ETV Bharat / state

ଟୀକାକରଣ ପରିଚାଳନାକୁ ନେଇ ପ୍ରଶ୍ନବାଚୀ, ଲୋକଙ୍କ ମଧ୍ୟରେ ହାତାହାତି

author img

By

Published : Aug 28, 2021, 8:00 PM IST

ଜିଲ୍ଲାରେ ଟୀକାକରଣ ପରିଚାଳନାରେ ଦେଖାଦେଇଛି ତ୍ରୁଟି । ଟୀକାକରଣ କେନ୍ଦ୍ରରେ ଟିକା ନେବାକୁ ଆସିଥିବା ଲୋକେ ସାମାଜିକ ଦୂରତ୍ବ ଭୁଲିବା ସହ କିଛି ସମୟ ପାଇଁ ଦେଖା ଦେଇଥିଲା ଉତ୍ତେଜନା । ଅଧିକ ପଢନ୍ତୁ...

ଟୀକାକରଣ ପରିଚାଳନାକୁ ନେଇ ପ୍ରଶ୍ନବାଚୀ, ଲୋକଙ୍କ ମଧ୍ୟରେ ହାତାହାତି
ଟୀକାକରଣ ପରିଚାଳନାକୁ ନେଇ ପ୍ରଶ୍ନବାଚୀ, ଲୋକଙ୍କ ମଧ୍ୟରେ ହାତାହାତି

ଅନୁଗୋଳ: ଜିଲ୍ଲାରେ ଏବେବି କୋଭିଡ ଟୀକାକରଣ ପରିଚାଳନା ଗତ ତ୍ରୁଟିକୁ ନେଇ ଭିନ୍ନ ଭିନ୍ନ ଚିତ୍ର ସାମ୍ନାକୁ ଆସୁଛି । ଏଭଳି ଏକ ଚିତ୍ର ସାମ୍ନାକୁ ଆସିଛି ଅନୁଗୋଳ ଜିଲ୍ଲାର ତାଳଚେର ପୌରାଞ୍ଚଳରେ । ଏନେଇ 19 ନଂ ୱାର୍ଡରେ ଟିକା ନେବା ପାଇଁ ଆଧାର କାର୍ଡର ଲାଇନ ଲାଗୁଥିବା ନେଇ ଦେଖିବାକୁ ମିଳିଥିବା ବେଳେ କେତେକ ସ୍ଥାନରେ ଟିକା ନେବାକୁ ଆରମ୍ଭ ହୋଇଯାଇଛି ଗଣ୍ଡଗୋଳ । ପୋଲିସ ଜନତା ହାତାହାତି ହେବା ଭଳି ସ୍ଥିତି ମଧ୍ୟ ନଜରକୁ ଆସିଛି ।

ସେପଟେ ଲୋକେ ପୂର୍ବ ଦିନରୁ ସ୍କୁଲ ଆଗରେ ଟିକା ପାଇଁ ଲାଇନ ଲଗାଇ ଥିବାବେଳେ ଅନ୍ୟ ୱାର୍ଡ ଲୋକ ସେଠାରେ ଆସି ଟିକା ନେବାକୁ ନେଇ ଉତ୍ତେଜନା ଦେଖା ଦେଇଛି । ଯାହାକି ପ୍ରଶାସନିକ ଅଧିକାରୀଙ୍କ ଟୀକାକରଣ ପରିଚାଳନାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହାେଇଛି । ଲୋକେ ଗୋଟିଏ ଦିନ ଆଗରୁ ଟିକା ପାଇଁ ଲାଇନରେ ଥିବାବେଳେ ଦାୟିତ୍ୱରେ ଥିବା କର୍ମଚାରୀ ନିଜ ଇଛା ଅନୁଯାୟୀ ଲୋକଙ୍କୁ ଟିକା ଦେଉଥିବାବେଳେ ଅନ୍ୟମାନକୁ ଫେରାଇ ଦେଉଥିବା ନେଇ ଅଭିଯୋଗ ହୋଇଛି ।

ତେବେ ଟୀକାକରଣ ବେଳେ ବିଭିନ୍ନ ୱାର୍ଡରୁ ଲୋକେ ଟିକା ନେବା ପାଇଁ ଆସିଥିବାବେଳେ ଟିକା ଦେବାକୁ ରୋକଠୋକ୍ ମନା କରି ଦେଇଥିଲେ ଦାୟିତ୍ଵରେ ଥିବା କର୍ମଚାରୀ । ଯାହାକୁ ନେଇ ଉତ୍ତେଜନା ଦେଖା ଦେଇଥିବାବେଳେ ଲୋକେ ସାମାଜିକ ଦୂରତ୍ବ କଥାକୁ ସଂପୂର୍ଣ୍ଣ ରୂପେ ଭୁଲି ଯାଇଥିବା ଦେଖିବାକୁ ମିଳିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.