ETV Bharat / state

ବରଯାତ୍ରୀ ଗଲାବେଳେ ଅଘଟଣ, ବାଜାବାଲାଙ୍କ ଗାଡି ଓଲଟି 18 ଗୁରୁତର

ବରଯାତ୍ରୀ ଗଲାବେଳେ ଅଘଟଣ । ବାଜାବାଲାଙ୍କ ଗାଡି ଓଲଟି 18 ଗୁରୁତର । ସମସ୍ତ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି । ଅଧିକ ପଢନ୍ତୁ...

author img

By

Published : Mar 10, 2021, 5:54 PM IST

road accident in anugul
ବରଯାତ୍ରୀ ଗଲା ବେଳେ ଅଘଟଣ , ବାଜାବାଲାଙ୍କ ଗାଡି ଓଲଟି 18 ଗୁରୁତର

ଅନୁଗୋଳ: ବାଜାବାଲାଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ । ପିକଅପ୍ ଗାଡି ଓଲଟି ୧୮ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଭାରସାମ୍ୟ ହରାଇ ଗାଡିଟି ଓଲଟି ପଡିଥିବା ଜଣାପଡିଛି । ଗାଡ଼ିରେ ୨୦ ଜଣ ଥିବାବେଳେ ୧୮ ଜଣ ବାଜାବାଲା ଗୁରୁତର ହୋଇଛନ୍ତି ।

ସୂଚନା ଅନୁସାରେ, ନୂଆପଡା ଗାଁରେ ଜଣେ ବ୍ୟକ୍ତିଙ୍କ ବିବାହ କାର୍ଯ୍ୟ ଅବସରରେ ବାଜା ବଜାଇ ଝିଅ ଘର କଙ୍କରାଇକୁ ବର ରୋଷଣୀ କରିଯାଉଥିଲା । ହେଲେ ଯିବା ସମୟରେ ଗାଡିଟି ଛେଣ୍ଡିପଦା ଗଉଢୁଣୀ ପୋଲ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଫଳରେ ୧୮ଜଣ ବାଜାବାଲା ଗୁରୁତର ହୋଇଥିଲେ । ଫଳରେ ସେମାନଙ୍କୁ ଉଦ୍ଧାର କରାଯାଇ ଛେଣ୍ଡିପଦା ମେଡିକାଲରେ ଭର୍ତ୍ତି କରାଯାଇଛି ।। ତେବେ ଏଥିରେ ୬ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି । ସମସ୍ତଙ୍କ ଘର ବାରମଞ୍ଚାରେ ବୋଲି ଜଣାପଡିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.