ଅନୁଗୋଳ: ଜିଲ୍ଲାର ଛେଣ୍ଡିପଦା ବ୍ଲକ ପାଟକମୁଣ୍ଡା ପଞ୍ଚାୟତ କାର୍ଯ୍ୟାଳୟରେ ଓଏଲ୍ଏମ୍ ଅଧିକାରୀଙ୍କୁ ଆକ୍ରମଣ ଘଟଣା । ଅଭିଯୁକ୍ତକୁ ଗିରଫ ଦାବିରେ ବ୍ଲକରେ କାର୍ଯ୍ୟରତ ସମସ୍ତ ପଞ୍ଚାୟତ ସିଆରପି, ଏଲ୍ପି ଓ ଏମବିକେ ମାନେ ଥାନା ଘେରାଉ କରିଥିଲେ। ନଭେମ୍ବର ମାସରେ 2 ତାରିଖ ଦିନ ଓଡିଶା ଜୀବିକା ମିଶନ ପକ୍ଷରୁ ପଞ୍ଚାୟତ ମହିଳା ମହାସଂଘର ବୈଠକ ଚାଲିଥିବା ବେଳେ କୃଷିମିତ୍ର ଓ ପ୍ରାଣୀମିତ୍ରଙ୍କୁ ଚାକିରିରୁ ବହିଷ୍କାର ଘଟଣାକୁ ନେଇ ପାଟିତୁଣ୍ଡ ଓ ଧସ୍ତାଧସ୍ତି ହୋଇଥିଲା। ଏନେଇ ନେଇ ଥାନାରେ ଓଏଲ୍ଏମ୍ ଓ ବିପିଏମ୍ ପ୍ରମୋଦ କୁମାର ବେହେରା ଓ ପଞ୍ଚାୟତ ଏନବିକେ ତପସ୍ୱିନୀ ଶତପଥୀଙ୍କ ପକ୍ଷରୁ ଥାନାରେ କୃଷିମିତ୍ର ମିନତୀ ପ୍ରଧାନଙ୍କ ସ୍ୱାମୀ ସୋମନାଥ ପ୍ରଧାନଙ୍କ ନାଁରେ ଅଭିଯୋଗ ହୋଇଥିଲା ।
ତାଙ୍କ ନାଁରେ ମାଡପିଟ ଓ ଗାଳିଗୁଲଜ କରିଥିବା ନେଇ ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା । ମିନତୀ ପ୍ରଧାନ ମଧ୍ୟ ପ୍ରମୋଦ ବେହେରା ଓ ତପସ୍ୱିନୀ ଶତପଥୀଙ୍କ ନାଁରେ ପାଲଟା ଅଭିଯୋଗ କରିଥିଲେ । ପୋଲିସ ଉଭୟ ପକ୍ଷରୁ ମାମଲା ରୁଜୁ କରି ସୋମନାଥଙ୍କୁ ଗିରଫ କରିଥିଲା । ଶୁକ୍ରବାର ଅଭିଯୁକ୍ତକୁ ଗିରଫ ଦାବିରେ ବ୍ଲକର ସମସ୍ତ ଓଡିଶା ଜୀବିକା ମିଶନ ବିଭିନ୍ନ ବିଭାଗ କର୍ମଚାରୀ ଥାନା ଘେରାଉ କରିଥିବା ବେଳେ ଗିରଫଦାରି ପାଇଁ ଅଡି ବସିଥିଲେ । ପୋଲିସ ବାଧ୍ୟ ହୋଇ ପୂର୍ବରୁ ଗିରଫ କରିଥିବା ଅଭିଯୁକ୍ତଙ୍କୁ ଆନ୍ଦୋଳନକାରୀଙ୍କ ଆଗରେ କୋର୍ଟ ଚାଲାଣ କରିବା ପରେ ଆନ୍ଦୋଳନ ହଟିଥିଲା ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ