ETV Bharat / state

କାହିଁକି ସାତକୋଶିଆରେ ରହୁନାହାଁନ୍ତି ହାତୀ ? ଗାଁରେ ବର୍ଷାଦିନେ ଫସଲ ନଷ୍ଟ କରୁଛନ୍ତି, ଖରାଦିନେ ଆମ୍ବ, ପଣସ ପାଇଁ ଅଭୟାରଣ୍ୟ ଫେରୁନାହାଁନ୍ତି

author img

By

Published : May 23, 2023, 4:01 PM IST

ସାତକୋଶିଆ ଅଭୟାରଣ୍ୟରେ ରହୁନାହାନ୍ତି ହାତୀ । ଗାଁ ମୁହାଁ ହାତୀଙ୍କ ପାଇଁ ଚିନ୍ତାରେ ଅଭୟାରଣ୍ୟ ଅଞ୍ଚଳବାସୀ । ଅଧିକ ପଢ଼ନ୍ତୁ

ଚିନ୍ତାରେ ଅଭୟାରଣ୍ୟ ଅଞ୍ଚଳବାସୀ
ଚିନ୍ତାରେ ଅଭୟାରଣ୍ୟ ଅଞ୍ଚଳବାସୀ
ସାତକୋଶିଆ ଅଭୟାରଣ୍ୟ ନୁହେଁ ଗାଁ ମୁହାଁ ହାତୀ

ଅନୁଗୋଳ: ଧିରେ ଧିରେ ହାତୀ ଶୂନ୍ୟ ହୋଇ ପଡୁଛି ସାତକୋଶିଆ ! ହସ୍ତୀ ସଂରକ୍ଷଣ ପ୍ରକଳ୍ପ ରହିଯାଇଛି ନାଁକୁ ମାତ୍ର । ଖଦ୍ୟପେୟ ଅଭାବରେ ଗାଁ ମୁହାଁ ହାତୀ । ଦିନ ଥିଲା ସାତକୋଶିଆ ଭିତରେ ପ୍ରାୟ ୨ ଶହରୁ ଅଧିକ ହାତୀ ବିଚରଣ କରୁଥିଲେ । ହେଲେ କିଛି ବର୍ଷ ହେଲା ହାତୀ ଜଙ୍ଗଲ ଭିତରେ ନରହି ଗାଁ ମୁହାଁ ହେଉଛନ୍ତି ।

ସାତକୋଶିଆ ଅଭୟାରଣ୍ୟ: ରାଜ୍ୟର ଦ୍ବିତୀୟ ବୃହତ୍ତମ ଆଭୟାରଣ୍ୟ । ପ୍ରକୃତିକ ସୌନ୍ଦର୍ଯ୍ୟ ଓ ଜୈବ ବିବିଧତା ପାଇଁ ବେଶ ପରିଚିତ । ଏଠାରେ ବିଭିନ୍ନ ପ୍ରଜାତିର ଗଛ ଥିବାରୁ ବିଶେଷ କରି ତୃଣଭୋଜି ପ୍ରାଣୀମାନଙ୍କ ପାଇଁ ପ୍ରକୃଷ୍ଟ ଆବାସ ସ୍ଥଳୀ । ଦିନ ଥିଲା ଅଭୟାରଣ୍ୟରେ ହାତୀ ମାନଙ୍କ ମୁଖ୍ୟ ଖାଦ୍ୟ ଶାଳିଆ ବାଉଁଶ ପର୍ଯ୍ୟାପ୍ତ ଥିଲା । ପ୍ରାକୃତିକ ନାଳ ଓ ଜଳାଶୟ ଗୁଡିକରେ ବର୍ଷ ତମାମ ପାଣି ରହୁଥିଲା। ପର୍ଯ୍ୟାପ୍ତ ଖାଦ୍ୟ ଓ ପାଣି ମିଳୁ ଥିବାରୁ ଶତାଧିକ ହାତୀ ଡେରା ପକାଇ ରହୁଥିଲେ । ସତକୋଶିଆକୁ ଲାଗି ରହିଥିବା ଢେଙ୍କାନାଳ, ଆଠମଲ୍ଲିକ, ଆଠଗଡ଼ ଆଦି ଜଙ୍ଗଲରୁ ମଧ୍ୟ ହାତୀ ଏଠାକୁ ଆସି ରହୁଥିଲେ।

ସାତକୋଶିଆକୁ ହସ୍ତୀ ସଂରକ୍ଷଣ ପ୍ରକଳ୍ପ: ହାତୀଙ୍କର ସ୍ଥିତି ଦେଖି ସରକାର ଗତ ୨୦୦୨ରେ ସାତକୋଶିଆକୁ ହସ୍ତୀ ସଂରକ୍ଷଣ ପ୍ରକଳ୍ପ ଘୋଷଣା କରିଥିଲେ। ଗତ ୨୦୧୭ରେ ଶେଷ ଥର ପାଇଁ କରା ଯାଇଥିବା ହାତୀ ଗଣନାରୁ ସାତକୋଶିଆରେ ୨୩୪ଟି ହାତୀ ଥିବା ଜଣା ପଡିଥିଲା।

ଗାଁ ମୁହାଁ ହାତୀ: ସାତକୋଶିଆ ଆଖପାଖରେ ଥିବା ଗାଁ ଗୁଡିକରେ ହାତୀ ସ୍ଥାୟୀ ଭାବେ ରହୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି, ‘‘ବର୍ଷା ଦିନେ ଧାନ, ଆଖୁ ଓ ପନିପରିବା ଖାଇ ବ୍ୟାପକ ନଷ୍ଟ କରୁଛନ୍ତି । ଖରାଦିନେ ଆମ୍ବ, ପଣସ ଓ ତାଳ ମିଳୁଥିବାରୁ ସେ ସ୍ଥାନ ଛାଡି ଯାଉ ନାହାଁନ୍ତି । ଏସବୁ କାରଣରୁ ହାତୀ ଜଙ୍ଗଲ ଭିତରେ ନରହି ବାହାରେ ବୁଲୁଛନ୍ତି । ଏହାଦ୍ୱାରା ଲୋକଙ୍କର ବ୍ୟାପକ କ୍ଷତି ହେଉଛି ।’’

ପରିବେଶବିତ ସୁଶୀଲ କୁମାର ପ୍ରଧାନ କହିଛନ୍ତି, ‘‘ଜଙ୍ଗଲରେ ହାତୀଙ୍କ ଖାଦ୍ୟପେୟର ଅଭାବ ରହିଛି । ତେଣୁ ଖାଦ୍ୟ ପାଇଁ ହାତୀ ଗାଁକୁ ମୁହାଁଉଛନ୍ତି । ତେଣୁ ବନ ବିଭାଗ ଏବେଠାରୁ ସଜାଗ ହେବାର ସମୟ ଆସିଛି । ନଚେତ ହାତୀଙ୍କର ଖାଦ୍ୟ ଶୈଳୀରେ ପରିବର୍ତ୍ତନ ହୋଇଗଲେ ସେମାନେ ଆଉ କେବେ ଜଙ୍ଗଲ ଭିତରକୁ ନଯାଇ ଗାଁରେ ରହିବେ । ଜଙ୍ଗଲ ଭିତରେ ବ୍ୟାପକ ବାଉଁଶ ଲଗାଇବାକୁ ହେବ । କୃତ୍ରିମ ଜଳାଶୟ ଖନନ କରିବାକୁ ପଡିବ ।’’

ସାତକୋଶିଆ ଡିଏଫଓ ସରୋଜ କୁମାର ପଣ୍ଡା ଏହାକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି, ସାତକୋଶିଆରେ ହାତୀଙ୍କ ପାଇଁ ଖାଦ୍ୟର ଅଭାବ ନାହିଁ । ହାତୀ ଯାଯାବର ପ୍ରାଣୀ ହୋଇଥିବାରୁ ଗୋଟିଏ ନିର୍ଦ୍ଧିଷ୍ଟ ସ୍ଥାନରେ ରୁହନ୍ତି ନାହିଁ । କିଛି ଦିନ ପରେ ପୁଣି ସେମାନେ ଜଙ୍ଗଲ ଭିତରକୁ ଫେରି ଆସିବେ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.