ETV Bharat / state

କଟକଣା ହଟିବା ପରେ ବି ବସ ଚଳାଇବାକୁ ଅମଙ୍ଗ ବସ ମାଲିକ

ଅନୁଗୋଳରେ ଗଡୁନି ବସ । କଟକଣା ହଟିବା ପରେ ବି ବସ ଚଳାଇବାକୁ ଅମଙ୍ଗ ବସ ମାଲିକ । ଅଧିକ ପଢନ୍ତୁ...

author img

By

Published : Jul 3, 2021, 10:46 AM IST

private bus owners are not interested to running bus in angul
କଟକଣା ହଟିବା ପରେ ବି ବସ ଚଳାଇବାକୁ ଅମଙ୍ଗ ବସ ମାଲିକ

ଅନୁଗୋଳ: କଟକଣା କୋହଳ ହେବା ପରେ ସରକାର ବସ ଚଳାଚଳ ପାଇଁ ଅନୁମତି ଦେଇଛନ୍ତି । କିନ୍ତୁ ଅନୁଗୋଳରେ ବସ ଚଳାଚଳ ନେଇ ମାଲିକ ମାନେ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇ ପାରି ନାହାନ୍ତି । ଫଳରେ ବର୍ତ୍ତମାନ ସୁଦ୍ଧା ଜିଲ୍ଲାର କୌଣସି ସ୍ଥାନରେ ବସ ଚାଲୁ ନାହିଁ।

କେବେ ଚାଲିବ ସେନେଇ ମଧ୍ୟ କିଛି ନିର୍ଦ୍ଦିଷ୍ଟ ନିଷ୍ପତ୍ତି ହୋଇନାହିଁ । କଟକଣା ଯୋଗୁଁ ଅଧିକାଂଶ ମାଲିକ ବସ ଗୁଡିକୁ ଅଫ ରୋଡ଼ କରିଦେଇଛନ୍ତି । ଏହାଛଡା ଦୀର୍ଘ ଦିନ ଠିଆ ହୋଇ ରହିବା ଫଳରେ ଯନ୍ତ୍ରାଂଶ ନଷ୍ଟ ହେଲାଣି । ଗାଡି ଗୁଡିକୁ ସଜାଡ଼ିବା, ଇନସୁରାନ୍ସ ଓ ରେଜିଷ୍ଟ୍ରେସନ ରାଶି ପୈଠ କରିବାକୁ ଲକ୍ଷାଧିକ ଟଙ୍କା ଆବଶ୍ୟକ । ସରକାର ଷ୍ଟାଣ୍ଡିଙ୍ଗ ପାସେଞ୍ଜର ନେଇ ପାରିବେ ନାହିଁ ବୋଲି କଟକଣା ଜାରି କରିଛନ୍ତି।

ଡିଜେଲ ଦର ବୃଦ୍ଧି ଯୋଗୁ କ୍ଷତି ସହିବାକୁ ପଡୁଛି । ତେଣୁ ସରକାର ଏସବୁ ଦିଗ ଗୁଡିକ ପ୍ରତି ଧ୍ୟାନ ନ ଦେଲେ ଆଦୌ ଗାଡି ଚଳାଇବା ସମ୍ଭବ ନୁହେଁ ବୋଲି ମାଲିକମାନେ ସ୍ପଷ୍ଟଭାବେ ଶୁଣାଇ ଦେଇଛନ୍ତି।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.