ଅନୁଗୋଳ: ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ 55 ନମ୍ବର ଜାତୀୟ ରାଜପଥ ନୁଆହତା ବୁଢାପଙ୍କ ଛକ ନିକଟରେ ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ ମହିଳା ଜଣକ ରଞିତା ଦାସ ଓ ତାଙ୍କ ଘର ବିରବହନପୁର ବୋଲି ଜଣାପଡ଼ିଛି ।
ସୂଚନା ଅନୁସାରେ ଟାଟା ବିଏସ୍ଏଲ୍ ଷ୍ଟିଲ୍ ପ୍ଲାଣ୍ଟରେ ଚାକିରି କରୁଥିଲେ । ଡିଆର ଆଇ, ସାଇଟିରୁ କାମ ସାରି ଘରକୁ ଫେରୁଥିବା ବେଳେ ବୁଢାପଙ୍କ ଛକ ନିକଟରେ ମହିଳାଙ୍କର ଦୁର୍ଘଟଣା ଘଟିଥିଲା । ଏହି ଛକ ନିକଟରେ ଉକ୍ତ ମହିଳାଙ୍କୁ ଗୋଟେ ଚଉଦ ଚକିଆ ଟ୍ରକ୍ ପଛପଟୁ ଧକ୍କା ମାରିଥିଲା । ଫଳରେ ଉକ୍ତ ମହିଳା ଜଣକ ତଳେ ଖସିପଡିଥିଲେ । ଆଉ ସେହି ସମୟରେ ଟ୍ରକଟି ତାଙ୍କ ଉପରେ ଚଢିଯାଇଥିଲା ।
ଉକ୍ତ ଘଟଣା ପରେ ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ଓ ମହିଳାଙ୍କ ପରିବାର ଲୋକେ ଜାତୀୟ ରାଜପଥକୁ ଅବରୋଧ କରି ଉତ୍ତେଜନା କରିଛନ୍ତି । ଯଦ୍ବାରା ରାଜପଥରେ ଶହଶହ ଗାଡ଼ି ଅଟକି ରହିଥିଲା । ଘଟଣା ସମ୍ପର୍କରେ ସୂଚନା ପାଇଁ ବଅଁରପାଳ ଥାନା ଆଇଆଇସି ଓ ମାଜିଷ୍ଟ୍ରେଟ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କ ପରିବାରକୁ ବୁଝାସୁଝା କରିଥିଲେ । ପରେ ଦୀର୍ଘ 3ଘଣ୍ଟା ସମୟ ଧରି ଅଟକି ରହିଥିବା ଯାନବାହାନ ଚଳାଚଳ ସ୍ବାଭାବିକ ହୋଇଥିଲା ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ