ଅନୁଗୋଳ: ଜିଲ୍ଲା ପାଲଲହଡା ବ୍ଳକରେ ହେଉଛି ବ୍ୟାପକ ଦୁର୍ନୀତି । ଅନେକ ସରକାରୀ ଯୋଜନା ବାଟ ମାରଣା ହେଉଥିବା ଅଭିଯୋଗ ଆଣିଛନ୍ତି ବ୍ଲକର ରୋହିଲା ପଞ୍ଚାୟତବାସୀ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ପକ୍କା ଘର ମିଳୁଛି । ଏପରିକି ସରକାରୀ ଚାକିରୀ କରିଥିବା ଲୋକଙ୍କୁ ଘର ମିଳିଥିବା ବେଳେ ଗରିବଙ୍କୁ ଏହି ଯୋଜନାରୁ ବାଦ ଦିଆଯାଇଥିବା ଅଭିଯୋଗ ଆଣିଛନ୍ତି ଲୋକେ ।
ବିଜେପି ନେତା ଅଶୋକ ମହାନ୍ତିଙ୍କ ନେତୃତ୍ବରେ ଏକାଧିକ ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଭେଟି ବିଭିନ୍ନ ଦୁର୍ନୀତିର ତଦନ୍ତ ଦାବି କରିଛନ୍ତି। ଯଦି ପ୍ରଶାସନ ଏଦିଗରେ ଦୃଷ୍ଟି ନ ଦିଏ ତେବେ ବିଜେପି ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ,ଇଟିଭି ଭାରତ