ଅନୁଗୋଳ: ଭରତପୁର କୋଇଲା ଖଣିରେ ମାଟି ଧସିବା ଘଟଣାର ଉଦ୍ଧାରକାର୍ଯ୍ୟରେ ବର୍ଷା ସାଜିଲା ବାଧକ । ଆଜି ଦ୍ଵିତୀୟ ଦିନରେ ଚାଲିଥିଲା ରେସକ୍ୟୁ ଅପରେସନ। ସକାଳ ସମୟରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ମଧ୍ୟାହ୍ନରେ ହଠାତ ବର୍ଷା ସାଜିଥିଲା କାଳ ।
ଏପଟେ ଏନଡିଆରଏଫ ଓ ଖଣି ସୁରକ୍ଷା କର୍ମଚାରୀ ଉଦ୍ଧାର କାର୍ଯ୍ୟରେ ଲାଗିଥିବା ବେଳେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ପୁରା ଘଟଣାର ତଦାରଖ କରୁଛନ୍ତି । ତେବେ ହୋଇଥିବା ବର୍ଷାରେ ସମସ୍ତଙ୍କ ପରିଶ୍ରମ ସତେ ଯେମିତି ପାଣିରେ ମିଳେଇ ଯାଇଛି । ବର୍ଷା ଛାଡିବା ପରେ ଉଦ୍ଧାରକାର୍ଯ୍ୟ ପାଇଁ ପରବର୍ତ୍ତୀ ପଦକ୍ଷେପ ନିଆଯିବ।
ମଙ୍ଗଳବାର କୋଇଲା ଖଣିରେ ମାଟି ଅତଡା ଖସି 13ଜଣ ଫସିରହିଥିଲେ । ପ୍ରଥମେ 9ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଗତକାଲି ଆଉ ଜଣେ ଶ୍ରମିକଙ୍କ ମୃତଦେହ ଉଦ୍ଧାର ହୋଇଥିଲା ।
ଅନୁଗୋଳରୁ ସଂଗ୍ରାମ ନାଥ,ଇଟିଭି ଭାରତ