ETV Bharat / state

ଗାଁକୁ ନାହିଁ ରାସ୍ତା, ପୁଣି ଷ୍ଟ୍ରେଚରରେ ବୁହା ହେଲେ ପ୍ରସୂତି

ଅନୁଗୋଳ ପାଲଲହଡ଼ା ବ୍ଲକରେ ଅବ୍ୟବସ୍ଥା । ଗାଁକୁ ରାସ୍ତା ନଥିବାରୁ ଷ୍ଟ୍ରେଚରରେ ବୁହା ହେଲେ ପ୍ରସୂତି ମହିଳା । ଅଧିକ ପଢନ୍ତୁ

author img

By

Published : Jan 23, 2022, 3:01 PM IST

ଗାଁକୁ ନାହିଁ ରାସ୍ତା, ପୁଣି ଷ୍ଟ୍ରେଚରରେ ବୁହା ହେଲେ ପ୍ରସୂତି
ଗାଁକୁ ନାହିଁ ରାସ୍ତା, ପୁଣି ଷ୍ଟ୍ରେଚରରେ ବୁହା ହେଲେ ପ୍ରସୂତି

ଅନୁଗୋଳ: ପୁଣି ଜନନୀକୁ ଯନ୍ତ୍ରଣା । ଗାଁକୁ ରାସ୍ତା ନଥିବାରୁ ଯାଇପାରିଲାନି ୧୦୮ ଆମ୍ବୁଲାନ୍ସ । ଷ୍ଟ୍ରେଚରରେ ୧ କିଲୋମିଟର ବୁହା ହେଲେ ପ୍ରସୂତୀ ମହିଳା । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଶିଳ୍ପ ଜିଲ୍ଲା ଅନୁଗୋଳର ପାଲଲହଡା ବ୍ଲକ ସଇଡା ଗ୍ରାମର କେଲ ସାହିରେ ।

ଗତକାଲି(ଶନିବାର) ଅପରାହ୍ନ ସମୟରେ କେଲସାହିର କନାଇ କେରାଇଙ୍କ ସ୍ତ୍ରୀ ସୁମନ୍ତୀ କେରାଇଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ସ୍ଥାନୀୟ ଆଶାକର୍ମୀଙ୍କୁ ଡାକିଥିଲେ । ପରେ ୧୦୮କୁ କଲ୍‌ କରିଥିଲେ । ତେବେ ଗାଁରେ ରାସ୍ତା ନଥିବାରୁ ୧୦୮ ଆମ୍ବୁଲାନ୍ସ ଗାଁ ଭିତରକୁ ଯାଇପାରିନଥିଲା । ଫଳରେ ଆମ୍ବୁଲାନ୍ସ କର୍ମଚାରୀ ଓ ପରିବାର ଲୋକେ ଷ୍ଟ୍ରେଚରରେ ଘରଠାରୁ ୧ କିଲୋମିଟର ବୋହି ନେଇଥିଲେ । ପରେ ପାଲଲହଡା ଡାକ୍ତରଖାନାରେ ଭର୍ତ୍ତି କରିଥିବା ଜଣାପଡି଼ଛି ।

ତେବେ ଆଜି ବି ଏମିତି ଗାଁ ଅଛି ଯେଉଁଠି ସବୁଦିନିଆ ରାସ୍ତାଟିଏ ନିର୍ମାଣ ହୋଇ ପାରିନାହିଁ। ଏହି ଘଟଣାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ତେବେ ଆଜିର ଦିନରେ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ନ ପହଞ୍ଚିବା କଥା ସହଜରେ କେହି ବି ଗ୍ରହଣ କରି ପାରୁନାହାନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.