ETV Bharat / state

ନାଲକୋରେ ନିଯୁକ୍ତିକୁ ନେଇ ରେଳଧାରଣାରେ ଧାରଣା - ରେଳ ରାସ୍ତା ଉପରେ ଧାରଣା

ଅନୁଗୋଳ ନାଲକୋରେ ନିଯୁକ୍ତି ଦାବିରେ ପରିବାରର ସମସ୍ତେ ରେଳଧାରଣାରେ ବସିଛନ୍ତି । ଧାରଣା ଯୋଗୁଁ କିଛି ସମୟ ପାଇଁ ମାଲବାହୀ ଟ୍ରେନ ଚଳାଚଳ ବନ୍ଦ ରହିଛି ।

ଫଟୋ ସୌଜନ୍ୟ : ସମ୍ବାଦଦାତା,ଅନୁଗୁଳ
author img

By

Published : Sep 27, 2019, 9:16 PM IST

ଅନୁଗୋଳ: ବଅଁରପାଳ ଥାନା ବୁଢ଼ାପଙ୍କ ଗାଁର ବୀରବର ସାମଲ ଓ ତାଙ୍କ ପରିବାର ରେଳଧାରଣାରେ ଧାରଣା ଦେଇଛନ୍ତି । ଏଥିଯୋଗୁଁ ନାଲକୋକୁ କିଛି ସମୟ ପାଇଁ ମାଲବାହୀ ଟ୍ରେନ ଚଳାଚଳ ବନ୍ଦ ରହିଛି । ନାଲକୋ କାରଖାନା ଯୋଗୁଁ ଜମି ହରାଇ ଥିବାରୁ ବୀରବରଙ୍କ ବାପାଙ୍କୁ ନାଲକୋରେ ଠିକା ଚାକିରୀ ଦିଆଯାଇଥିଲା । କିନ୍ତୁ କାମ କରୁଥିବା ବେଳେ ତାଙ୍କ ହାତ କାଟି ଯାଇଥିବାରୁ ତାଙ୍କ ବଦଳରେ ପୁଅ ବୀରବରଙ୍କ ଗତ 2003ରେ ଠିକା ଚାକିରୀ ଦିଆଯାଇଛି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା, ଅନୁଗୁଳ

କିନ୍ତୁ ଗତ କିଛି ଦିନ ହେଲା ବୀରବରଙ୍କୁ ମାସକୁ ମାତ୍ର 10 ଦିନ ଡ୍ୟୁଟି ଦିଆଯାଉଛି । ଏହାକୁ ବିରୋଧ କରି ବୀରବର 30 ଦିନ କାର୍ଯ୍ୟ ଦେବାକୁ ଦାବି କରିଥିଲେ । ମାତ୍ର ତାଙ୍କ କଥା କେହି ଶୁଣିଲେ ନାହିଁ । ଏଥିରେ ନିରାଶ ହୋଇ ବୀରବର ନିଜ ପରିବାର ସହ ଆଜି ସକାଳୁ ରେଳଧାରଣାରେ ବସି ପ୍ରତିବାଦ ଜଣାଇଛନ୍ତି ।

ଦୀର୍ଘ ସମୟ ପରେ ପୋଲିସ, ନାଲକୋ ଅଧିକାରୀ ଓ ସ୍ଥାନୀୟ ସରପଞ୍ଚ ସେଠାରେ ପହଞ୍ଚି ବୁଝାସୁଝା କରିଛନ୍ତି । ଏହା ସହ ଆସନ୍ତା 2 ମାସ ମଧ୍ୟରେ ଏହାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେବା ପରେ ରେଳ ଧାରଣାରୁ ଉଠିଛନ୍ତି ବୀରବର ଓ ତାଙ୍କ ପରିବାର ।

ଅନୁଗୁଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ନିଯୁକ୍ତି ଦାବିରେ ଅନୁଗୋଳ ନାଲକୋରେ ରେଳ ରୋକ । ବାଁଅରପାଳ ଥାନା ବୁଢ଼ାପଙ୍କ ଗାଁର ବିରବର ସାମଲ ତାଙ୍କ ପରିବାର ସଦସ୍ୟଙ୍କ ସହ ରେଳ ଧାରଣା ଉପରେ ବସି ରହିଥିଲେ।Body: ଫଳରେ ନାଲକୋ କୁ କିଛି ସମୟ ପାଇଁ ମାଲବାହୀ ରେଳ ଚଳାଚଳ ବନ୍ଦ ରହିଥିଲା। ନାଲକୋ କାରଖାନା ଯୋଗୁ ଜମି ହରାଇ ଥିବାରୁ ବିରବରଙ୍କ ବାପାଙ୍କୁ ନାଲକୋରେ ଠିକା ଚାକିରୀ ମିଳିଥିଲା। କିନ୍ତୁ କାମ କରୁଥିବା ବେଳେ ତାଙ୍କ ହାତ କାଟି ଯାଇଥିବାରୁ ତାଙ୍କ ବଦଳରେ ପୁଅ ବିରବରଙ୍କ ଗତ 2003ରେ ଠିକା ଚାକିରୀ ଦିଆ ଯାଇଥିଲା। କିନ୍ତୁ ଗତ କିଛି ଦିନ ହେଲ ବୀରବରଙ୍କୁ ମାସକୁ ମାତ୍ର 10 ଦିନ ଡିଉଟି ଦିଆଗଲା। ଏହାକୁ ବିରୋଧ କରି ବିରବର 30 ଦିନ ଯାକ ଡିଉଟି ଦେବାକୁ ଦାବି କଲେ। କିନ୍ତୁ ତାଙ୍କ କଥା କେହି ଶୁଣିଲେ ନାହିଁ। ବାଧ୍ୟ ହୋଇ ଆଜି ସକାଳେ ସେ ରେଳ ଧାରଣାରେ ବସି ରହି ଥିଲେ। ଲେ।Conclusion:ଦୀର୍ଘ ସମୟ ପରେ ପୋଲିସ, ନାଲକୋ ଅଧିକାରୀ ଓ ସ୍ଥାନୀୟ ସରପଞ୍ଚ ସେଠାରେ ପହଞ୍ଚି ବୁଝା ସୁଝା କରିବା ସହ ଅଶାନ୍ତ 2 ମାସ ମଧ୍ୟରେ ଏହାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେବା ପରେ ରେଳ ଧରଣରୁ ଉଠିଥି
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.