ETV Bharat / state

ବନ୍ଦ ପ୍ରତିବାଦରେ ବନ୍ଦ, ଟିଟିପିଏସ ଚାଲୁ କରିବା ପାଇଁ ବଢୁଛି ପ୍ରତିବାଦ - ଟିଟିପିଏସ ଚାଲୁ କରିବା ପ୍ରସଙ୍ଗ

ଟିଟିପିଏସ ପ୍ଲାଣ୍ଟ ବନ୍ଦକୁ ବିରୋଧ ଓ ବିଦ୍ରୋହ ଦିନକୁ ଦିନ ତେଜିବାକୁ ଲାଗିଛି । ତେବେ ବିଜେଡି ପରେ ବନ୍ଦ ଡାକରା ଦେଇଛି କମ୍ୟୁନିଷ୍ଟ ଦଳ । ଅଧିକ ପଢନ୍ତୁ...

ବନ୍ଦ ପ୍ରତିବାଦରେ ବନ୍ଦ, ଟିଟିପିଏସ ଚାଲୁ କରିବ ପାଇଁ ବଢୁଛି ପ୍ରତିବାଦ
ବନ୍ଦ ପ୍ରତିବାଦରେ ବନ୍ଦ, ଟିଟିପିଏସ ଚାଲୁ କରିବ ପାଇଁ ବଢୁଛି ପ୍ରତିବାଦବନ୍ଦ ପ୍ରତିବାଦରେ ବନ୍ଦ, ଟିଟିପିଏସ ଚାଲୁ କରିବ ପାଇଁ ବଢୁଛି ପ୍ରତିବାଦ
author img

By

Published : Apr 6, 2021, 7:09 PM IST

ଅନୁଗୋଳ: ଟିଟିପିଏସ ପ୍ଲାଣ୍ଟ ବନ୍ଦକୁ ବିରୋଧ ଓ ବିଦ୍ରୋହ ଦିନକୁ ଦିନ ତେଜିବାକୁ ଲାଗୁଛି । ଗତକାଲି ଶାସକ ବିଜେଡି ପ୍ଲାଣ୍ଟ ପୁନଃକାର୍ଯ୍ୟକ୍ଷମ ପାଇଁ ଦାବି କରି 12 ଘଣ୍ଟିଆ ଅନୁଗୋଳ ବନ୍ଦ ଡାକରା ଦେଇଥିବାବେଳେ ଆଜି SUCI କମ୍ୟୁନିଷ୍ଟ ମଧ୍ୟ ଅନୁଗୋଳ ଜିଲ୍ଲା ବନ୍ଦ ପାଇଁ ଡାକରା ଦେଇଛି ।

ବନ୍ଦ ପ୍ରତିବାଦରେ ବନ୍ଦ, ଟିଟିପିଏସ ଚାଲୁ କରିବ ପାଇଁ ବଢୁଛି ପ୍ରତିବାଦ

କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରି ବନ୍ଦ ପାଳନ ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି । ବିଜେଡି କେନ୍ଦ୍ର ସରକାରଙ୍କ ଅବହେଳା ପାଇଁ 68 ମସିହାର ପ୍ଲାଣ୍ଟ ବନ୍ଦ ହେଲା ବୋଲି ଅଭିଯୋଗ କରିଛି । ଅନ୍ୟପଟେ SCUI କିନ୍ତୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅବହେଳା ପାଇଁ ଏଭଳି ସ୍ଥିତି ଉପୁଜିଛି ବୋଲ ଅଭିଯୋଗ କରିଛି । ସରକାର ଚାହିଁ ଥିଲେ ପ୍ଲାଣ୍ଟ ଚାଲି ପାରିଥାନ୍ତା, କିନ୍ତୁ ତାହା ନ କରି ପ୍ଲାଣ୍ଟ ବନ୍ଦ କରି ଏବେ ଲକ୍ଷାଧିକ ଲୋକଙ୍କୁ ରୋଜଗାର ହରାଇବାକୁ ସରକାର ବାଧ୍ୟ କରୁଛନ୍ତି ବୋଲି ଅଭିଯୋଗ କରିଛି କମ୍ୟୁନିଷ୍ଟ ପାର୍ଟି । ତେଣୁ ତା ବିରୁଦ୍ଧରେ କାଲିର ଅନୁଗୋଳ ବନ୍ଦ ବୋଲି ଦଳ ସ୍ପଷ୍ଟ କରିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.