ETV Bharat / state

ପୃଥକ ପୃଥକ ସଡକ ଦୁର୍ଘଟଣାରେ ପାଞ୍ଚ ଜଣ ଗୁରୁତର - ଅନୁଗୋଳ ଜିଲ୍ଲା ପାଲଲହଡାରେ ପୃଥକ ପୃଥକ ସଡକ ଦୁର୍ଘଟଣା

ପୃଥକ ପୃଥକ ସଡକ ଦୁର୍ଘଟଣାରେ ପାଞ୍ଚ ଜଣ ଗୁରୁତର ଭାବେ ଆହତ । ପାଲଲହଡା ଟାଉନ ସ୍ଥିତ 49 ନମ୍ବର ଜାତୀୟ ରାଜପଥ ଶିବ ମନ୍ଦିର ଛକ ନିକଟରେ ଏକ ଟ୍ରକ ସହ ଅଟୋ ଧକ୍କା ହୋଇଥିବା ବେଳେ ଖମାର ଥାନା ବାଲିପଶି ନିକଟରେ ଏକ ସ୍କୁଟି ଓ କାର ମଧ୍ୟରେ ଧକ୍କା ହୋଇଥିଲା ।

road-accident-in-anugul-district
ପୃଥକ ପୃଥକ ସଡକ ଦୁର୍ଘଟଣାରେ ପାଞ୍ଚ ଜଣ ଗୁରୁତର
author img

By

Published : Mar 6, 2020, 2:28 AM IST

Updated : Mar 6, 2020, 6:43 AM IST

ଅନୁଗୋଳ: ଜିଲ୍ଲାର ପାଲଲହଡାରେ ପୃଥକ ପୃଥକ ସଡକ ଦୁର୍ଘଟଣାରେ ପାଞ୍ଚ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ପାଲଲହଡା ଟାଉନ ସ୍ଥିତ 49 ନମ୍ବର ଜାତୀୟ ରାଜପଥ ଶିବ ମନ୍ଦିର ଛକ ନିକଟରେ ଏକ ଟ୍ରକ ସହ ଅଟୋ ଧକ୍କା ହୋଇଥିବା ବେଳେ ଖମାର ଥାନା ବାଲିପଶି ନିକଟରେ ଏକ ସ୍କୁଟି ଓ କାର ମଧ୍ୟରେ ଧକ୍କା ହୋଇଥିଲା । ଅଟୋଟି ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଥିବା ବେଳେ ସମସ୍ତ ଯାତ୍ରୀ ଆହତ ହୋଇଥିଲେ ।

ପୃଥକ ପୃଥକ ସଡକ ଦୁର୍ଘଟଣାରେ ପାଞ୍ଚ ଜଣ ଗୁରୁତର

ସ୍ଥାନୀୟ ଲୋକେ ଓ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରୁ ଆହତ ମାନଙ୍କୁ ଉଦ୍ଧାର କରି ପାଳଲହଡା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ଆହତ ମାନେ ହେଲେ ଶୁଶବ ଗାଁର ମାନସିହ କୁମ୍ଭାର , ଦାମୋଦର କୁମ୍ଭାର , ଜମ୍ବୁବତି କୁମ୍ଭାର ଓ ପାଞ୍ଚ ବର୍ଷର ଶିଶୁ ଗୈରି କୁମ୍ଭାର ।

ସେହିପରି ବାଲିପଶି ନିକଟରେ ହୋଇଥିବା ଦୁର୍ଘଟଣାରେ ସ୍କୁଟି ଚାଳକ ଝିମିରିପାଲି ଗାଁର ହରିହର ବୋଇତ ଆହତ ହୋଇଥିବା ଜଣାପଡିଛି । ତାଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ଅନୁଗୋଳ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Last Updated : Mar 6, 2020, 6:43 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.