ETV Bharat / state

ଅନୁଗୋଳ ପବନରେ ବିଷ ! ଧୂଳିକଣାରେ ଦିଲ୍ଲୀକୁ ଟପିଲା

author img

By ETV Bharat Odisha Team

Published : Jan 4, 2024, 3:43 PM IST

Updated : Jan 4, 2024, 4:28 PM IST

Angul air quality index: ବିଷ ବଳୟ ଭିତରେ ଓଡ଼ିଶା । ବାୟୁ ପ୍ରଦୂଷଣରେ ଦିଲ୍ଲୀକୁ ଟପିଲା ଅନୁଗୋଳ । ଅଧିକ ପଢନ୍ତୁ

Anugul AQI Crosses Delhi
Anugul AQI Crosses Delhi
ଅନୁଗୋଳ ପବନରେ ବିଷ ! ଧୂଳିକଣାରେ ଦିଲ୍ଲୀକୁ ଟପିଲା

ଅନୁଗୋଳ: ବିଷ ବଳୟ ଭିତରେ ଓଡ଼ିଶା । ପ୍ରଦୂଷଣରେ ଦିଲ୍ଲୀକୁ ଟପିଯାଇଛି ଅନୁଗୋଳ ସହର । କେନ୍ଦ୍ରୀୟ ପ୍ରଦୂଷଣ ବୋର୍ଡ଼ ଦ୍ବାରା କରାଯାଇଥିବା ସର୍ଭେ ଅନୁସାରେ ସାରା ଦେଶରେ ୧୩୧ଟି ସହର ବ୍ୟାପକ ମାତ୍ରାରେ ପ୍ରଦୂଷିତ । ସେଥିମଧ୍ୟରୁ ଆମ ରାଜ୍ୟ ଓଡ଼ିଶାର ୭ଟି ସହର ରହିଛି । ଅନୁଗୋଳ ଜିଲ୍ଲାର ଅନୁଗୋଳ ଓ ତାଳଚେର ସହର ଏହି ପ୍ରଦୂଷିତ ସହର ମଧ୍ୟରେ ଅନ୍ତର୍ଭୁକ୍ତ ।

ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ଅନୁସାରେ ବାୟୁ ମଣ୍ଡଳରେ ଧୂଳିକନା ବାର୍ଷିକ ପ୍ରତି ୧ ଘନ ମିଟର ବାୟୁରେ ହାରାହାରି ୬୦ମିଲିଗ୍ରାମ ରହିବା କଥା । କିନ୍ତୁ ଗତ କିଛି ବର୍ଷ ହେଲା ଏହା ହାରାହାରି ୮୫ମିଲିଗ୍ରାମ ରହୁଛି । ଫଳରେ ପ୍ରଦୂଷଣ ବୃଦ୍ଧି ପାଉଛି । ବାୟୁ ମଣ୍ଡଳରେ ପ୍ରଦୂଷଣର ମାତ୍ରା ସାଙ୍ଘାତିକ ସ୍ତରରେ ପହଞ୍ଚିଲାଣି । ଫଳରେ ଲୋକଙ୍କୁ ନିଶ୍ବାସ ପ୍ରଶ୍ବାସ ନେବା ଆଣିବା କଷ୍ଟକର ହୋଇପଡୁଛି । ଗତ କିଛି ମାସ ହେଲା ଅନୁଗୋଳରେ ଏଭଳି ସ୍ଥିତି ଲାଗି ରହିଛି । ଫୁସଫୁସ ଜନିତ ରୋଗ ବଢ଼ିବାରେ ଲାଗିଛି । ସଦ୍ୟ ପ୍ରକାଶିତ ତଥ୍ୟ ମୁତାବକ ଜିଲ୍ଲାର ବାୟୁମାନ ସୂଚକଙ୍କ ଦିଲ୍ଲୀ ସ୍ଥିତିଠାରୁ ଆହୁରି ଜଟିଳ ହୋଇ ପଡିଛି।

ଏହା ବି ପଢନ୍ତୁ- Poor Air Quality: ବିଗିଡୁଛି ଦିଲ୍ଲୀର ବାୟୁ ଗୁଣାବତ୍ତା, ହୋଇପାରେ ଗମ୍ଭୀର ରୋଗ

ଦିଲ୍ଲୀରେ ଗତ ୨୪ଘଣ୍ଟା ମଧ୍ୟରେ ବାୟୁ ମାନ ସୂଚକାଙ୍କ ୨.୫ ଏବଂ ଧୂଳିକଣା ମାତ୍ରା ୩୪୧ ରହିଥିଲା । ଏହାକୁ ତୁଳନା କଲେ ଜଣାପଡିଛି ଯେ ଅନୁଗୋଳରେ ମଧ୍ୟ ବାୟୁ ମାନ ସୂଚକାଙ୍କ ୨.୫ ଏବଂ ଧୂଳିକଣା ମାତ୍ରା ୩୫୪ରେ ପହଞ୍ଚିଛି । ସେହିପରି ତାଳଚେର ସ୍ଥିତି ଆହୁରି ଜଟିଳ ହୋଇପଡିଛି । ଏଠାରେ ଧୂଳିକଣା ମାତ୍ରା ୩୬୪ରେ ପହଞ୍ଚିଛି । ଏଭଳି ସ୍ଥିତି ଦେଖି ଏନଜିଟି ଜଙ୍ଗଲ ପରିବେଶ ଓ ଜଳବାୟୁ ପ୍ରଦୂଷଣ ନିୟନ୍ତ୍ରଣ ବିଭାଗକୁ କଡ଼ା ନିର୍ଦ୍ଦେଶ ଦେଇଥିଲେ । ପ୍ରଦୂଷଣ ରୋକିବା ଏବଂ ନିୟନ୍ତ୍ରଣ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ତେଣୁ କେନ୍ଦ୍ର ସରକାର ନ୍ୟାସନାଲ କ୍ଲିନ ଏୟାର ପ୍ରୋଗ୍ରାମ କାର୍ଯ୍ୟକାରୀ କଲେ । ଏହି ପ୍ରୋଗ୍ରାମ ମାଧ୍ୟମରେ ପ୍ରଦୂଷଣ ହାର ଶତକଡା ୨୦ ରୁ ୩୦ ଭାଗ କମାଇବାକୁ ଯୋଜନା କରାଯାଇଛି ।

ଗତ ୨୦୧୯ଠାରୁ ଏହି ପ୍ରୋଗ୍ରାମ ଅନୁଗୋଳ ଓ ତାଳଚେରରେ କାର୍ଯ୍ୟକାରୀ କରୁଛି । ଏହି ଯୋଜନାରେ ବନ ବିଭାଗ, ଶିଳ୍ପ ସଂସ୍ଥା, ଜାତୀୟ ରାଜପଥ ବିଭାଗ, ପରିବହନ ବିଭାଗ ଏବଂ ବିଭିନ୍ନ ପୌର ସଂସ୍ଥାମାନଙ୍କୁ ସାମିଲ କରାଯାଇଛି । ଶିଳ୍ପ ସଂସ୍ଥା ମାନେ ପ୍ରଦୂଷଣ ଜନିତ ନିୟମଗୁଡିକୁ କଡାକଡି ଭାବେ ପାଳନ କରିବା, ପୌର ସଂସ୍ଥାଗୁଡିକ ସହରକୁ ସ୍ବଚ୍ଛ ରଖିବା, ବ୍ୟାପକ ବୃକ୍ଷ ରୋପଣ କରିବା, ବର୍ଜ୍ୟବସ୍ତୁକୁ ସଠିକ ପରିଚାଳନା କରିବା ସମେତ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ଜାତୀୟ ରାଜପଥ କର୍ତ୍ତୃପକ୍ଷ ରାସ୍ତାଗୁଡିକ ପ୍ରଶସ୍ତ କରିବା ଏବଂ ଯାନବାହନ ଚଳାଚଳ ସମୟରେ ଯେପରି ଧୂଳି ନ ଉଡେ ସେଥିପାଇଁ ରାସ୍ତାର ଆବଶ୍ୟକ ରକ୍ଷଣାବେକ୍ଷଣ କରିବାକୁ ପରାମର୍ଶ ଦିଆଯାଇଛି ।

ଏହା ବି ପଢନ୍ତୁ- ଅତି ଖରାପ ସ୍ତରରେ ଦିଲ୍ଲୀ ବାୟୁ, କେବେ ସୁଧୁରିବ ମାନ, ବଢିଲା ଚିନ୍ତା

ପରିବହନ ବିଭାଗ ମଧ୍ୟ ଗାଡିଗୁଡିକର ଯାଞ୍ଚ କରିବା, ପ୍ରଦୂଷଣ କରାଉଥିବା ଯାନଗୁଡିକର ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କୁହାଯାଇଛି । ଏଥିପାଇଁ ଜିଲ୍ଲା ସ୍ତରରେ ପ୍ରତି ୩ ମାସରେ ଥରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ କରାଯାଉଛି । କେନ୍ଦ୍ରୀୟ ପ୍ରଦୂଷଣ ବୋର୍ଡ଼ ଅଧିକାରୀମାନେ ଆସି ବାରମ୍ବାର ତଦନ୍ତ କରୁଛନ୍ତି । ଚଳିତ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ସରକାର ଜିଲ୍ଲାକୁ ୫୦ଲକ୍ଷ ଏବଂ ତାଳଚେରକୁ ୧କୋଟି ୬୦ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ନ୍ୟାସନାଲ କ୍ଲିନ ଏୟାର ପ୍ରୋଗ୍ରାମ ମାଧ୍ୟମରେ ଏହି ଟଙ୍କା ଖର୍ଚ୍ଚ କରାଯାଉଛି । ତେଣୁ ଅନୁଗୋଳ ଓ ତାଳଚେର ଅଞ୍ଚଳରେ ଆଗାମୀ ବର୍ଷରେ ପ୍ରଦୂଷଣ ହ୍ରାସ କରିବାକୁ ସବୁ ପ୍ରକାର ବ୍ୟବସ୍ଥା କରାଯାଉଛି ବୋଲି ଆଞ୍ଚଳିକ ପ୍ରଦୂଷଣ ଅଧିକାରୀ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ଅନୁଗୋଳ

Last Updated : Jan 4, 2024, 4:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.