାଡିବସିଲାଣି । ଅନ୍ୟପଟେ ଦିନରାତି ପାଣିରେ ବତୁରି ମାଟି ଘର ବି ଭୁଶୁଡିବାକୁ ବସିଲାଣି । ଏଭଳି ଦୁର୍ଦ୍ଦିନରେ ସଢୁଛନ୍ତି ଅନୁଗୋଳର ଗଡତରାସ ଗ୍ରାମବାସୀ । ଏ ନେଇ ଗାଁ ଲୋକେ ଅଭିଯୋଗ କରି ଥକି ପଡିଥିଲେ ସୁଦ୍ଧା ପ୍ରଶାସନ ଅଜଣା ।

ଗାଁର 70ରୁ ଊର୍ଦ୍ଧ୍ବ ପରିବାର ଏହି ରାସ୍ତା ଉପରେ ନିର୍ଭର କରନ୍ତି । ଦୀର୍ଘ 2 ବର୍ଷ ଧରି ଲାଗି ରହିଛି ଏହି ସମସ୍ୟା । ବ୍ଲକଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କୁ ଏନେଇ ଅଭିଯୋଗ କରିଥିଲେ ମଧ୍ୟ କେହି ଏ ଦିଗରେ ଦୃଷ୍ଟି ଦେଉ ନ ଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏନେଇ ଅନୁଗୋଳ ବିଡ଼ିଓ କହିଛନ୍ତି, ସରପଞ୍ଚଙ୍କୁ ଡ୍ରେନ ବ୍ୟବସ୍ଥା କରିବା ପାଇଁ କୁହାଯାଇଛି । ଖୁବଶୀଘ୍ର ଏହାର ସ୍ଥାୟୀ ସମାଧାନ କରାଯିବ ।

ତେବେ ଦେଖିବାର କଥା ଦୀର୍ଘଦିନର ଏହି ଅବ୍ୟବସ୍ଥାର ସମାଧାନ ପାଇଁ ପ୍ରଶାସନ କଣ ପଦକ୍ଷେପ ନେଉଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ଗାଁ ଦାଣ୍ଡରେ ଜମି ରହିଛି ବର୍ଷା ପାଣି । ଦୀର୍ଘ ଦିନରୁ ପାଣି ଜମିଥିବାରୁ ପଚି ଗନ୍ଧେଇଲାଣି । ଅନ୍ୟ ରାସ୍ତା ନଥିବାରୁ ପୁରା ଗାଁ ଲୋକେ ଏବେ ସେହି ପଚା ପାଣିରେ ଜୀବ ଆସିବା କରୁଛନ୍ତି । ପୂର୍ବରୁ ପାଣି ଠିକ ରେ ଯାଉଥିବା ବେଳେ ଜଣେ ଲୋକଙ୍କ ଜିଦ ଯୋଗୁଁ ଏଭଳି ହୀନସ୍ତା ଭୋଗୁଛନ୍ତି ଏବେ ପୁରା ଗ୍ରାମବାସୀ । ସେପଟେ ସବୁ ଜାଣି ମଧ୍ୟ ପ୍ରଶାସନ ଚୁପ । ଏଭଳି ଘଟଣା ଘଟିଛି ଅନୁଗୋଳ ଜିଲ୍ଲାର ଗଡତରାସ ଗାଁ ରେ । Body:ଘର ଆଗରେ ଜମି ରହିଛି ବର୍ଷା ଓ ଆବର୍ଜନା ପାଣି। ନିଷ୍କାସନର ବାଟ ନ ଥିବାରୁ ଏହା ଘରେ ପଶୁଛି। ଦୁର୍ଗନ୍ଧରେ ନାକ ଫାଟି ପଡୁଛି। ହେଲେ ଉପାୟ ନ ଥିବାରୁ ବାଧ୍ୟ ହୋଇ ସେହି ପାଣିରେ ପଶି ଜୀବା ଆସିବା କରୁଛନ୍ତି ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ଗଡତରାସ ଗ୍ରାମବାସୀ । ଗାଁର ବେହେରା ସାହି, କନ୍ଧ ସାହି ଓ ମନ୍ଦିର ସାହିର ୭୦ରୁ ଊର୍ଦ୍ଧ୍ୱ ପରିବାର ଏହି ରାସ୍ତା ଉପରେ ନିର୍ଭର କରନ୍ତି। ପୂର୍ବରୁ ଉକ୍ତ ରାସ୍ତା ଦେଇ ବର୍ଷା ପାଣି ଚାଷ ଜମିକୁ ଗଡିଯାଉଥିଲା। ହେଲେ ଯେଉଁବାଟ ଦେଇ ପାଣି ନିଷ୍କାସନ ହେଉଥିଲା ତାହା ବ୍ୟକ୍ତିଗତ ଜାଗା ହୋଇଥିବାରୁ ସେଠାରେ ଜାଗା ମାଲିକ ବନ୍ଧ ବାନ୍ଧି ଦେଇଛନ୍ତି । ଫଳରେ ବର୍ଷା ହେଲେ ପାଣି ନିଷ୍କାସନ ହୋଇ ନ ପାରି ସେଠାରେ ଜମି ରହୁଛି। ଏପରିକି ରାସ୍ତାପାର୍ଶ୍ୱରେ ଥିବା ଲୋକଙ୍କ ଘରେ ମଧ୍ୟ ପସୁଛି । କେତେକ ଲୋକ ଘରର ଅଳିଆ ଆବର୍ଜନା ସେଠାରେ ଛାଡି ଦେଉଥିବାରୁ ତାହା ପଚି ଶଢି ଦୁର୍ଗନ୍ଧ ହେଉଛି ।
Byte – 1 ବିନତି ବୀହର , ଗ୍ରାମବାସୀ
Byte – 2 ସମ୍ପୂର୍ଣ୍ଣା ମହାପାତ୍ର , ଗ୍ରାମବାସୀ
Vo – 2
ଦୀର୍ଘ ୨ ବର୍ଷ ଧରି ଲାଗି ରହିଥିବା ଏହି ସମସ୍ୟାର ସମାଧାନ ହେଉ ନ ଥିବାରୁ ଦୁର୍ଦ୍ଦଶା ଭୋଗୁଛନ୍ତି ରାସ୍ତା ଉପରେ ନିର୍ଭର କରୁଥିବା ଲୋକେ । ବ୍ଲକ ଠାରୁ ଆରମ୍ଭ କରି ଜିଲାପାଳଙ୍କୁ ଏ ନେଇ ଅଭିଯୋଗ କରିଥିଲେ ମଧ୍ୟ କେହି ଏ ଦିଗରେ ଦୃଷ୍ଟି ଦେଉ ନ ଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଫଳରେ ଗାଁ ଠାରୁ କିଛି ଦୂରରେ ଥିବା ନୀଳ କଣ୍ଠେଶ୍ୱର ମନ୍ଦିର ଯିବାକୁ ଲୋକେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି। ଗାଁରେ ୩ ଥର ବୈଠକ ବସିଥିଲେ ସୁଦ୍ଧା ଜମି ମାଲିକ କୌଣସି କଥା ଶୁଣୁନଥିବା ଲୋକେ ଅଭିଯୋଗ କରିଛନ୍ତି । ଏନେଇ ଅନୁଗୋଳ ବିଡ଼ିଓ କହିଛନ୍ତି ୨ ଥର ଗାଁକୁ ଯାଇଥିଲୁ। ସରପଞ୍ଚଙ୍କୁ ଡ୍ରେନ ବ୍ୟବସ୍ଥା କରିବା ପାଇଁ କୁହା ଯାଇଛି। ଖୁବଶୀଘ୍ର ଏହାର ସ୍ଥାୟୀ ସମାଧାନ କରାଯିବ।
Byte – 3 ପ୍ରଦୀପ ବେହେରା, ଗ୍ରାମବାସୀ
Byte – 4 ମାୟାଧର ବେହେରା , ବିଡ଼ିଓ ଅନୁଗୋଳ
Conclusion:ତେବେ ଦେଖିବାର କଥା ଏହି ଦୀର୍ଘ ମିଆଦି ଅବ୍ୟବସ୍ଥା ର ସମାଧାନ ପାଇଁ ପ୍ରଶାସନ କଣ ପଦକ୍ଷେପ ନେଉଛି ।
ଅନୁଗୋଳ ରୁ ସଂଗ୍ରାମ ରଞ୍ଜନ ନାଥ ଇଟିଭି ଭାରତ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.