ETV Bharat / state

ଗାଁ ଦାଣ୍ଡରେ ଚଢିଗଲା କାର, ଦୁଇ ଶିଶୁ ସମେତ 3 ମୃତ - ମର୍ମନ୍ତୁଦ ସଡକ ଦୁର୍ଘଟଣା

ଅନୁଗୋଳ ଜିଲ୍ଲାର ବିକ୍ରମପୁର ଥାନା ଗୋବରା ଗାଁ ର ପ୍ରଧାନ ସାହିରେ କାର ଦୁର୍ଘଟଣାରେ ଚାଲିଗଲା 3 ଜୀବନ। ଅଧିକ ପଢନ୍ତୁ

road accident
road accident
author img

By

Published : Apr 28, 2023, 10:05 PM IST

road accident

ଅନୁଗୋଳ: ଗାଁ ମଝିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। କାର ଦୁର୍ଘଟଣାରେ ଚାଲିଗଲା 3 ଜୀବନ । ଗାଁ ଦାଣ୍ଡରେ ଖେଳୁଥିବା ବେଳେ ଜଣେ ବୃଦ୍ଧା ଓ ଦୁଇ ଶିଶୁ ଙ୍କ ଉପରେ ଚଢିଗଲା କାର । ନିଶା ଶକ୍ତ ଅବସ୍ଥାରେ ଡ୍ରାଇଭର ଦୁର୍ଘଟଣା ଘଟିଥିବା ସୂଚନା। ତେବେ ଏଭଳି ଘଟଣା ଘଟିଛି ଅନୁଗୋଳ ଜିଲ୍ଲାର ବିକ୍ରମପୁର ଥାନା ଗୋବରା ଗାଁ ର ପ୍ରଧାନ ସାହିରେ ।

ସୂଚନା ମୁତାବକ, ସନ୍ଧ୍ୟା ସମୟରେ ପିଲା ମାନେ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ହଠାତ ଏକ କାର ସେମାନଙ୍କ ଉପରେ ମାଡି ଯାଇଥିଲା । କେହି କିଛି ଭାବିବା ପୂର୍ବରୁ ଗାଡି ଟି ସେମାନଙ୍କ ଉପରେ ମାଡି ଯାଇଥିଲା। ଫଳରେ ଘଟଣା ସ୍ଥଳରେ ବୃଦ୍ଧା ଙ୍କ ର ମୃତ୍ୟୁ ହୋଇଥିବା ବେଳେ ଦୁଇ ଶିଶୁ ଙ୍କୁ ଗୁରୁତର ଅବସ୍ଥାରେ ଅନୁଗୋଳ ମୁଖ୍ୟ ଚିକିତ୍ସାଳୟ ଅଣାଯାଇଥିଲା । ହେଲେ ସେଠାରେ ଉଭୟଙ୍କର ମୃତ୍ୟୁ ହୋଇଛି। ସୂଚନା ଅନୁସାରେ ମୃତ ମହିଳା ଜଣକ ହେଲେ ପ୍ରମିଳା ପ୍ରଧାନ ବୋଲି ଜଣାପଡିଥିବା ବେଳେ 2ଶିଶୁ କୃଷ୍ନା ପ୍ରଧାନ ଓ ଗୁଗୁ ପ୍ରଧାନ ବୋଲି ଜଣାପଡିଛି। ଏହି ଘଟଣାକୁ ନେଇ ଗୋବରା ଗାଁରେ ଉତ୍ତେଜନା ପରିସ୍ଥିତି ଦେଖା ଦେଇଛି । ଲୋକ ନିଶାଗ୍ରସ୍ତ ଥିବା ଚାଳକ ଓ ଅନ୍ୟ ଜଣକୁ ମାଡ଼ ମାରି ଅଟକ ରଖିଥିବା ଜଣା ପଡ଼ିଛି। ଖବର ପାଇ ବିକ୍ରମପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା ଆରମ୍ଭ କରିଛି। ଘଟଣା କୁ ନେଇ ପୁରା ଗାଁ ରେ ଶୋକାକୁଳ ପରିସ୍ଥିତି ମଧ୍ୟ ଦେଖିବାକୁ ମିଳିଛି।

ପ୍ରକାଶ ଥାଉକି, ସେହିପରି ଗତକାଲି ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିଲା । ସେଠାରେ ଏକ ଅଜଣା ଗାଡି ଧକ୍କାରେ ଜଣେ ଯୁବ ଅଧ୍ୟାପକଙ୍କ ମୃତ୍ୟୁ ହୋଇଥିଲା । ମୃତକଙ୍କ ନାମ ପ୍ରଦୀପ ମିଶ୍ର । ସେ ବୋଲଗଡ ପରମାନନ୍ଦ ମହାବିଦ୍ୟାଳୟରେ ପଦାର୍ଥ ବିଜ୍ଞାନ ବିଭାଗରେ ଅଧ୍ୟାପକ ଥିଲେ । ଗତକାଲି ସେ ଅଧ୍ୟାପନା ପାଇଁ ନିଜ ସ୍କୁଟିରେ କଲେଜ ଯାଉଥିବା ବେଳେ ଖୋର୍ଦ୍ଧା ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ବୋଲଗଡ ବ୍ଲକ ଛକ ନିକଟରେ ଏକ ଦ୍ରୁତଗାମୀ କାର ତାଙ୍କୁ ଧକ୍କା ଦେଇ ପଳାଇଥିଲା । ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ପ୍ରଦୀପଙ୍କୁ ବୋଲଗଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ତେବେ ଖୋର୍ଦ୍ଧା ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ମରଣଯନ୍ତା ପାଲଟିଛି । ପ୍ରଶସ୍ତିକରଣ ନାମରେ ବିଭିନ୍ନ ସ୍ଥାନରେ ରାସ୍ତା କାର୍ଯ୍ୟ ସରୁ ନଥିବାବେଳେ ବିଭିନ୍ନ ଛକ ସହ ଶିକ୍ଷାନୁଷ୍ଠାନମାନଙ୍କରେ ହମ୍ସର ଅଭାବ ଯୋଗୁଁ ଦ୍ରୁତଗତିରେ ଯାଉଥିବା ଗାଡ଼ି ଉପରେ ବ୍ରେକ୍‌ ଲାଗି ପାରୁନି । ଏଥିପାଇଁ ପ୍ରତିଦିନ ଛୋଟ ବଡ଼ ଦୁର୍ଘଟଣା ଘଟି ଅନେକ ଧନ ଜୀବନ ନଷ୍ଟ ହେଉଛି । ଯେମିତି ଆଜି ମଧ୍ୟାହ୍ନ ସମୟରେ ଅଧ୍ଯାପନା ପାଇଁ ସ୍କୁଟିରେ ଆସୁଥିବା ଅଧ୍ଯାପକ ପ୍ରଦୀପ ମିଶ୍ରଙ୍କ ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଛି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.