ETV Bharat / state

ବିନା ଥଇଥାନରେ ବସ୍ତି ଉଚ୍ଛେଦକୁ ବିରୋଧ, ଜିଲ୍ଲାପାଳଙ୍କ ଅଫିସ ଘେରାଉ

author img

By

Published : Feb 21, 2023, 4:16 PM IST

ବସ୍ତି ଉଚ୍ଛେଦକୁ ବିରୋଧ କରି ଜିଲ୍ଲାପାଳଙ୍କ ଅଫିସ ଘେରାଉ କଲେ ପୌରପାଳିକାର ଦୁଇଟି ୱାର୍ଡର ଶତାଧିକ ଲୋକ। ଅଧିକ ପଢନ୍ତୁ

protest in front of collector office
protest in front of collector office
protest in front of collector office

ଅନୁଗୋଳ: ବିନା ଥଇଥାନରେ ବସ୍ତି ବାସିନ୍ଦାକୁ ଉଚ୍ଛେଦ କଲା ପ୍ରଶାସନ । ଏହାକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କଲେ ଅନୁଗୋଳ ପୌରପାଳିକାର ଦୁଇଟି ୱାର୍ଡର ଶତାଧିକ ଲୋକ । ଏସୟୁସିଆର ସଂଗଠିକା ଜ୍ୟୋତ୍ସ୍ନା ସାମଲଙ୍କ ନେତୃତ୍ବରେ ଏକ ଶୋଭାଯାତ୍ରା ଆରମ୍ଭ ହୋଇଥିବା ବେଳେ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ପ୍ରତିବାଦ କରିଥିଲେ ଶତାଧିକ ଲୋକେ। ଆଗାମୀ ଦିନରେ ଯଦି ବିନା ଥଇଥାନରେ ଉଚ୍ଛେଦ କରାଯାଏ ତାର ଜବାବ ଦିଆଯିବ ବୋଲି କହିଛନ୍ତି ବିକ୍ଷୋଭକାରୀ ।

ପୌରପାଳିକାର ହାକିମପଡା ୱାର୍ଡ ନଂ. ୧୩ ଓ ୧୪ର ଅଧିବାସୀମାନଙ୍କୁ ବିସ୍ଥାପନ ପୂର୍ବରୁ ଥଇଥାନ କରିବା ଦାବିରେ ଆଜି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଲୋକଙ୍କୁ ବିସ୍ଥାପିତ କରିବା ପୂର୍ବରୁ ସ୍ଥାୟୀ ଭାବେ ଥଇଥାନ କରିବା ଦାବିରେ ଉଭୟ ପୌରପାଳିକାର ଦୁଇଟି ୱାର୍ଡର ପୁରୁଷ ଓ ମହିଳା ଅନୁଗୋଳ ବଜାର ପରିକ୍ରମା କରି ଜିଲ୍ଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପ୍ରଶାସନ ତରଫରୁ ଏନଫୋର୍ସମେଣ୍ଟ ଲଗାଇ ବସ୍ତିବାସିନ୍ଦାଙ୍କୁ ଧମକ ଦେଇ ଭୟଭୀତ କରାଇ ୧୪ ନଂ. ୱାର୍ଡର ପ୍ରାୟ ୭ଟି ଘର ଭଙ୍ଗା ଯାଇଛି। ଏବଂ ଆଗାମୀ 3 ଦିନ ବାକି ଥିବା ଘର ଗୁଡିକୁ ଭାଙ୍ଗିବାର ଧମକ ଦିଆଯାଉଥିବାରୁ ସେମାନେ ବାଧ୍ୟହୋଇ ଆଜି ରାସ୍ତାକୁ ଓହ୍ଳାଇ ବିକ୍ଷୋଭ ପ୍ରଦର୍ଶନ କରିଥିବା କହିଛନ୍ତି।

ପ୍ରଶାସନର ଏଭଳି ଅନ୍ୟାୟ ନୀତିକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି । ଦୀର୍ଘ ୪୦ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ୧୩ ଓ ୧୪ ନମ୍ବର ୱାର୍ଡର ଶତାଧିକତ ଲୋକେ ରହି ଆସୁଛନ୍ତି। ସେମାନଙ୍କୁ ସ୍ଥାୟୀ ଭାବେ ଥଇଥାନ ନକରି ସୌନ୍ଦର୍ଯ୍ୟକରଣ ନାମରେ ଜୋରଜବରଦସ୍ତି ବିସ୍ଥାପନ କରିବା ନୀତିକୁ ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯାଇଛି । ଏମାନଙ୍କୁ ଉଚ୍ଛେଦ ପରେ ସେଠାରେ ରାସ୍ତାର ପ୍ରଶସ୍ତି କରଣ ସହ ସୌନ୍ଦର୍ଯ୍ୟ କରଣ କରାଯିବାର କର୍ଯ୍ୟକ୍ରମ ରହିଛି। ଯାହାକୁ SUCIର ସଂଗଠିକା ଜ୍ୟୋତ୍ସ୍ନା ସାମଲଙ୍କ ନେତୃତ୍ୱରେ ଏହି ବିକ୍ଷୋଭ କାର୍ଯ୍ୟକ୍ରମ ସଂଗଠିତ ହୋଇଥିବାବେଳେ ସମାଜସେବୀ କ୍ରିଷ୍ଣା ମହାନ୍ତି, ଲିପିକା ମହାପାତ୍ର, ପ୍ରବୋଧ କୁରମା ସ୍ୱାଇଁ, ପ୍ରଶାସନର ଏଭଳି କାର୍ଯ୍ୟକ୍ରମକୁ ବନ୍ଦ କରିବା ପାଇଁ ଦାବି କରିଥିଲେ।

୧୪ନଂ ୱାର୍ଡରୁ ମୀନାକ୍ଷୀ ଅମାନ୍ତ, ମମତା ଦାସ, ସନ୍ତୋଷ ଅମାନ୍ତ, ମନୋରମା ନାୟକ କହିଥିଲେ ଯେ, ଥଇଥାନ ନକରି ଉଚ୍ଛେଦ କଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ। ଏଥିପାଇଁ ଯଦି ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୁଏ ତେବେ ଜିଲ୍ଲା ପ୍ରଶାସନ ଏଥି ପାଇଁ ଦାୟୀ ରହିବ ବୋଲି ମତ ରଖିଥିଲେ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.